ମଝି ଆକାଶରେ ସିଟ ପାଇଁ ହେଲେ ପିଟାପିଟି, ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛ Video…  

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ପ୍ରତି ଦିନ ହଜାର ହଜାର ଯାତ୍ରୀ ମାନେ ବିମାନରେ ଯାତ୍ରା କରିଥାନ୍ତି । କିନ୍ତୁ ବିମାନ ଚାଲୁଥିବା ସମୟରେ କିଛି ସତର୍କତା ମଧ୍ୟ ଅବଲମ୍ବନ କରିବାକୁ ପଡିଥାଏ । କିନ୍ତୁ ଏବେ ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଜ୍ଞା ହଁ ଆକାଶରେ ଉଡୁଥିଲା ବିମାନ ।

ଆଉ ତାହାରି ଭିତରେ ଝଗଡା ଲାଗୁଥିଲେ ଯାତ୍ରୀ । ଥରେ ଚିନ୍ତା କରନ୍ତୁ ଦର୍ଶକ ବନ୍ଧୁ ଯଦି ଉଡନ୍ତା ପ୍ଳେନ ରେ ଝଗଡା ଲାଗିବେ ଆଉ ହାତାହାତି ହେବେ ତେବେ ପରିସ୍ଥିତି କେମିତି ଥିବ । ଏଭଳି ଏକ ଭିଡିଓ ବର୍ତ୍ତମାନ କିଛି ସମୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓ ରେ କିଭଳି ଯାତ୍ରୀ ମାନେ ଉଡନ୍ତା ପ୍ଳେନ ରେ ଝଗଡା କରୁଛନ୍ତି ତାହା ଦୃଶ୍ୟମାନ ହେଉଛି ।

ଆପଣ ମାନେ ଜାଣିଥିବେ ବସ ବା ଟ୍ରେନ ରେ ସିଟ ପାଇଁ ଯାତ୍ରୀ ଙ୍କ ମଧ୍ୟରେ ଝଗଡା ହୋଇଥାଏ । ହେଲେ ଏହି ଝଗଡା ଏବେ ବିମାନ ଭିତରେ ବି ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । ବ୍ୟାଙ୍କକକ ରୁ କୋଲକାତା ଆସୁଥିବା ଏକ ବିମାନ ରେ ଯାତ୍ରୀ ଙ୍କ ମଧ୍ୟରେ ଖାଲି ଝଗଡା ହୋଇ ନାହି ବରଂ ଜବରଦସ୍ତ ମାରପିଟ ମଧ୍ୟ ହୋଇଛି ।

ପରିସ୍ଥିତି କୁ ସାନ୍ତ କରିବା ପାଇଁ ପ୍ଳେନ ର ଷ୍ଟାଫ ମାନେ ପ୍ରୟାସ କରୁଥିବା ଭିଡିଓ ରେ ଦେଖିବାକୁ ମିଳିଛି । ଭାଇରାଲ ହୋଇଥିବା ଭିଡିଓ ରେ ଦେଖିବାକୁ ମିଳିଛି କି ଦୁଇ ଜଣ ବ୍ୟକ୍ତି ପରସ୍ପର ମଧ୍ୟରେ ଝଗଡା ହେଉଛନ୍ତି । ଏହି ସମୟରେ ପ୍ଳେନ ଷ୍ଟାଫ ପରିସ୍ଥିତି କୁ ଶାନ୍ତ ରଖିବା ପାଇଁ ପ୍ରୟାସ ଚଳାଇଛନ୍ତି ।

ଝଗଡା ଲାଗିଥିବା ଦୁଇ ବ୍ୟକ୍ତି ଙ୍କ ମଧ୍ୟରୁ ଜଣେ ଚୁପଚାପ ଶାନ୍ତି ରେ ବସିବା ପାଇଁ କହୁଥିବା ବେଳେ ଅନ୍ୟ ଜଣେ ହାତ ତଳକୁ କରି କଥା ହେବା ପାଇଁ କହୁଥିବା ନଜର ଆସିଛି । ଏହାର କିଛି କ୍ଷଣ ମଧ୍ୟରେ ଝଗଡା ମାରପିଟରେ ବଦଳି ଯାଇଥିଲା ।   ଜଣେ ବ୍ୟକ୍ତି ଓ ତାଙ୍କ ସାଥି ମାନେ ଆଉ ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଧୁମ ମାଡ ମାରିଥିଲେ । ଏହି ସମୟରେ ମାଡ ଖାଉଥିବା ବ୍ୟକ୍ତି ଜଣକ ନିଜକୁ ବଞ୍ଚେଇବା ପାଇଁ ପ୍ରୟାସ କରୁଥିବା ଭାଇରାଲ ଭିଡିଓ ରେ ଦେଖିବାକୁ ମିଳିଛି ।

ସେଠାରେ ଉପସ୍ଥିତି ଥିବା ଅନ୍ୟ ଯାତ୍ରୀ ମାନେ ଓ କ୍ୟାବିନ କୁ ପରିସ୍ଥିତି କୁ ସାନ୍ତ ରଖିବା ପାଇଁ ପ୍ରୟାସ କରିଥିଲେ । ଖବର ଲେଖା ହେବା ସୁଧା ଏ ନେଇ ଏୟାରଲାଇନ୍ସ ପକ୍ଷ ରୁ କୌଣସି ପ୍ରତିକୃୟା ମିଳିପାରି ନାହି । ତେବେ ଚଳନ୍ତା ବିମାନରେ ଏମିତି ଅଘଟଣ ର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଭାଇରାଲ ଭିଡିଓ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *