ମଇ ମାସରେ ଏହି ତିନୋଟି ବଡ ଗ୍ରହ କରିବାକୁ ଯାଉଛନ୍ତି ବଡ ରାଶି ପରିବର୍ତନ, ଜାଣନ୍ତୁ କଣ ହେବ ଏହା ଦ୍ଵାରା

ମଇ ମାସ ସମସ୍ତଙ୍କ ପାଇଁ ବହୁତ ବିଶେଷ ସମୟ ଅଟେ, ମଇ ମାସରେ ସୂର୍ଯ୍ୟ, ମଙ୍ଗଳ ଏବଂ ବୁଧ ଗ୍ରହ ରାଶି ପରିବର୍ତନ କରିବାକୁ ଯାଉଛନ୍ତି, ଏହା ସହ ଗୁରୁ, ଶୁକ୍ର ଏବଂ ଶନି ନିଜ ଚାଲି ବଦଳିବେ ତେବେ ଏହି ଗ୍ରହ ଏହି ମାସରେ ବକ୍ରୀ ହୋଇବେ । ଗ୍ରହ ବକ୍ରୀ ଏବଂ ମାର୍ଗି ହବା ସବୁ ରାଶିଙ୍କ ଉପରେ ନିଜ ପ୍ରଭାବ ପକାଇଥାଏ । ଏହା ଦ୍ଵାରା ଆମ ନୀତିଦିନର ଜୀବନ ମଧ୍ୟ ପ୍ରଭାବିତ ହୋଇଥାଏ । ତେବେ ଏହା କଣ ପ୍ରଭାବ ପକେଇବ ଆସନ୍ତୁ ଜାଣିବା ।

ମଙ୍ଗଳ କୁମ୍ଭ ରାଶି ରେ ଗୋଚର : ୪ ମଇ ୨୦୨୦

ସାହସ ଏବଂ ପରାକ୍ରମ ପ୍ରତୀକ ମଙ୍ଗଳ ଗ୍ରହ ୪ ମଇକୁ କୁମ୍ଭ ରାଶିରେ ପ୍ରବେଶ କରିବ, ଏଠି ଏହା ୧୮ ଜୁନ ପର୍ଯ୍ୟନ୍ତ ରହିବ, ମଙ୍ଗଳ ଗ୍ରହ ମେଷ ଏବଂ ବିଛା ରାଶି ସ୍ଵାମୀ କୁହା ଯାଇଥାଏ । ମକର ରାଶି ମଙ୍ଗଳ ଉଚ୍ଚ ରାଶି ଅଟେ, ତେବେ କର୍କଟ ଏହାର ତଳ ରାଶି ଅଟେ, ସୂର୍ଯ୍ୟ, ଚନ୍ଦ୍ର ଏବଂ ଗୁରୁ ଏହାର ମିତ୍ର ଅଟନ୍ତି, ବୁଧ ସହ ମଙ୍ଗଳ ଶତ୍ରୁତା ଅଟେ । ତେବେ ଶୁକ୍ର ଏବଂ ଶନି ଗ୍ରହ ସମ ଅଟନ୍ତି, ମଙ୍ଗଳ ୨୨ ମାର୍ଚ ୨୦୨୦ ଠାରୁ ମକର ରାଶି ରେ ଅଛନ୍ତି, ଏହା ପରେ ମଙ୍ଗଳ କୁମ୍ଭ ରାଶି ରେ ଗୋଚର କରିବେ, କୁମ୍ଭରେ ମଙ୍ଗଳ ୧୮ ଜୁନ ୨୦୨୦ ପର୍ଯ୍ୟନ୍ତ ରହିବେ ।

ବୁଧ ବୃଷ ରାଶି ରେ ଗୋଚର କରିବେ – ୯ ମଇ ୨୦୨୦

ସୋମ୍ୟ ଗ୍ରହ ବୁଧ ୯ ମଇ କୁ ବୃଷ ରାଶି ରେ ଗୋଚର କରିବେ, ଏହି ସମୟ ବୁଧ ମେଷ ରାଶି ରେ ଗୋଚର କରିଛନ୍ତି, ୨୫ ଏପ୍ରିଲ ରେ ବୁଧ ମେଷ ରାଶି ରେ ପ୍ରବେଶ କରିଥିଲେ । ଏହା ପରେ ବୁଧ ବୃଷ ରାଶି ରେ ପ୍ରବେଶ କରିବେ, ବୃଷ ରାଶି ଲୋକଙ୍କୁ ଏହାର ଲାଭ ପ୍ରାପ୍ତ ହବ, ବୁଧ ଏହି ରାଶି ରେ ୨୫ ମଇ ପର୍ଯ୍ୟନ୍ତ ରହିବେ ଏହା ପରେ ବୁଧ ମିଥୁନ ରାଶି ରେ ଗୋଚର କରିବେ, ଯାହା ତାଙ୍କ ସ୍ଵରାଶି ଅଟେ ।

ସୂର୍ଯ୍ୟ ବୃଷ ରାଶି ରେ ଗୋଚର ୧୪ ମଇ ୨୦୨୦

ଏହି ସମୟ ସୂର୍ଯ୍ୟ ଦେବ ନିଜ ଉଚ୍ଚ ରାଶି ମେଷରେ ଗୋଚର କରୁଛନ୍ତି, ମେଷ ରାଶି ରେ ସୂର୍ଯ୍ୟ ଗୋଚର ୧୩ ଏପ୍ରିଲ କୁ ହେଇଥିଲା, ସୂର୍ଯ୍ୟ ଏହା ଉଚ୍କ ରାଶି ଅଟେ, ଏହି ରାଶିକୁ ଛାଡି ୧୪ ମଇକୁ ସୂର୍ଯ୍ୟ ବୃଷ ରାଶି ରେ ପ୍ରବେଶ କରିବେ, ଏଠାରେ ସୂର୍ଯ୍ୟ ଦେବ ୧୫ ଜୁନ ୨୦୨୦ ପର୍ଯ୍ୟନ୍ତ ରହିବେ ।

ଏହି ସବୁ ଗ୍ରହ ଚଳନ ଫଳରେ ଆପଣଙ୍କୁ ଅନେକ କିଛି ଭିଗା କରିବାକୁ ପଡିବ । କିଛି ରାଶି ଉପରେ ଏହା ଭଲ ପ୍ରଭାବ ପକାଇ ପାରେ ତ କାହା ଉପରେ ଖରାପ । ତେବେ ଏହା ଆପଣଙ୍କ ମହଦଶା ଓ ଅନ୍ତର୍ଦଶାକୁ ନେଇ ଗଣନା କରାଯାଏ । ତେବେ ଏ ବିଷୟରେ ଜାଣିବା ପାଇଁ ଆପଣ କୌଣସି ଜ୍ୟୋତିଷଙ୍କୁ ପଚାରି ପାରିବେ । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *