Malika Bachana : ମନ୍ଦିରରେ ଏମିତି ଭୁଲ କେବେ ବି କରନ୍ତୁନି, ଦେଖନ୍ତୁ କଣ କହୁଛନ୍ତି Dibakar Baba

ବନ୍ଧୁଗଣ ଆଜି ଆମେ ଏକ ସୁନ୍ଦର ତଥ୍ୟ ନେଇ ନେଇ ଆପଣଙ୍କ ପାଖକୁ ଆସିଛୁ । ତେବେ ଆମେ ହିନ୍ଦୁ ବୋଲି ଧରି ନେଇଥାଉ ଆଉ ଆମ ମାନଙ୍କର ବିଶ୍ଵାସ ଆମେ ମହାପ୍ରଭୁଙ୍କର ଆଉ ମହାପ୍ରଭୁ ଆମର । ଆଉ ଆମେ ସନାତନ ଧର୍ମୀ ଅଟନ୍ତି । ଏଭଳି ଭାବନା ଆମ ମନରେ ଜାଗୃତ ହୋଇଛି ସତ କିନ୍ତୁ ଏ ଯାଏଁ ଆମେ ହିନ୍ଦୁ ହୋଇ ନାହି । ହିନ୍ଦୁ ହେବା ପାଇଁ କିଛି ନିୟମ ରହିଛି । ହିନ୍ଦୁ ଦେବାର ପ୍ରମାଣ ଦେବାର ଆବଶ୍ୟକତା ରହିଛି । ତେବେ ଆସନ୍ତୁ ଜାଣିବା ହିନ୍ଦୁ ହୋଇ କେଉଁ ଭୁଲ କରିବା ଅନୁଚିତ ଓ ହିନ୍ଦୁ କିଏ ।

ହିନ୍ଦୁ ହେଉଛି ସିଏ ଯାହାର ମସ୍ତକରେ ଶିକ୍ଷା, ବେକରେ ମାଳୀ ଆଉ ମୁଖରେ ଯାହାର ନାମ ଥାଏ । କଳି ଯୁଗରେ ଆମେ ହିନ୍ଦୁ ହେବାର ଯୋଗ୍ୟତାକୁ ହରାଇଛୁ । ଦୀର୍ଘ ୬୦୦ ବର୍ଷ ତଳେ ମହାପୁରୁଷ ଅଚ୍ୟୁତାନନ୍ଦ ଲେଖିଥିଲେ ଯାହା ଆମର ପିନ୍ଧିବାର ବସ୍ତୁ ନୁହେଁ ତାକୁ ଆମେ ପିନ୍ଧି ଚାଲିଚେ । ମୁହଁ ସିଲେଉ ଲୁଙ୍ଗୀ କେବେ ପିନ୍ଧିବା ଉଚିତ ନୁହେଁ କାରଣ ଏହା ହିନ୍ଦୁର ପ୍ରତିକ ନୁହେଁ । ଆଜିକା ସମୟରେ ଆମେ ପିଲାଙ୍କୁ ସଂସ୍କାର ଦେବାକୁ ଭୁଲି ଯାଇଛୁ କେବେଳ ଟଙ୍କା ଜମିବାଡି ଆସରେ ।

ତେଣୁ ପିଲାଙ୍କୁ ସେହି ସଂସ୍କାର ଦିଅନ୍ତୁ ଯେମିତିକି ମନ୍ଦିରକୁ ପିଲାଙ୍କୁ ପଠାନ୍ତୁ । ମନ୍ଦିର ଯିବା ପରେ ଠାକୁରଙ୍କ ଆଗରେ କେବେ ଚପଲ ରଖନ୍ତୁ ନାହି । ଆଉ ପାଦ ଭଲେ ଭାବେ ଧୋଇ ସୁଧା ଭାବେ ଯାଆନ୍ତୁ । ତା ପରେ ପାହାଚକୁ ଡାହାଣ ହସ୍ତରେ ଛୁଇଁ ମନ୍ଦିର ଭିତରକୁ ଯାଆନ୍ତୁ । ପରେ ବାହନ ଙ୍କୁ ସ୍ପର୍ଶ କରି ଆରାଧ୍ୟଙ୍କ ପାଖକୁ ଯିବାର ଅଭ୍ଯାସ କରନ୍ତୁ । ଭଗବାନଙ୍କ ଆଗରେ କେବେ ଗୋଡ ଲମ୍ବାଇ ବା ଗୋଡ କରି ଶୁଅନ୍ତୁ ନାହି । ଘଣ୍ଟି ବଯାଇବା ସମୟରେ ପ୍ରଣିପାତ କରନ୍ତୁ ଆଉ ମନ୍ଦିର ବନ୍ଦ ସମୟରେ କେବେ ଘଣ୍ଟି ବଜାନ୍ତୁ ନହି ।

ଭକ୍ତମାନେ ସିନ୍ଦୁର ଲଗାଇ କାନ୍ଥରେ ଲଗାନ୍ତୁ ନାହି । ଯଦି ପାଦୁକ, ବେଲପତ୍ର ବା ତୁଳସୀ ପତ୍ର ଦେଖନ୍ତୁ ଅନ୍ୟତ୍ର ପକାନ୍ତୁ ଯେପରି କାହାର ପାଦ ସ୍ପର୍ଶରେ ଆସିବ ନାହି । ଗର୍ଭ ଗୃହରେ କୌଣସି ଖାଦ୍ୟ ରଖନ୍ତୁ ନାହି କି ବଡ ପାଟିରେ କଥା ହୁଅନ୍ତୁ ନାହି ମନ୍ଦିର ସମୁଖରେ । ଜୋତା ଆଗରେ ରଖି ମନ୍ତ୍ର ପାଠ କରନ୍ତୁ ନାହି । ଯଥା ସମ୍ଭବ ପୁରୁଷମାନେ ଦଣ୍ଡବତ ହୋଇ ପ୍ରଣାମ କରିବା ଉଚିତ । ଗୋଡ ବାଜିଲେ ବିଷ୍ଣୁ କହିବା ଉଚିତ । ଏହା ହେଉଛି ଆମର ହିନ୍ଦୁ ଧର୍ମ ।

ମହାପୁରୁଷ ଲେଖିଛନ୍ତି ନାରୀ ମାନେ କଳି ଯୁଗରେ ମୁକୁଳା କେଶ କରି ମନ୍ଦିରକୁ ଯିବେ । ଏହା ସହ ମନ୍ଦିର ରେ ମଥା ନ ନୁଆଁଇ ଦର୍ଶନ କରିବେ ଆଉ ପ୍ରଣାମ କରିବେ । ଆଜିକାଲି ମୋବାଇଲରେ ସବୁ କିଛି ପୂଜା ପାଠ ଆଉ ମନ୍ତ୍ର ପଢା ଚାଲିଛି ଯାହା ଆମ ହିନ୍ଦୁ ଧର୍ମ ନୁହେଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *