ସାବଧାନ! ଆଉ ମାତ୍ର 3 ଦିନ ବାକି, PAN-Aadhar ଲିଙ୍କ ନ କଲେ ଭରିବେ ଜୋରିମାନା… ଦେଖନ୍ତୁ ସମ୍ପୂର୍ଣ୍ଣ ଖବର

ବନ୍ଧୁଗଣ ପ୍ୟାନ କାର୍ଡକୁ ଆଧାର ସହ ଲିଙ୍କ କରିବାକୁ ବାକି ରହିଲା ଆଉ ମାତ୍ର 3 ଦିନ । ମାର୍ଚ୍ଚ 31 ହେଉଛି ଶେଷ ତାରିଖ । ଏହି ତାରିଖ ମଧ୍ୟରେ ଏହି ଜରୁରୀ କାମ ନ କରିଲେ ଆପଣଙ୍କ ପ୍ୟାନ କାର୍ଡ ରଦ୍ଦ ହୋଇଯିବ । ପୁର୍ନବାର ଏହି ପ୍ୟାନ କାର୍ଡକୁ ଦସ୍ତାବିଜ ଭାବେ ବ୍ୟବହାର କରିଲେ ଆପଣଙ୍କ ଉପରେ ଲାଗିପାରେ 10 ହଜାର ଟଙ୍କା ଯାଏଁ ଜୋରିମାନା । ଆୟକର ବିଭାଗ ଏ ନେଇ ସୂଚନା ଜାରି କରି ଲୋକଙ୍କୁ ସତର୍କ କରିଛି ।

ପ୍ୟାନ କାର୍ଡ ଥରେ ବନ୍ଦ ହୋଇଗଲେ ଆର୍ଥିକ ଲେନଦେନ କ୍ଷେତ୍ରରେ ଆପଣଙ୍କୁ ସମସ୍ଯା ହୋଇପାରେ । ଏହା ଦ୍ଵାରା ରିଚୁଆଲ ପଏଣ୍ଟ, ଷ୍ଟକ, ବ୍ଯାଙ୍କ ଆକାଉଣ୍ଟ ଖୋଲିବାରେ ସମସ୍ଯା ହୋଇପାରେ । କାରଣ ଆଜିକା ଦିନରେ ବ୍ଯାଙ୍କ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ରିୟଲ ଷ୍ଟେଟର କୌଣସି ଡିଲ କରିବାରେ ପ୍ୟାନ କାର୍ଡ ନିହଟାଇ ଜରୁରୀ । ଏତିକିରେ ସମସ୍ଯା ସରିବ ନାହି ।

ପ୍ୟାନ କାର୍ଡ ଡିଆକ୍ଟିଭେଟ ହୋଇଯିବା ପରେ ଯଦି ଏହାକୁ କେହି ଡକୁମେଣ୍ଟ ଭାବେ ବ୍ୟବହାର କରନ୍ତି ତେବେ ଆପଣଙ୍କ ଉପରେ ଜୋରିମାନା ଲାଗିପାରେ । ଇନକମ ଟ୍ୟାକ୍ସର ଧାରା 272-ବି ଆଧାରରେ ଆପଣଙ୍କୁ 10 ହଜାର ଟଙ୍କା ଜୋରିମାନା ଭରିବାକୁ ପଡିବ । ଏଥିପାଇଁ ଆପଣ 2023 ମାର୍ଚ୍ଚ 31 ଯାଏଁ 1000 ଟଙ୍କା ଫାଇନ ଦେଇ ଆଧାର ସହ ପ୍ୟାନ ଲିଙ୍କ କରାଇ ଦିଅନ୍ତୁ ।

କାରଣ କେନ୍ଦ୍ରୀୟ ପ୍ରତକ୍ଷ ଶୁଳ୍କ ବୋର୍ଡ 2022 ଜୁନ 30 ପର ଠାରୁ ପ୍ୟାନ ଆଧାର ଲିଙ୍କ କରାଇବାକୁ 1000 ଟଙ୍କାର ଲେଟ ଫାଇନ ଧାର୍ଯ୍ୟ କରିଛି । ଫାଇନ ଦେଇ ପ୍ୟାନ ସହ ଆଧାର ଲିଙ୍କ କରି ହେବ ନାହି । ଆପଣ ଘରେ ବସି ମଧ୍ୟ ଆଧାର ସହ ପ୍ୟାନ ଲିଙ୍କ କରି ପାରିବେ । ଏଥିପାଇଁ ପ୍ରକ୍ରିୟା ହେଉଛି ଇନକମ ଟ୍ୟାକ୍ସ ର ଅଫିସିଆଇ ୱେବ ସାଇଟ www.incometax.gov.in ରେ ଲଗ ଇନ କରନ୍ତୁ ।

କ୍ଵିକ ଲିଙ୍କସ ସେକ୍ସନକୁ ଯାଇ ଲିଙ୍କ ଆଧାର ଉପରେ କ୍ଲିକ କରନ୍ତୁ । ଏଠାରେ ନିଜର ପ୍ୟାନ ନମ୍ବର ଆଧାର ନମ୍ବର ଓ ମୋବାଇଲ ନମ୍ବର ପୂରଣ କରନ୍ତୁ । ଏହା ପରେ I validate my Aadhaar details ର ବିକଳ୍ପ ଚୟନ କରନ୍ତୁ । ଆପଣଙ୍କର ରେଜିଷ୍ଟାର୍ଡ ମୋବାଇଲ ନମ୍ବରରେ ଓଟିପି ନମ୍ବର ଆସିବ । ଏହାକୁ ଲେଖି Validate ଉପରେ କ୍ଲିକ କରନ୍ତୁ ।

1000 ଟଙ୍କାର ଫାଇନ କରିବା ପରେ ଆପଣଙ୍କ ପ୍ୟାନ ସହ ଆଧାର ଲିଙ୍କ ହୋଇଯିବ । ଲିଙ୍କ ପାଇଁ ଆବଶ୍ୟକ ହେଉଥିବା ଫାଇନ ଭରିବାକୁ ଆପଣଙ୍କୁ ପୋଟାଲକୁ ଯିବାକୁ ହେବ । ଏଠାରେ ପ୍ୟାନ ଆଧାର ଋକ୍ଵେଷ୍ଟ ଲିଙ୍କ ପାଇଁ ଚାଳନ ନମ୍ବର ITNS 280 ରେ କ୍ଲିକ କରିବା ପରେ ପ୍ୟାନ ଆଲିକେଶନ କୁ ବାଛନ୍ତୁ । ଏହାକୁ ଶିଂଗଲ ଚାଲାଣରେ ଭରିବକୁ ହେବ ।

ଏଠାରେ ନେଟ ବ୍ୟାକିଙ୍ଗ ବା ଡେବିଟ କାର୍ଡ ପେମେଣ୍ଟ ବାଛିବାକୁ ପଡିବ । ଏଠାରେ ପ୍ୟାନ ନମ୍ବର ଲେଖି ପ୍ରୋସେଇଡ ଉପରେ କ୍ଲିକ କରନ୍ତୁ । ଏହିପରି ପ୍ୟାନ ସହ ଆଧାର ଲିଙ୍କ ହୋଇଯିବ । ତାହେଲେ ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *