ମିଛି ମିଛିକା ବିଷ, ନେଇ ଗଲା ଜୀବନ.. ଆଶାରେ ହିଁ ରହିଲା ସିନ୍ଦୁର ଆଶା! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ପ୍ରେମ ହେଉଛି ଏମିତି ଏକ ଶବ୍ଦ ଯାହା ଥରେ ଜୀବନରେ ହେଲେ ମଣିଷ କିଛି ବି କରିପାରେ । ପ୍ରେମରେ ପଡିଲେ ମଣିଷ ସବୁ କିଛି ବିଶ୍ଵାସ କରିଥାଏ ଆଉ ଏମିତି କିଛି କାମ କରିଥାଏ ଯାହା ତାର ପୁରା ଜୀବନକୁ ବଦଳାଇ ରଖି ଦେଇଥାଏ । ତେବେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ପ୍ରେମିକ ଆକାଶ କହିଥିଲା ପ୍ରିୟଙ୍କା ଙ୍କର ମଥାରେ ଓଢଣୀ ଏବଂ ସିନ୍ଦୁର ଦେବ ତଥା ହାତରେ ଶଙ୍ଖା ଏବଂ ଚୁଡି ଦେଇ ତା ଘରକୁ ବୋଧୂ କରି ନେଇଯିବ ।

ମାତ୍ର ଏହି ସବୁରେ ବାଧକ ସାଜୁଥିଲା ପାରିବାରିକ କଳହ । ସେ ପୁଅକୁ ଗ୍ରହଣ କରୁ ନ ଥିଲେ ଅଥବା ସେ ପୁଅ ଘର ଲୋକେ ଝିଅକୁ ମଧ୍ୟ ଗ୍ରହଣ କରୁ ନ ଥିଲେ । ଆମେ ଚେଷ୍ଟା କରୁଥିଲେ କିଭଳି ଉଭୟ ଉଭୟ ଙ୍କ ପରିବାରକୁ ବୁଝାଇବେ । ଆଉ ମୁଁ ତାଙ୍କ ଘରକୁ ବୋହୁ ହୋଇକି ଯିବି ଏବଂ ସେଥିପାଇଁ ଏକ ମିଛି ମିଛିକା ବିଷ ବୋତଲ ଆଣି ପୁଅ ଝିଅ ହାତରେ ଧରାଇ ଦେଲେ ।

ଆଉ କହିଲା ଏହା ହେଉଛି ଡୁପ୍ଳିକେଟ ବିଷ ତଥା ଏହାକୁ ପିଇଲେ ଜୀବନ ଜୀବ ନାହିଁ । ଘର ଲୋକଙ୍କ ଆଗରେ ପିଇ ନାଟକ କରିଲେ ଘର ଲୋକେ ନିହାତି ରାଜି ହୋଇଯିବେ । ଆଉ ତା ପରେ ବେଦୀ ଉପରେ ହୋମ ନିଆଁକୁ ସାକ୍ଷୀ ରଖି ଉଭୟ ସାଥି ହୋଇଯିବେ । ଆଉ ଝିଅ ବି ପୁଅ କଥାରେ ବିଶ୍ଵାସ କରି ଯାଇଥିଲା ।

କେମିତି ବା ବିଶ୍ଵାସ ନ କରି ମନ ଦେଇ ହୃଦୟ ଦେଇ ପରା ଭଲ ପାଉଥିଲା ଆଉ ସତ ସତିକା ଘର ଲୋକଙ୍କ ଆଗରେ ଝିଅଟି ବିଷ ପିଇ ଦେଇଥିଲା । ବାସ ତା ପରେ ବାଲେଶ୍ଵର ଡାକ୍ତରଖାନା ଆଉ ତା ପରେ ଅଧିକ ଗୁରୁତର ହେବାକୁ କଟକ ଘରୋଇ ମେଡିକାଲରେ ଆଉ ଶେଷରେ ଆଖି ବୁଝି ଦେଲା ପ୍ରେମିକା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଔପଦା ଥାନା ଅଧୀନ ଫତେପୁର ଗ୍ରାମରେ ।

ଏହି ଗ୍ରାମର ପ୍ରହଲ୍ଲାଦ ସିଂହଙ୍କ ଝିଅ ପ୍ରିୟଙ୍କା ପ୍ରିୟଦର୍ଶନୀ ସେହି ଗ୍ରାମର ଭଗବାନ ଲେଙ୍କାଙ୍କର ୨୮ ବର୍ଷୀୟ ପୁଅ ଆକାଶ ଲେଙ୍କା ଙ୍କୁ ଦୀର୍ଘ ୨ ବର୍ଷ ହେବ ଭଲ ପାଉଥିଲେ । ଉଭୟ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା, ଆଉ ସେହି ପ୍ରେମକୁ ବାସ୍ତବତାର ରୂପ ଦେବା ପାଇଁ ଏଭଳି ଏକ ଅଘଟଣ ଘଟିଥିବା ଝିଅ କୁଆଡେ ପରିବାର ଲୋକଙ୍କୁ କହିଛିଲା ।

ଏବଂ ଝିଅର ମୃ-ତ୍ୟୁ ପରେ ପରିବାର ଲୋକେ ଆକାଶ ନାମରେ ଔପଦା ଥାନାରେ ଆକାଶ ନାମରେ ଅଭିଯୋଗ କରିଛନ୍ତି । ତେବେ ପ୍ରିୟଙ୍କା ପାଖକୁ କେମିତି ବିଷ ଗଲା ? ସତରେ କଣ ଆକାଶ ପ୍ରିୟଙ୍କାଙ୍କୁ ବିଷ ଦେଇଥିଲା ନା ଏହି ଘଟଣା ପଛରେ ଆଉ କିଛି ସତ ଲୁଚି ରହିଛି ?

ଏ ନେଇ ଝିଅର ମା କହିଛନ୍ତି ପ୍ରେମିକକୁ ଫାଶୀ ଦିଆଯାଉ । ପୋଲିସ ତଦନ୍ତ କରିବା ପରେ ଏହି ମାମଲାର ସତ ସାମନାକୁ ଆସିବ ବୋଲି କୁହା ଯାଉଛି । ବନ୍ଧୁଗଣ ଏହି ଘଟଣା ଉପରେ ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *