ଏକା ସାଙ୍ଗରେ ଚାଲିଗଲା 3 ସାଙ୍ଗଙ୍କ ଜୀବନ, ମଲା ପରେ ବି ମଶାଣୀରେ ହେଲେ ଏକାଠି…. ସମ୍ପୂର୍ଣ୍ଣ ଘଟଣା ଜାଣି ଆପଣଙ୍କ ଆଖିରେ ଆସିଯିବ ଲୁହ

ନମସ୍କାର ବନ୍ଧୁଗଣ, ଛାତି ଫଟାଇ କାନ୍ଦୁଛନ୍ତି ସମସ୍ତଙ୍କ ଆଖିରେ ଲୁହ ସମସ୍ତେ ଚିତ୍କାର କରି କାନ୍ଦୁଛନ୍ତି । ଗାଁ ସାରା ସ୍ତବ୍ଧ ହୋଇ ଯାଇଛି । କାଲିଠାରୁ କାହା ଘରେ ଚୁଲି ଜଳି ନାହି କି ପେଟକୁ ପାଣି ବୁନ୍ଦାଏ ଯାଇ ନାହି । ପୁରା ଗାଁ ରେ ଶୋକାକୁଳ ପରିବେଶ । ବଜ୍ରାଘାତରେ ୩ ଜଣ ପ୍ରାଣ ହରାଇବା ପରେ ମୃତକଙ୍କ ପରିବାରକୁ କାନ୍ଦିବା ସହ ୩ ସାଙ୍ଗକୁ ହରାଇ ଗାଁ ବି କାନ୍ଦୁଛି । କାହା ଆଖିରୁ ଲୁଚ ସୁଖୁ ନାହି କି କାହାର କାନ୍ଦ ବୋବାଳିର ଶବ୍ଦ ବନ୍ଦ ହେଉ ନାହି । ଜୀବନ ଥିବା ବେକେ ଯେମିତି ସାଙ୍ଗ ହେଉଥିଲେ ମୃତ୍ୟୁ ପରେ ବି ସେମିତି ରହିଲେ ।

ଯମ ସିନା ଜୀବନ ନେଇଗଲା କିନ୍ତୁ ସେମାନଙ୍କର ବନ୍ଧୁତା ଆଗରେ ମୁଣ୍ଡ ନୂଆଁଇଲା ନାହି । ଏକାଠି ବୁଲୁଥିଲେ ଏକାଠି ମଣିଷ ବି ଗଲେ । ଆଉ ଏମିତି ବନ୍ଧୁତା ସେମାନଙ୍କର ଗୋଟେ ଜୁଇରେ ୩ ଜଣ ଜଳିଲେ । ବୟସର ତାରତମ୍ୟ ଥିଲା କିନ୍ତୁ ସେମାନେ ସାଙ୍ଗ ଥିଲେ । ପ୍ରଶାନ୍ତ, କାହ୍ନୁ ଓ ଚନ୍ଦନ ସବୁ ଦିନ ପାଇଁ ଦୁନିଆ ଛାଡି ଚାଲିଯିବା ପରେ କାନ୍ଦ ବୋବାଳିରେ ଫାଟି ପଡୁଛି ବଲାଙ୍ଗୀର ଜିଲ୍ଲା ନୃଶିଙ୍ଘ ଜଡାପଣ୍ଡା ଗାଁ । ବୁଧବାର ଅପରାହ୍ନରେ ୩ ସାଙ୍ଗ ଗାଁ ପୋଖରି ଆଡେ ବୁଲିବାକୁ ଯାଇଥିଲେ ହଠାତ ସେହି ସମୟରେ ବର୍ଷା ହୋଇଥିଲା ।

ବର୍ଷାରୁ ରକ୍ଷା ପାଇବାକୁ ଗଛ ମୂଳେ ଆଶ୍ରୟ ନେଇଥିଲେ ୩ ସାଙ୍ଗ । ମାତ୍ର ସେହି ସମୟରେ ଆକାଶରୁ ବଜ୍ର ପଡିଥିଲା ମୁଣ୍ଡ ଉପରେ ମୃତ୍ୟୁ ବସି ରହିଥିଲା । ଆଉ ସେଠାରେ ୩ ଜଣଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା । ସାଙ୍ଗ ମାନେ ନ ଫେରିବାରୁ ଆଉ ଜଣେ ଘଟଣା ସ୍ଥଳକୁ ଯାଇ ଦେଖିଥିଲେ ୩ ଜଣ ଗଛ ତଳେ ପଡିଛନ୍ତି ଆଉ ସଙ୍ଗେ ସଙ୍ଗେ ହସପିଟାଲକୁ ନିଯାଇଥିଲା । ଆଉ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୩ଟି ଜୀବନ କାଳରେ ଚାଲିଗଲା ଯାହା ପୁରା ଗାଁ କୁ ସ୍ତବ୍ଧ କରି ରଖି ଦେଇଛି ।

୩ ପିଲାଙ୍କୁ ହରାଇ ପୁରା ପରିବାରର କାନ୍ଦୁଛି କାହା ଆଖିରୁ ଲୁହ ସୁଖୁ ନାହି । ମେଡିକାଲ ରୁ ସବୁ ଆଡେ ଶୋକର ଶୁନଶାନ ହୋଇଛି । ସବ ବ୍ୟବଛେଦ ପରେ ଗାଁ ମଶାଣିରେ ୩ ଜଣଙ୍କୁ ଗୋଟେ ଜୁଇ ରେ ଏକାଠି ଅନ୍ତିମ ସଂସ୍କାର କରା ଯାଇଛି । ୩ ଜଣଙ୍କ ମଧ୍ୟରୁ କାହାର ବୟସ ୨୭ ବର୍ଷ ତ ଆଉ କାହାର ୨୦ ବର୍ଷ ତ ଆଉ ଜଣଙ୍କର ୧୨ ବର୍ଷ ଥିଲା ।

କିଏ ଘରର ରୋଜଗାରିଆ ପୁଅ ଥିଲା ଆଉ କିଏ ପରିବାରର ଏକମାତ୍ର ପୁଅ ଥିଲା । ଗୋଟେ ପରେ ୩ ଜଣ ସାଙ୍ଗଙ୍କ ଗୋଟେ ଜୁଇ ରେ ସବ ଜଳୁଛି ଅନ୍ୟ ପକ୍ଷେ ମୃତ୍ୟୁର ସାକ୍ଷୀ ପାଲଟିଥିବା ଗଛ ମୂଳେ ଏବ ବି ପଡି ରହିଛି ସେମାନଙ୍କର ଚପଲ ।

ଯାହା ଜୀବନ ଚାଲିଯିବାର ଉଭୟକୁ ପରିବାରକୁ ଦର୍ଶାଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମାତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *