ମୃତ୍ୟୁ ପରେ ଶବ କୁ କାହିଁକି ଏକା ଛଡ଼ାଯାଏ ନାହିଁ ? Garuda Purana

ବନ୍ଧୁଗଣ ଏହା ସତ୍ୟ କି ଯିଏ ଏ ଦୁନିଆରେ ଜନ୍ମ ନେଇଛି ତାର ମୃତ୍ୟୁ ନିଶ୍ଚିନ୍ତ । ପୃଥିବୀ ଲୋକରେ ଯାହା ଚିରନ୍ତନ ସତ୍ୟ ଅଛି ତାହା ହେଉଛି ମୃତ୍ୟୁ । ଏହା ପରେ ବି କିଛି ଲୋକ ମୃତ୍ୟୁ କୁ ସତ୍ୟ ମାନନ୍ତି ନାହିଁ । ହିନ୍ଦୁ ଧର୍ମ ଅନୁଯାୟୀ ମଣିଷର ମୃତ୍ୟୁ ପରେ ଶବ କୁ ପୋଡି ଦିଆଯାଏ । ଏମିତିକି ସୂର୍ଯ୍ୟାସ୍ତ ପରେ ବ୍ଯକ୍ତିର ମୃତ୍ୟୁ ହେଲେ ତାର ଅନ୍ତିମ ସଂସ୍କାର ପର ଦିନ ହୋଇଥାଏ । ମୃତ୍ୟୁ ପରେ ଶବ କୁ ଏକା ଛଡ଼ାଯାଏ ନାହିଁ । ଏହା ପଛରେ ବିଶେଷ କାରଣ ରହିଛି । ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ ।

ପୌରାଣିକ କଥା ଅନୁଯାୟୀ ଯଦି କୌଣସି ପ୍ରାଣିର ମୃତ୍ୟୁ ସୂର୍ଯ୍ୟାସ୍ତ ପରେ ଶବ ଦାହ ପର ଦିନ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ପଞ୍ଚକ ସମୟରେ ହୁଏ ସେହି ବ୍ଯକ୍ତିର ଦାହ ସଂସ୍କାରରେ ବିଳମ୍ବ କରାଯାଏ । ଗରୁଡ ପୂରଣ ଅନୁଯାଯାଇ ଏହି ଦୁଇ ସମୟରେ କୌଣସି ବ୍ୟକ୍ତି ଙ୍କ ଶବ କୁ ପୋଡାଯାଏ ତେବେ ସେହି ପ୍ରାଣୀ କୁ ମୋକ୍ଷ ପ୍ରାପ୍ତ ହୁଏ ନାହିଁ । ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ରାତି ସମୟରେ ହୁଏ ଶବ କୁ ଘରେ ରଖାଯାଏ ।

ଓ ପ୍ରାତଃ କାଳ ହେବ ଯାଏଁ ଅପେକ୍ଷା କରାଯାଏ । ଏହି ସମୟରେ ମୃତ ଶରୀରକୁ ଏକା ଛଡାଯାଏ ନାହିଁ । ଯଦି ଏକା ଛଡ଼ାଯାଏ ତେବେ କୌଣସି ପଶୁ ଖାଇ ଦେଇ ପାରନ୍ତି । ଏହା ଦ୍ଵାରା ମୃତ ଆତ୍ମା କୁ ଯମଲୋକରେ ବହୁତ ପୀଡା ସହିବାକୁ ପଡିଥାଏ । ଏହା ବ୍ଯତୀତ ମୃତ ଶରୀରକୁ ସେମିତି ଛାଡି ଦିଆଯାଏ ତେବେ ଦୁର୍ଗନ୍ଧ ବାହାରିଥାଏ । ତେଣୁ ଶବ ପାଖରେ ଧୂପବତୀ ଜଳାଇ ଦେବା ଉଚିତ ।

ଗରୁଡ ପୁରାଣ ଅନୁଯାୟୀ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ପରେ ଯଦି ତନକର ସନ୍ତାନ ଘରେ ନ ଥିବେ ତେବେ ଏହି ସ୍ଥିତିରେ ଶବ କୁ ଘରେ ରଖାଯାଏ । ତାଙ୍କର ପୁତ୍ର କନ୍ୟା ଆସିବା ଯାଏଁ ପେକ୍ଷା କରିବା ଉଚିତ । ଏଭଳି ବ୍ୟକ୍ତିଙ୍କୁ ମୁଖାଗ୍ନି ଦେଲେ ସେ ମୋକ୍ଷ ପ୍ରାପ୍ତ କରନ୍ତି ନାହିଁ । ସୂର୍ଯ୍ୟାସ୍ତ ପରେ ବ୍ଯକ୍ତିର ଶବ କୁ ପୋଡା ଗଲେ ସେହି ଆତ୍ମା ଅସୁର, ଦାନବ, ପିଶାଚ ଯୋନି ରେ ଜନ୍ମ ନେଇଥାଏ ।

ଏହି ସବୁ ଯୋନି ରେ ଜୀବାତ୍ମା କୁ ଅନେକ କଷ୍ଟ ଭୋଗିବାକୁ ପଡିଥାଏ । ଭଗବାନ କୃଷ୍ଣ କହିଛନ୍ତି ଶବ କୁ ଏକା ଛାଡି ଡେଲ ଚାରି ପଟେ ଥିବା ଖରାପ ଆତ୍ମା ପ୍ରବେଶ କରିଥାନ୍ତି । ଏହି କାରଣରୁ ପରିଜନ ମାନେ କଷ୍ଟ ପାଇଥାନ୍ତି । ମଣିଷ ର ମୃତ୍ୟୁ ପରେ ଶରୀର ରୁ ଆତ୍ମା ବାହାରିଯାଏ ଓ ଶରୀର ଆତ୍ମ ରହିତ ହୋଇଯାଏ । ସେହି ଆତ୍ମ ରହିତ ଶରୀରରେ ଅନ୍ୟ ଆତ୍ମା ନିଜର ଅଧିକାର କରିପାରେ । ତେଣୁ ଏ ସବୁ କାରଣରୁ ମୃତ ଶରୀରକୁ କେବେ ଏକା ଛଡ଼ାଯାଏ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *