ସମସ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞ ବିଶ୍ଵାସ କରନ୍ତି ଯେ ହସିବା ଦ୍ଵାରା ଆମର ରୋଗପ୍ରତି ରୋଧକ କ୍ଷମତା ବଢିଥାଏ । ଏହା ଦ୍ଵାରା ରକ୍ତ ସଞ୍ଚାଳନ ଭଲ ହୋଇଥାଏ, ଯାହା ହୃଦରୋଗର ସମ୍ଭାବନାକୁ ହ୍ରାସ କରିଥାଏ | ତେବେ ସେଇଥିପାଇଁ ଆମର ଏହି ଛୋଟିଆ ପ୍ରୟାସ ଯାହା ଦ୍ଵାରା ଆପଣଙ୍କ ମୁହଁରେ ହସ ଆସିବ ଓ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିବ । ତେବେ ଆସନ୍ତୁ ହସିବା ଓ ହସେଇବାର ଏହି ପ୍ରୟାସ ଆରମ୍ଭ କରିବା ।

୧. ସନ୍ତା ନିଜ ସାଙ୍ଗ ବନ୍ତାକୁ କହିଲା
ମୋ ସ୍ତ୍ରୀ ମତେ ଚାକର ଭାବୁଚି କଣ କରିବି କିଛି ବୁଝି ପାରୁ ନାହିଁ ?
ବନ୍ତା କହିଲା – କରିବାର କଣ ଅଛି, ୨ -୪ଟି ଘର ଆଉ ଦେଖି ନିଏ ଓ ନିଜ ରୋଜଗାର ଆରମ୍ଭ କର ।
୨. ଚିତ୍ରଗୁପ୍ତ ଯମରାଜଙ୍କୁ କହିଲେ – ପୃଥିବୀରୁ ଆଜିକାଲି ଲୋକ ଏଠାକୁ ଆସିବା କମ କେମିତି ହୋଇଯାଇଛନ୍ତି ?
ଲାଗୁଛି ତମେ କାମ ଭଲରେ କରୁନ ତମ ରିଟାୟରମେଣ୍ଟ ସମୟ ଆସିଗଲାଣି ।
ଯମରାଜ କହିଲେ – କଣ କରିବା ମୁଁ ମୋ ମଇଁଷି ଉପରେ ବସିକି ଯାଏ ମୋ ପହଞ୍ଚିବା ଆଗରୁ ୧୦୮ ଗାଡି ଆସି ପହଞ୍ଚି ଯାଏ ଓ ଲୋକଙ୍କୁ ନେଇ ପଳାଏ ।

୩. ସନ୍ତାର ପଡୋଶୀ ହସ୍ପିଟଲରେ ମରିଗଲେ
ସନ୍ତା ପଡୋଶୀ ଘରକୁ ଗଲେ ଓ ପଚାରିଲା ବଡି ଆସିଗଲାଣି କି ?
ସେହି ସମୟରେ ଏମ୍ବୁଲେନ୍ସ ଆସିଲା
ସନ୍ତା କହିଲା – ଦେଖ ତ, ବହୁତ ଦିନ ବଞ୍ଚିବ

୪. ଚିଣ୍ଟୁ ନିଜ ସାଙ୍ଗ ପିଣ୍ଟୁକୁ ପଚାରିଲା ତୋ ପାଖରେ ଭି ମୋବାଇଲ ଅଛି ମୋ ପାଖରେ ଭି ମୋବାଇଲ ଅଛି ତେବେ ତୁ ମତେ ଲେଟର କଣ ପାଇଁ ପଠେଇଲୁ ?
ପିନ୍ତୁ କହିଲା – ଓଏ ମୁଁ ତତେ କଲ କରିଥିଲି କିନ୍ତୁ ଗୋଟେ ଝିଅ କହିଲା ପ୍ଳିଜ ଟ୍ରାୟ ଲେଟର ।
୫. ରାତି ଅଧରେ ୩ଟି ସାଙ୍ଗ ମଦ ନିଶାରେ ଗୋଟେ ଟ୍ୟାକସି ଡାକିଲେ ଓ ଘରକୁ ଯିବା ପାଇଁ ବସିଲେ ।
ଟ୍ୟାକ୍ଶି ଡ୍ରାଇଭର ୩ ଜଣକୁ ବସାଇଲା ଓ ଗାଡି ଷ୍ଟାର୍ଟ କଲା, ଟ୍ୟାକ୍ଶି ଠିଆ କରି ଡ୍ରାଇଭର ୩ରୁ ୪ ଥର ଏକ୍ସିଲେରେଟର ମୋଡିଲା ଓ ଗାଡି ବନ୍ଦ କରି କହିଲା – ନିଅନ୍ତୁ ଆପଣଙ୍କ ଘର ଆସିଗଲା ।
ପ୍ରଥମ ବ୍ୟକ୍ତି – ଅଳହେଇଲା ଓ ଟଙ୍କା ଦେଲା
ଦ୍ଵିତୀୟ ଓଲହେଇଲା ଓ ଧନ୍ୟବାଦ ଦେଲା ।
ତୃତୀୟ ବ୍ୟକ୍ତି ଓଲହେଇ ଡ୍ରାଇଭରକୁ ମାରିଲା ଯାହା ପରେ ଡ୍ରାଇଭର ଭାବିଲା ମଦୁଆ ଜାଣି ପାରିଲା ।
ଏହା ପରେ ତୃତୀୟ ମଦୁଆ କହିଲା – ଗାଡି ଧୀରେ ଚଲା ଆଜି ମଣିଷ ମରୁ ମରୁ ବଞ୍ଚିଛି ।

୬. ଗୋଟେ ଦମ୍ପତ୍ତି ହନିମୁନରେ ଗଲେ
ପୁଅଟି ରୋମାଣ୍ଟିକ ହୋଇ କହିଲା -ଡୁପଚିକ ଡୁପଚିକ କରିବା??
ଝିଅଟି କହିଲା- ଆଜି ପର୍ଯ୍ୟନ୍ତ ଅନ୍ୟମାନଙ୍କୁ କେବେ ମନା କରିନି, ଆଉ ତମେ ତୋ ସେମିତି ମୋ ନିଜର!!
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।