ହୃଦୟଥରା ଦୃଶ୍ୟ, ଗଛ କାଟି ଦେବାରୁ ପକ୍ଷୀ ମାନଙ୍କ ସହ ଯାହା ହେଲା ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଥରେ ଏହି ଭିଡିଓ ଉପରେ ନଜର ପକାନ୍ତୁ । ଏହି ଭିଡିଓ ରେ ଗଛ ଟି କିପରି ଭୁସୁଡି ଯାଉଛି ଆଉ ସେଠାରେ ଆଶ୍ରୟ ନେଇଥିବା ପକ୍ଷୀ ମାନଙ୍କର ଜୀବନ ଚାଲି ଯାଇଛି । ମଣିଷର ସ୍ଵାର୍ଥ ପାଇଁ ଗଛ ଟି କାଟି ଦେଲେ ସତ କିନ୍ତୁ ନିରୀହ ପକ୍ଷୀ ଗୁଡିକ ରାସ୍ତା ରେ ପଡି ଶବ୍ଦ କରୁଛନ୍ତି ଆଉ ବସ ହରା ହୋଇ ଯାଇଛନ୍ତି । କିଛି ପକ୍ଷୀ ଶବ୍ଦ କରି ଉଡିଗଲେ ତ ଆଉ କିଛି ପକ୍ଷୀ ଗଛରୁ ପଡି ଟଳିଗଲେ । ଏ ଗଛ ସିନା ଗୋଟେ ଥିଲା କିନ୍ତୁ ଏଠାରେ ଜୀବନ ଅନେକ ଥିଲା ।

କିନ୍ତୁ ନିଜ ସ୍ଵାର୍ଥ ପାଇଁ ଗଛ କଟୁଥିବା ମଣିଷ ଟି ଭୁଲି ଯାଇଛି ଯେ ଯେଉଁ ଗଛ ପ୍ରକୃତି ଦେଇଛି ସେଥିରେ କେବଳ ମଣିଷର ହକ ନାହି ବରଂ ସଂସାର ପ୍ରତେକ ଜୀବଙ୍କର ସମାନ ହକ ଅଛି । ବାସ୍ତବରେ ପ୍ରକୃତି ପାଇଁ ସମସ୍ତେ ସମାନ ଛୁଆ କିନ୍ତୁ କଣ ହେବ ପକ୍ଷୀ ମାନେ ପାଟି ଫିଟାଇ କହିପାରେ ନାହି । ମଣିଷ ନିରୀହ ପରଣୀ ଙ୍କ ଉପରେ ହୁକୁମ କରୁଛି ଏହି ଘଟଣା ରୁ ସ୍ପଷ୍ଟ ବାରୀ ହେଉଛି ।

ଦୁର୍ବଳ ଉପରେ ସବଳ ହୋଇ ମଣିଷ ମନ ଇଚ୍ଛା ଅତ୍ୟାଚାର କରୁଛି । ଏହି ଭିଡିଓ ରେ ତଳେ ପଡି ଯାଇଥିବା ଗଛକୁ ଏବେ ବି କିଛି ପକ୍ଷୀ ଜାବୁଡି ଧରିଛନ୍ତି ଆଉ ନିଜର ଜୀବନର ଭିକ୍ଷା କରୁଛନ୍ତି ସତେ ଏପରି ମନେ ହେଉଛି । ବୋଧ ହୁଏ ଏହି ଆଶା ରେ କାଳେ ତାଙ୍କର ଏମିତି ଶୋଚନୀୟ ଅବସ୍ଥା ଦେଖି ମଣିଷର ଦାୟ ହେବ କି ?

ଏହି ଆଶା ରେ ଯେ ନିଜ ପାଟିକୁ କାଠି ରେ ଯୋଡିକି ତିଆରି କରିଥିବା ବସା କୁ ଛାଡି କୁଆଡେ ଜୀବ ନାହି ବରଂ ରହିଲେ ଏଠାରେ ରହିବ ମରିଲେ ବି ଏଠାରେ ମରିବ । ଜାଗା ଛାଡିବାର ଦୁଖ ସମସ୍ତଙ୍କୁ ହୋଇଥାନ୍ତି କିନ୍ତୁ ଦୁଖର ବିଷୟରେ ମଣିଷ ଏ କଥା କହି ପାରୁଛି କିନ୍ତୁ ଏ ନିରୀହ ପକ୍ଷୀ ମାନେ କହିପାରୁ ନାହାନ୍ତି । କହିବାକୁ ଗଲେ ଭୂମି ହିନ ଲୋକଙ୍କ ସହ ସରକାର ଯୋଜନା କରୁଛନ୍ତି କିନ୍ତୁ ଏହି ପକ୍ଷୀ ମାନଙ୍କ ପାଇଁ କିଛି ବି ଯୋଜନା ନାହି ।

ଏମାନେ ବି ସରାକରଙ୍କ ଠାରୁ କିଛି ପାଉ ନାହାନ୍ତି କେବଳ ପକ୍ଷୀ ମାନେ ଆସା କରୁଛନ୍ତି ପ୍ରକୃତି ମା ତାଙ୍କୁ ଯାହା ଦେଇଛି ତାହା କେହି ଯେମିତି ଛଡାଇ ନ ନିଅନ୍ତୁ । ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଘଟଣା ଟି ଘଟିଛି କେରଳ ରେ ଯାହା କିଛି ସେକେଣ୍ଡ ରେ ହେଲେ ମଧ୍ୟ ସମସ୍ତଙ୍କ ମନରେ ଦୁଖ ଦେଇ ଯାଇଛି । ସତରେ ମଣିଷ ମାନେ ଏତେ ସ୍ଵାର୍ଥପର କେମିତି ହୋଇ ପାରୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *