ମୋ ବାପା ଦେଶ ଚଳାନ୍ତି, ପିଲାଟି କଥା ଶୁଣିଲେ ଆପଣଙ୍କ ଆଖିରେ ବି ଆସିବ ଲୁହ- ରତନ ଟାଟା ବି ସେୟାର କରିଥିଲେ ଭିଡିଓ

ସୋସିଆଲ ମିଡିଆରେ କେତେ ଭିଡିଓ ଭାଇରାଲ ହେଉଛି । କିଛି ଭିଡିଓ ଫନୀ ହୋଇଥାଏ ତ କିଛି ସେନ୍ସିଟିଭ ହୋଇଥାଏ । କିଛିଦିନ ଆଗରୁ ହିଁ ଗୋଟେ ସନ୍ଦେଶ ଯୁକ୍ତ ଭିଡିଓ ଭାଇରାଲ ହେଉଛି । ଏ ଭିଡିଓ ଟିର ଗୋଟେ କ୍ଲାସର ପିଲା ତାଙ୍କ ବାପାଙ୍କ ପ୍ରଫେଶନ ବିଷୟରେ କହିବାର ନଜର ଆସିଥିଲା । ଆସନ୍ତୁ ଜାଣିବା ଏଭିଡିଓ ଟି ମଧ୍ୟମରେ ପିଲାଟି କଣ କହିବାକୁ ଚାହୁଁଛି ।

ମୋ ବାପା ଦେଶ ଚଳାନ୍ତି :

ପିଲାଟିର ଏଇ ଡାଇଲଗ ମୋ ବାପା ଦେଶ ଚଳାନ୍ତି ସହିତ ଭିଡିଓଟି ଆରମ୍ଭ ହୋଇଛି । ପିଲାଟି କହୁଚି ତାଙ୍କ ବାପା କୌଣସି ଡାକ୍ତର,  କି ଇଞ୍ଜିନିୟର, କି ନେତା ନୁହନ୍ତି, ହେଲେ ସମ୍ପୂର୍ଣ୍ଣ ଦେଶକୁ ଚଳାନ୍ତି । ଯଦି ତାଙ୍କ ବାପା କାମ ନକରନ୍ତି ତ ସମ୍ପୂର୍ଣ୍ଣ ଦେଶ ବନ୍ଦ ହେଇଯିବ, ନା ପିଲା ସ୍କୁଲକୁ ନା ଡାକ୍ତର ହସ୍ପିଟାଲ କୁ, ନା ମନ୍ତ୍ରାଳୟ କେହି କେଉଁଠିକୁ ଯାଇପାରିବେନି । ଏଇ ଭିଡିଓ ଟିରେ ପିଲାଟିର ବାପାଙ୍କୁ ସଫା କର୍ମଚାରୀ ଦେଖାଯାଇଛି । ଏହା ମାନେ ଯାହାକୁ ଲାଟିନ ଟାଙ୍କି ସଫା କରିବା ପାଇଁ ମଳମୁତ୍ର ଟାଙ୍କି ଭିତରକୁ ଯିବାକୁ ପଡିଥାଏ ।

ଭିଡିଓ ଦ୍ଵାରା ପିଲାଟି ଦେଶବାସୀଙ୍କୁ ବୁଝାଇଛନ୍ତି ଓଦା ଓ ସୁଖିଲା ଆବର୍ଜନାକୁ ଅଲଗା ନକରିବା କାରଣରୁ ତାଙ୍କ ବାପାଙ୍କୁ ଆବର୍ଜନା,ଲାଟିନ ଟାଙ୍କି, ବେମାର ଭିତରକୁ ଯିବାକୁ ପଡିଥାଏ । ଏଥିପାଇଁ ବାପା କେତେ ଥର ବେମାର ରେ ପଡିଛନ୍ତି । ପିଲାଟି କହିଛି ଏମିତିବି ଥରେ ଥରେ ଲାଗେ ବାପା ଆଉ ବଞ୍ଚିବେନି ।

ପିଲାଟି ଲୋକଙ୍କୁ ଅନୁରୋଧ କରି କହିଛି ଯେ ମୋ ବାପାଙ୍କୁ ବଞ୍ଚାଅ ଓ ଦେଶକୁ କେବଳ ମୋ ବାପାଙ୍କ ଦାୟିତ୍ଵ ରେ ଚଲାନ୍ତୁନି । କାରଣ ଦେଶରେ ରହୁଥିବା ସବୁ ନାଗରିକ ଦେଶ ପ୍ରତି ଉତ୍ତରଦାୟୀ ଅଟନ୍ତି । ପିଲାଟି କହିଛି ଯେ ଦେଶ କୁ ଦେଶର ସବୁ ଲୋକ ଚଲେଇଥାନ୍ତି । ଏ ଭିଡିଓଟି 2 ମିନିଟର ହେଲେବି ଗୋଟେ ବିଶେଷ ସନ୍ଦେଶ ଦେଉଛି ।

ରତନ ଟାଟାବି ସେୟାର କରିଥିଲେ –

ଟାଟା ଟ୍ରଷ୍ଟର ଚେୟରମେନ ରତନ ଟାଟା ନିଜ ଇନଷ୍ଟଗ୍ରାମରେ ସେୟାର କରିଥିଲେ ।

 

View this post on Instagram

 

In Mumbai, a city of 23 million, only 50,000 individuals are employed as sanitation workers. They are working in difficult conditions every single day to tackle the enormous amount of waste that Mumbai generates. As a @tata_trusts initiative, Mission Garima is working to provide safe, hygienic and humane working conditions for sanitation workers who are severely affected doing the unimaginable for the city so that we may find it clean! #TwoBinsLifeWins is a campaign urging citizens to segregate their biodegradable and non-biodegradable waste to help reduce the burden on these hardworking men and women. The links below will help you dispose of your waste responsibly and support our initiative. After all, this country is run by each one of us. https://www.tatatrusts.org/ #TwoBinsLifeWins

A post shared by Ratan Tata (@ratantata) on

Leave a Reply

Your email address will not be published. Required fields are marked *