ହଠାତ ନଈରେ ମାଡି ଆସିଲା ବନ୍ୟା ପାଣି…ମଝି ନଈରେ ଫସିଗଲେ ମା’ ଓ ପୁଅ….ଆଉ ତା’ପରେ ଯାହା ହେଲା ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ବର୍ଷା ଦିନ ଚାଲିଛି । ରାଜ୍ୟର ବିଭିନ୍ନ ଜିଲ୍ଲା ରେ ବର୍ଷା ଲଗାତାର ଲାଗି ରହିଛି । ଯାହା ଫଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଯାହା ଫଳରେ ଅନେକ ବଡ ବଡ ଘଟଣା ସାମନା କୁ ଆସୁଛି । ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖର ଖର ସୁଅ ଆଉ ନଦୀ ମଝି ରେ ଫଶୀ ଯାଇଛନ୍ତି ମା ଆଉ ପୁଅ । ନଦୀର ପାଣି ଉଭୟଙ୍କୁ ଭସାଇ ନେଇ ଯାଉଥିଲା । କିନ୍ତୁ ଭାଗ୍ୟ ବଶତ ନଦୀ ମଝି ରେ ଥିବା ଘାସ ବୁଦା କୁ ଧରି ପକାଇଥିଲେ ମା ।

ଆଉ ତା ପରେ ନିଜକୁ ରକ୍ଷା କରିବା ପାଇଁ ଚିତ୍କାର କରିଥିଲେ ମହିଳା ଜଣକ । ଆଉ ଚିତ୍କାର ଶୁଣିବା ଗାଁ ଲୋକେ ଦୌଡି ଆସି ଏକ ରସୀ ସାହାଯ୍ୟରେ ଉଭୟ ମା ଓ ପୁଅ କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଉଧାର କରିବା ପାଇଁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥିଲା । ଆଜ୍ଞା ହଁ ଦର୍ଶକ ବନ୍ଧୁ ହରା ନଦୀରୁ ଉଦ୍ଧାର ହୋଇଛନ୍ତି ମା ଓ ପୁଅ ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଏଗଡା ସଦର ବ୍ଲକ ର କୁଞ୍ଜାପାଇ ଗାଁ ରେ । ଗତ ରବିବାର ଦିନ କୁଞ୍ଜାପାଇ ଗାଁ ର ନନ୍ଦିନୀ ଓ ତାଙ୍କର ୩ ବର୍ଷର ପୁଅ ଙ୍କୁ ଧରି ନଦୀ ପାର ହୋଇ ଆର ପଟ ଜଙ୍ଗଲକୁ ଯାଇଥିଲେ । ସେଠାରେ ନଦୀ ପାର ହୋଇ ଫେରିବା ସମୟରେ ହଠାତ ଉପର ମୁଣ୍ଡ ରୁ ବନ୍ୟା ପାଣି ମାଡି ଆସିଥିଲା । ଆଦି ର ଜଳ ସ୍ତର ବଢିବାରେ ଲାଗିଲା ।

ଆଉ ତା ପରେ ନଦୀ ମଝି ରେ ଫସି ଯାଇଥିଲେ ମା ଓ ପୁଅ । ନଦୀ ର ପାଣି ମା ଓ ପୁଅଙ୍କୁ ଭସାଇ ନେଉଥିଲା । ଆଉ ଠିକ ସେତିକି ବେଳେ ମା ମନ୍ଦିନୀ ଙ୍କ ଚିତ୍କାର ଶୁଣିବା ପରେ ଗାଁ ଲୋକେ ଧାଇଁ ଆସିଥିଲେ । ରସୀ ପକାଇ ଆମ ଓ ପୁଅ କୁ ସୁରକ୍ଷିତ ଭାବେ ଉଧାର କରିବାରେ ସଫଳ ହୋଇଛନ୍ତି ଗାଁ ଲୋକେ । ଆଉ ଶେଷରେ ଏଭଳି ଏକ ବଡ ଦୁର୍ଘଟଣା ରୁ ମା ଓ ଶିଶୁ ଦୁଇ ଟି ଜୀବନ ବଞ୍ଚି ଯାଇଛି ।

ଆଉ ସ୍ଥାନୀୟ ଲୋକଙ୍କର ଏଭଳି ସାହସିକତା ଯୋଗୁଁ ଦୁଇ ଟି ଜୀବନ ବଞ୍ଚି ପାରିଛି କହିଲେ କିଛି ଭୁଲ ହେବ ନାହି । ତେବେ ଗାଁ ଲୋକ ମାନଙ୍କର ସାହସିକତା କାରଣରୁ ମା ଓ ପୁଅର ଜୀବନ ବଞ୍ଚି ପାରିଛି ଆଉ ଦୁହେଁ ସୁରକ୍ଷିତ ଭାବେ ବନ୍ୟା ପାଣି ରୁ ଉଦ୍ଧାର ହୋଇ ପାରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କରେ ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *