Mukesh Ambaniଙ୍କର ସିକ୍ଯୁରିଟି ଦେଖି ଥର ଥର କାପନ୍ତି ଗୁଣ୍ଡା ମାନେ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ କଣ ଜାଣି ଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେକ୍ୟୁରିଟୀ ପରେ ଯଦି ଦେଖିବା ଆମ ଭାରତରେ ସବୁଠାରୁ ଅଧିକ ସିକ୍ୟୁରିଟୀ ମୁକେଶ ଅମ୍ବାନୀଙ୍କର ଅଟେ । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପୁରା ଭାରତରେ କେବଳ 17 ଜଣ ଅଛନ୍ତି ଯାହାଙ୍କ ପାଖରେ ଏପରି ସୁରକ୍ଷା ଚକ୍ର ଅଛି ଏବଂ ସେମାନଙ୍କ ମଧ୍ୟରୁ ମୁକେଶ ଅମ୍ବାନୀ ଜଣେ ଅଟନ୍ତି ।

ଆପଣ ମାନେ ସମସ୍ତେ ତ ଏହା ଭଲ ଭାବରେ ଜାଣିଥିବେ ଯେ ବର୍ତ୍ତମାନ ମୁକେଶ ଅମ୍ବାନୀଙ୍କର ସମୁଦାୟ ସମ୍ପତ୍ତି 105 ବିଲିଅନ ଡଲାର ଅଟେ । ମାନେ ପାଖା ପାଖି 7 ଲକ୍ଷ କୋଟି ଟଙ୍କା । ଆମ ଦେଶରେ ମୁକେଶ ଅମ୍ବାନୀଙ୍କ ଭ୍ୟାଲୁ ଏତେ ଅଛି ଯେ ଯଦି ସେ କୌଣସି କାମରେ ନିଜ ରାଜ୍ୟ ଛାଡି ଅନ୍ୟ ରାଜ୍ୟ ଯାଆନ୍ତି ତା ହେଲେ ତାଙ୍କ ସୁରକ୍ଷାର ଦାୟିତ୍ଵ ସେଠାକାର ରାଜ୍ୟ ସରକାର ନିଅନ୍ତି ।

ଏ ସବୁକୁ ଭାବି ଆପଣ ଅନୁମାନ କରିପାରୁ ଥିବେ ଯେ ଯାହାର ସୁରକ୍ଷାର ଦାୟିତ୍ଵ ନିଜେ ସରକାର ଉଠାନ୍ତି ତା ହେଲେ ସେହି ଲୋକର ଘରେ କେତେ ଟାଇଟ ସିକ୍ୟୁରୀଟି ନ ଥିବ । ମୁକେଶ ଅମ୍ବାନୀ କେଉଁ କେଉଁ ଉପାୟରେ ନିଜକୁ ସୁରକ୍ଷିତ ରଖନ୍ତି ଆମେ ଆପଣ ମାନଙ୍କୁ କହିବୁ ଏବଂ ସେ ସବୁବେଳେ z+ ସିକ୍ଯୁରିଟି ରେ କାହିଁକି ରୁହନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହା ବିଷୟରେ ।

ମୁକେଶ ଅମ୍ବାନୀ ପଛେ ଅନ୍ୟ କେଉଁ ଦେଶରେ ଥାଆନ୍ତୁ କି ଅନ୍ୟ କେଉଁ ସହରରେ ସବୁବେଳେ ତାଙ୍କ ପାଖରେ 12-13 ଜଣ ସିକ୍ଯୁରିଟି ଗାର୍ଡ ଥାନ୍ତି । ମୁକେଶ ଅମ୍ବାନୀ ଯେବେ ବି ନିଜ କାରରେ ବାହାରକୁ ଯାଆନ୍ତି ସେବେ ତାଙ୍କ କାର ଆଗରେ ଏବଂ ପଛରେ 6ଟି ଗାଡିରେ ଗାର୍ଡ୍ସ ରହିଥାନ୍ତି । ଏହି ଗାର୍ଡ୍ସ ମାନେ କୌଣସି ମାମୁଲି ଗାର୍ଡ୍ସ ନୁହନ୍ତି । ବରଂ ସେହି ବଡିଗାର୍ଡ ମାନଙ୍କର ଟ୍ରେନିଂ ଇସ୍ରାଏଲରୁ ପୁରା କରାଯାଇଥାଏ ।

ମୁକେଶ ଏମିତି କୌଣସି ବଡିଗାର୍ଡ କୁ ହାୟର କରନ୍ତି ନାହି ବରଂ ମୁକେଶ ଅମ୍ବାନୀ ପ୍ରଥମେ ସେହି ଗାର୍ଡର ସବୁ ବ୍ୟାକଗ୍ରାଉଣ୍ଡ ଜାଣିବା ପରେ ତାକୁ ହାୟର କରନ୍ତି । ଆପଣ ମାନେ ଜାଣି ଥିବେ ଯେ ମୁକେଶ ଅମ୍ବାନୀଙ୍କ ପାଖରେ 117ଟି ମହଙ୍ଗା ମହଙ୍ଗା ଗାଡି ଅଛି କିନ୍ତୁ ସେ କେବଳ ଦୁଇ ତିନୋଟି ଗାଡି ହିଁ ବ୍ୟବହାର କରନ୍ତି । ସେଥି ମଧ୍ୟରୁ ବିଏମଡବ୍ଲୁ 760 ଏବଂ ମର୍ସଡିଜ AMG 63 ଗାଡି ସେ ବ୍ୟବହାର କରନ୍ତି ।

ଏହା ସେହି କାର ଯାହାକୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ବ୍ୟବହାର କରାଯାଏ । ତାଙ୍କର ଏହି ସବୁ ଗାଡି ବୁଲେଟ ପ୍ରୁଫ ଅଟେ ଅର୍ଥାତ ଏହି ଗାଡିରେ ଗୁଳି ବାଜିଲେ ବି ଏହା ଏତେ ସହଜରେ ଭାଙ୍ଗିବ ନାହିଁ କି ମୁକେଶଙ୍କ ଶରୀରକୁ ଛୁଇଁବ ନାହିଁ । ମୁକେଶ ଙ୍କ ପାଖରେ ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯାଇଥିବା 10ଟି ଗାର୍ଡ ମଧ୍ୟରୁ ଅଲଗା 10ରୁ 15 ଜଣ ଗାର୍ଡକୁ ସେ ରଖୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମୁକେଶ ଅମ୍ବାନୀଙ୍କ ସିକ୍ଯୁରିଟିକୁ ନେଇ ମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *