ମନ ଅତିଖରାପ ଥିଲେ କଣ କରିବେ!- Buddha Amritwani

ସମସ୍ତଙ୍କ ଜୀବନରେ କିଛି ନା କିଛି ଦୁଃଖ ଅଛି ସେ ଧନ ମାମଲା ହେଉ ବା ପାରିବାରିକ ବା ସ୍ୱାସ୍ଥ୍ୟ କିଛି ବି କାରଣ ପାଇଁ ସମସ୍ତେ ପୂର୍ଣ୍ଣତଃ ଭାବରେ ସୁଖୀ ହୋଇ ପାରନ୍ତି ନାହିଁ । ଏମିତି ସମସ୍ଯା ଯେତେବେଳେ ଆସିଥାଏ ମଣିଷ ବହୁତ ଦୁଃଖିତ ହୋଇଥାଏ, ମନ ଭାରାକାନ୍ତ ହୋଇଥାଏ । ଏହା ପରେ ମଣିଷ ଚିନ୍ତା କରିଥାଏ ଏହି ସମସ୍ଯାର ସମାଧାନ କଣ ହେଇ ପାରିବ, କେମିତି ସେ ଟିକେ ଶାନ୍ତିରେ ରହି ପାରିବ ।

ତେବେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ ବହୁତ କିଛି କହିବାକୁ ଯାଉଛୁ । ଆଜି ଆମେ ଆପଣଙ୍କୁ ଗୋଟେ କାହାଣୀ କହିବାକୁ ଯାଉଛୁ ଧ୍ୟାନ ଦେଇ ପଢନ୍ତୁ ।

Image Courtesy: Google

ଗୋଟେ ଗାଁରେ ଗୋଟେ ଚାଷୀଥିଲା ତା ଫସଲ ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ଖରାପ ହୋଇଥିଲା ଓ ତା ଉପରେ ବହୁତ ଧାର କରଜ ହୋଇଥିଲା ଯାହା ପାଇଁ ସେ ବହୁତ ଦୁଃଖିତ ଥିଲା । ତାଙ୍କ ଗାଁ ପାଖ ପାହାଡ ଆଶ୍ରମରେ ବୁଦ୍ଧଦେବ ଆସିଥିଲେ ଗାଁ ଲୋକ ତାଙ୍କୁ ଦେଖା କରିବା ପାଇଁ ଯାଉଥିଲେ ଓ ସେ ଦେଖିଲା ଯେ ଦୁଃଖୀ ହୋଇ ଯାଇଥିବା ଲୋକ ମଧ୍ୟ ଖୁସି ମନରେ ସେଠାରୁ ଫେରୁଛନ୍ତି ଏହା ଦେଖି ଚାଷୀ ମଧ୍ୟ ସେଟାକୁ ଯିବା ପାଇଁ ଇଛା କଲା ଓ ଆର ଦିନ ସକାଳେ ଉଠି ବୁଦ୍ଧଦେବଙ୍କୁ ଦେଖା କରିବା ପାଇଁ ପହଞ୍ଚିଲା ।

Image Courtesy: Google

ବୁଦ୍ଧଦେବ ପଚାରିଲେ କଣ ହେଇଛି ତମର ?

ଚାଷୀ ଟି କହିଲା ଆଜ୍ଞା ମୋ ସବୁ ଫସଲ ନଷ୍ଟ ହୋଇ ଯାଇଛି ଯେତେବେଳେ ବର୍ଷା ଆବଶ୍ୟକ ଥିଲା ବର୍ଷା ହେଲା ନାହିଁ ଓ ଅଦିନିଆ ବର୍ଷା ହୋଇ ମୋ ଫଳରେ ପୋକ ଲାଗି ଗଲେ । ବୁଦ୍ଧକହିଲେ : କେବଳ ଏତିକି ନା ଆଉ କିଛି ଅଛି । ଚାଷୀ କହିଲା ହଁ ଆଜ୍ଞା ଆଉ ଅଛି ଯାହାକୁ ସ୍ତ୍ରୀ କରି ଆଣିଲି ଭାବିଲି ସେ ଜୀବନ ସାରା ମୋ ସାଥ ଦବ ସେ କେତେବେଳେ ଭଲ ବ୍ୟବହାର କଲେ କେତେବେଳେ ବହୁତ ଖରାପ ବ୍ୟବହାର କରୁଛି ।

ତେବେ ଏହି ଭଳି ବହୁତ ଗୁଡେ ସମସ୍ଯା ଚାଷୀ ବୁଢାଙ୍କୁ କହି ଚାଲିଲା ସବୁ କିଛି ଶୁଣିବା ପରେ ବୁଦ୍ଧ କହିଲେ ତମ ଏହି ୧୦ଟି ସମସ୍ଯାର ମୋ ପାଖରେ କିଛି ଉପାୟ ନାହିଁ । ଏହା ପରେ ବୁଦ୍ଧକହିଲେ ଯେମିତି ବର୍ଷା ହେଲେ ନଦୀ ପାଣି ଗୋଳିଆ ହୋଇଥାଏ ଓ କିଛି ସମୟ ଶାନ୍ତ ରହିଲେ ତା ନିର୍ମଲ ପାଇଁ ଉପରକୁ ଉଠି ଆସେ ଓ ଗୋଳିଆ ଅଂସ ତଳେ ରହିଥାଏ ମଣିଷକୁ ଠିକ ସେମିତି ହବା ଉଚିତ ।

Image Courtesy: Google

ଯଦି ଆମେ ଆମ ଜୀବନରେ ଧାର୍ଯ୍ୟ ହରେଈଥାଉ ଓ ଏହା ଚିନ୍ତା ଧାରା ରଖିଥାଉ ଯେ କେବଳ ଆମ ପାଖରେ ସମସ୍ଯା ଅଛି ଏହି ଭାବନା ବହୁତ ଖରାପ ହୋଇଥାଏ । ଏହି ଭାବନା ଯିଏ ରଖେ ତାକୁ କଷ୍ଟ ହୋଇଥାଏ କିନ୍ତୁ ଯଦି ଆପଣ ଏହା ଚିନ୍ତା କରିବେ ଯେ ସମସ୍ତଙ୍କ ଜୀବନରେ ବହୁତ ବଡ ବଡ ସମସ୍ଯା ଅଛି ତେବେ ଆପଣଙ୍କ ଦୁଃଖ ଦୂର ହୋଇଥାଏ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *