ଯଦି ରାତିରେ ଡେରିରେ ଖାଦ୍ୟ ଖାଉଛନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ ! ହୋଇ ପାରେ ଭୟଙ୍କର କ୍ଷତି

ନମସ୍କାର ବନ୍ଧୁଗଣ । କଣ ଆପଣ ମାନେ ରାତିରେ ଅଧିକ ଡେରି ରେ ଖାଦ୍ୟ ଖାଉଛନ୍ତି କି ? ଯଦି ଆପଣ ବିଳମ୍ବ ରାତିରେ ଖାଦ୍ୟ ଖାଉଛନ୍ତି ତେବ ହୋଇ ଯାଆନ୍ତୁ ଏବ ଠାରୁ ସାବଧାନ । ଯଦି ଆପଣ ରାତିରେ ଡେରି ରେ ଖାଉଛନ୍ତି ତେବେ ଆପଣଙ୍କର ସ୍ୱାସ୍ଥ୍ୟ ରେ ସମସ୍ଯା ଉପୁଜିପାରେ । ଅନେକ ଲୋକଙ୍କ କ୍ଷେତ୍ର ରେ ରାତି ରେ ଡେରି ରେ ଖାଦ୍ୟ ଖାଇବାର ଦେଖା ଯାଇଥାଏ । କାର୍ଯ୍ୟ ବ୍ୟସ୍ତ ହେଉ ବା ଅନ୍ୟ କୌଣସି କାରଣ ପାଇଁ ହେଉ ଯଦି ଆପଣ ଠିକ ସମୟରେ ଆହାର ବା ଖାଦ୍ୟ ଗ୍ରହଣ ନ କରିବେ ତେବେ ଏହା ଦ୍ଵାରା ଆପଣଙ୍କ ଶରୀରରେ ଅନେକ ପ୍ରକାରର ସମସ୍ଯା ସୃଷ୍ଟି ହେବାର ଆଶଙ୍କା ରହିଛି ।

ଏପରିକି ଡେରି ରେ ଖାଇବା ଦ୍ଵାରା ଖାଦ୍ୟ ହଜମ ନ ହେବା କାରଣରୁ ଅନେକଙ୍କ କ୍ଷେତ୍ର ରେ ମେଟାବୋଲିଜିୟମ ସ୍ତର ରେ ଅନିୟନ୍ତ୍ରଣ ହୋଇଥାଏ । ଆଉ ଶରୀରରେ ଅଧିକ କ୍ୟାଲୋରି ଜମା ହେବା କାରଣରୁ ମେଦ ବହୁଳତା ଦେଖା ଯାଇଥାଏ । ଆହା କି ପରବର୍ତ୍ତୀ ସମୟରେ ଡାଇବେଟିସ, ଉଚ୍ଚ ରକ୍ତଚାପ ଆଦି ସମସ୍ୟାର କାରଣ ହୋଇଥାଏ । ସେହିପରି ରାତି ରେ ଡେରି ରେ ଖାଇଲେ ହଜମ କ୍ରିୟା ବାଧା ପ୍ରାପ୍ତ ହୁଏ । ଯଦି ଖାଦ୍ୟ ଠିକ ବହବେ ହଜମ ନ ହୁଏ ତେବେ ଛାତି ରେ ଜଳାପୋଡା ହେବା, ଏସିଡିଟି ହେବା, ଆମ୍ବିଳା ହେକୁଟି ଭଳି ସମସ୍ଯା ଦେଖାଯାଏ ।

ତେଣୁ ଯେତେ ସମ୍ଭବ ରାତି ରେ ଜଲ୍ଦି ଖାଇବାକୁ ଚେଷ୍ଟା କରନ୍ତୁ । ଏକ ଗବେଷଣା ରିପୋର୍ଟ ଅନୁଯାୟୀ ରାତି ଭୋଜନ ବିଳମ୍ବ ରେ କରିବା ଦ୍ଵାରା ବଦ ହଜମି, ଗ୍ଯାସ ଭଳି ବିଭିନ୍ନ  ସମସ୍ୟା ହୋଇପାରେ । ଆଉ ରାତିରେ ନିଦ ରେ ବାଧା ପ୍ରାପ୍ତ ହୋଇଥାଏ । କେବଳ ଏତିକି ନୁହେଁ ବରଂ ରାତି ରେ ମସ୍ତିସ୍କ ଠିକ ଭାବେ ନିଦ ନ ପାଇବାରୁ କେତେକଙ୍କ ଠାରେ ଅଜବ ସ୍ଵପ୍ନ ମଧ୍ୟ ଆସିଥାଏ । ତେବେ ଠିକ ସମୟରେ ନ ଖାଇବା କାରଣରୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ଯା ଦେଖାଯିବା ଓ ଠିକ ଭାବେ ନିଦ ନ ହେବା କାରଣରୁ ମାନସିକ ସ୍ତର ରେ ନାକାରାତ୍ମକ ପ୍ରଭାବ ପଡିଥାଏ ମଣିଷ ଉପରେ ।

ବାରମ୍ବାର ଏପରି ହେଲେ ଚିଡିଚିଡା ଲାଗିବା ସହ ଡିପ୍ରେସନ ହୋଇ ମାନସିକ ସାମସ୍ୟା ଦେଖା ଯାଇଥାଏ । ତେବେ ରାତି ରେ ୮ଟା ରୁ ୧୦ ଟା ମଧ୍ୟରେ ଖାଦ୍ୟ ଖାଇବା ଚେଷ୍ଟା କରନ୍ତୁ । ଏପରି କରିଲେ ସ୍ୱାସ୍ଥ୍ୟ ସୁସ୍ଥ ରହିବା ଶ ଜୀବନ ଶୈଳୀ ରେ କିଛି ବି ପରିବର୍ତ୍ତନ ଦେଖାଯିବ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହ ଏହି ବିବରଣୀ ଉପରେ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *