ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ନିଶା ମହାରଣା ଅନେକ ସ୍ଟେଜ ସୋ କରୁଛନ୍ତି ଯାହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ନିଶା ଯାତ୍ରା ମଞ୍ଚରେ ଅ-ଶ୍ଳୀ-ଳ ନୃତ୍ୟୁ କରୁଥିବାରୁ ଏହାକୁ ଯାତ୍ରା କଳାକାର ମାନେ ଏହାର ପ୍ରତିବାଦ କରିଛନ୍ତି । ଗତ କାଲି ମଞ୍ଚ ଉପରେ ନିଶା ମହାରଣା ଷ୍ଟେଜରେ ଚଢିଲେ ଅନ୍ୟ କଳାକାର ମାନେ ଚଢିବେ ନାହି ବୋଲି ପ୍ରତିବାଦ ହୋଇଥିଲା ।
ଗତ କିଛି ସମୟ ହେବ ଜଣେ ଯାତ୍ରା ଅଭିନେତ୍ରୀ ନିଶା ମହାରଣାଙ୍କ ବିଷୟରେ ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହା ବିଷୟରେ । ଏହି ଅଭିନେତ୍ରୀ ଜଣକ ଗଣମାଧ୍ୟମ ଆଗରେ କହିଛନ୍ତି “ଦେଖନ୍ତୁ ପ୍ରଥମ କଥା କହିବି କୌଣସି କଳାକାରଙ୍କୁ ମଞ୍ଚ ଉପରେ ଉଠିବାକୁ ମନା କରା ଯାଇ ନାହିଁ ମନା କରା ଯାଇଛି ଅ-ଶ୍ଳୀ-ଳ ଡ୍ୟାନ୍ସ ହେବାକୁ ।
ଯାତ୍ରାରେ ଆଇଟମ ଡ୍ୟାନ୍ସ ହେବନି । କାରଣ ସରକାର ଏହାକୁ ବ୍ୟାନ କରିଛି । ଆମେ ବି ଗୋଟେ ନାରୀ । ଗୋଟେ ନାରୀ ଯେତିକି ସୀମାରେ ରହିବା କଥା ସେ ସେତିକି ସୀମାରେ ରହୁ ନାହାନ୍ତି । ସେତିକି ସୀମା କ୍ରଶ କରୁଛନ୍ତି ବୋଲି ତାଙ୍କୁ ଏଠାରେ ବାରଣ କରା ଯାଇଛି । କେବଳ ପେଣ୍ଡାଲ ନୁହେଁ ଯାତ୍ରା ଜଗତରେ ସେ ଏଣ୍ଟ୍ରି କରି ପାରିବେ ନାହିଁ । ତେଣୁ ଆମର ଯେତିକି ସକ୍ଷମ ଆମେ ପ୍ରତିବାଦ କରିଛୁ ।
ମୁଁ ଆମ ସବୁ କଳାକାରଙ୍କୁ ଆଉ ଦର୍ଶକ ମାନଙ୍କୁ ଅନୁରୋଧ କରିବି ଏ ଘଟଣାକୁ ଆପଣ ଆଗକୁ ନିଅନ୍ତୁ । ଆଉ ଆଗକୁ ଯେମିତି ଅ-ଶ୍ଳୀ-ଳ ନୃତ୍ୟ ଆଉ ହେଇ ପାରିବ ନାହିଁ । ଆଗରୁ ଏ ସବୁ ନ ଥିଲା । ଆଗରୁ ଯାତ୍ରା ଗୋଟେ ସିଷ୍ଟମରେ ଚାଲି ଥିଲା । ଆପଣ ମାନେ ଯେତେବେଳେ କହୁଛନ୍ତି ରେକର୍ଡ ଡ୍ୟାନ୍ସ ନେକେଡ ହେଉଛି ଏବେ ସେ ସବୁ ବନ୍ଦ ହେଇ ଯାଇଛି । ଗୋଟେ ଝିଅ ଯେତିକି ଲିମିଟରେ ରହିବା କଥା ସେତିକି ରହିବ କଥା ।
ଆମେ ବି ନାରୀ ନା ଆମେ ବି ଶହ ଶହ ପୁରୁଷ ଙ୍କ ଭିତରେ ରହୁଛୁ ଆମକୁ କେମିତି ଲାଗୁଥିବ । ଆମେ ଆମ କଳାକାର ଙ୍କ ମୁହଁ କୁ ଚାହିଁ ପାରୁନୁ । ଆମ ପୂର୍ବ ପୁରୁଷ ମାନେ ଯେବେ ଯାତ୍ରାରେ ଅଭିନୟ କରୁଥିଲେ ସେତେବେଳେ ଝିଅ ମାନେ ନ ଥିଲେ । ସେମାନେ ଝିଅ ବେଶରେ ଅଭିନୟ କରୁଥିଲେ ଷ୍ଟେଜରେ । ସେତେବେଳେ ଦର୍ଶକ ସୁନ୍ଦର ଭାବେ ଗ୍ରହଣ କରିପାରୁ ଥିଲେ । ମୁଁ ଗୋଟେ ନାରୀ ମୁଁ ବି ପ୍ରତିବାଦ କରୁଛି ।
ମୁଁ କହୁଛି ଯଦି ନିଶା ମହାରଣାର ସାହସ ଅଛି ସେ ମୋ ସାମନାକୁ ଆସୁ ତାର ଔକାତ୍ କେତେ ମୁଁ ତାକୁ ଦେଖେଇବି । ଏଇଠି ଗୋଡାଇ ଗୋଡାଇ ପିଟିବି କେହି ପିଠିରେ ପଡିବେନି” । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।