ଯଦି ଆପଣ ବି ଚାହା ପିଉଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ, ଚାହା ପିଇବା ଦ୍ଵାରା ହୋଇଥାଏ 12 ଟି କ୍ଷତି, ଜାଣନ୍ତୁ ଏଥିରୁ ବଞ୍ଚିବାର ଉପାୟ (Health Tips )

ନମସ୍କାର ବନ୍ଧୁଗଣ, ଆମ ଭାରତରେ ପ୍ରତ୍ୟକ ଦିନ ସକାଳୁ କିଛି ମିଳୁ ବା ନ ମିଳୁ ଶୋଇକି ଉଠିବା ପରେ ଗୋଟିଏ କପ ଚା ପିଇବା ନିହାତି ଦରକାର ପଡିଥାଏ । ଏହା ଶାନ୍ତି ଦେଇଥାଏ ମନକୁ । ସକାଳ ସଞ୍ଜରେ ଚାହା ପିଇବା ଅଭ୍ୟାସ ପ୍ରାୟ ସମସ୍ତଙ୍କ ଠାରେ ଦେଖିବାକୁ ମିଳିଥାଏ । ଚାହା ପିଇବାର ଅଭ୍ୟାସ ଆମ ଶରୀର ଉପରେ କଣ ପ୍ରଭାବ ପକାଇଥାଏ ଏହା ଉପରେ କେହି ନିଜର ଦୃଷ୍ଟି ଗୋଚର କରିନଥାନ୍ତି । ତେଣୁ ଆଜି ଆସନ୍ତୁ ଜାଣିବା ଚାହା ପିଇବା ଦ୍ଵାରା କେଉଁ କ୍ଷତି ହୋଇଥାଏ ଏବଂ କଣ କରିବାଦ୍ଵାରା କମ କ୍ଷତି ହୋଇଥାଏ ?

ଚାହା ମଧ୍ୟରେ ରହିଥିବା ଉତ୍ତେଜିତପଣ ଶରୀରର ଥକା ଭାବକୁ ଦୂରେଇ ଦେଇଥାଏ । ଶରୀରକୁ ତାଜା ଅନୁଭବ କରାଇଥାଏ ଗୋଟିଏ ଢୋକ ଚାହା । ତେଣୁ ଚାହାରେ ଚମତ୍କାରିତା ନିହାତି ରହିଛି । କିନ୍ତୁ ଏହାର ନିୟମିତ ଅଭ୍ୟାସ ଶରୀରକୁ ଦେଇଥାଏ ବହୁତ କିଛି କ୍ଷତିର ସଙ୍କେତ । ଆୟୁର୍ବେଦ ଅନୁଯାୟୀ ଚାହା ଭାରତୀୟ ମାନଙ୍କ ପାଇଁ ତିଆରି ହୋଇନାହିଁ । କାରଣ ଏଠିକାର ଜଳବାୟୁ ସର୍ବଦା ଉଚ୍ଚ ତାପମାତ୍ରାରେ ରହିଥାଏ ।

ତେଣୁ ଚାହା ପିଇବା ଫଳରେ ଆମ ଶରୀରରେ ରହିଥିବା ଗରମକୁ ଏହା ଆହୁରି ଅଧିକ ବଢାଇ ଦେଇଥାଏ । ଯାହା ଫଳରେ ପେଟରେ ଗ୍ୟାସ ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଚାହା ପିଇବା ଫଳରେ ଶରୀରରେ ହଜମ ହେବା ପକ୍ରିୟା ମନ୍ଥର ବା ଧୀର ହୋଇଯାଇଥାଏ । ଚାହାର ଖରାପ ପ୍ରଭାବ ହୃଦୟ ଉପରେ ପଡିଥାଏ । ଯାହା ଫଳରେ ରକ୍ତଚାପ, ହୃଦଘାତ ଭଳି ସମସ୍ୟା ଦେଖା ଦେଇଥାଏ । ବହୁତ ଅଧିକ ଚାହା ପିଇବା ଫଳରେ ଭୋକ ମରିଯାଇଥାଏ ତେଣୁ ଭୋକ ଲାଗେ ନାହିଁ ।

ନିଦ ନ ଆସିବା ପାଇଁ ଲୋକମାନେ ବହୁତ ଅଧିକ ଚାହା ପିଇଥାନ୍ତି ।ଏହା କରିବା ଫଳରେ ଆପଣମାନେ ଧୀରେ ଧୀରେ ମାନସିକ ରୋଗର ଶିକାର ହେବାକୁ ଲାଗନ୍ତି । ଚାହା ପିଇବା ଫଳରେ ସ୍ମରଣ ଶକ୍ତି ମଧ୍ୟ ହ୍ରାସ ପାଇଥାଏ । ଚାହାରେ ଅକ୍ସିଡେଣ୍ଟର ମାତ୍ରା ଅଧିକ ରହିଥାଏ । ତେଣୁ ଏହା କିଡନୀରେ ଷ୍ଟୋନ ହେବାର ଏକ ମୁଖ୍ୟ କାରକ ସାଜିଥାଏ । ଚାହାର ସେବନ ପରସ୍ରା ଇନଫେକସନର କାରଣ ହୋଇଥାଏ । ଅଧିକ ଚାହା ପିଇବା ଫଳରେ ଶରୀରରେ ଜଳର ମାତ୍ର କମି ଯାଇଥାଏ ।

ଚାହାର ଅଭ୍ୟାସ ଛାଡିବା ପାଇଁ ଆପଣ ମାନଙ୍କ ପାଇଁ ଏତେ ସହଜ ହେବ ନାହିଁ । ତେଣୁ ଆପଣ ଗରମ ପାଣିର ସେବନ ଚାହା ଭଳି ଆଗ୍ରହର ସହ ପିଇବାର ଅଭ୍ୟାସ କରନ୍ତୁ । ଆପଣ ଯଦି ବି ଚାହା ପିଉଛନ୍ତି ତେବେ ଦିନକୁ ଥରେ କିମ୍ବା ଦୁଇଥର ପିଅନ୍ତୁ । ଚାହାପତିକୁ ପାଣିରେ ଫୁଟାନ୍ତୁ ନାହିଁ ।

ପାଣି ଫୁଟିବା ପରେ ହିଁ ଗ୍ୟାସ ବନ୍ଦ କରି ସେଥିରେ ଚାହାପତି ପକାଇ ଘୋଡଣି ଘୋଡାଇ ୫ ମିନିଟ ପର୍ଯ୍ୟନ୍ତ ରହିବାକୁ ଦେବେ । ଏହାପରେ ଆପଣ କ୍ଷୀରକୁ ଅଲଗା ଗରମ କରି କପରେ ଢାଳିବେ । ଏହାପରେ ସେହି ଚାହାପତିର ପାଣିକୁ ଆପଣ ଏଥିରେ ମିଶାଇବା ଦରକାର । ଏହିଭଳି ଉପାୟରେ ଚାହା ପ୍ରସ୍ତୁତ କରି ପିଇବା ଜରୁରୀ । ବହୁତ ଅଧିକ ଗରମ ଚାହା ପିଅନ୍ତୁ ନାହିଁ । ଏହା କ୍ୟାନସର ହେବାର ସମ୍ଭାବନା ସୃଷ୍ଟି କରିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *