ମୁଖ୍ୟମନ୍ତ୍ରୀଙ୍କୁ Subhadra Pandaଙ୍କ ଚିଠି, ଚିଠିରେ ଯାହା ଲେଖାଅଛି ଦେଖି ଆପଣଙ୍କ ଆଖିରେ ବି ଲୁହ ଆସିଯିବ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଗୋଟେ ଚିଠିରେ କେତେ ଯେ କଷ୍ଟ ଆଉ କେତେ ଯନ୍ତ୍ରଣା ଲେଖା ହୋଇଛି ତାହା ଏହି କୁନି ଝିଅ ହିଁ କହିପାରିବା । ଏ ଚିଠିର ପ୍ରତିଟି ଶବ୍ଦ ଲେଖିବାକୁ ସୁଭଦ୍ରା ପଣ୍ଡା କେତେ ଯେ ସାହସ ଜୁଟାଇଥିବେ ତାହ ଏ ସମାଜରେ ବଞ୍ଚୁଥିବା ଲୋକଙ୍କ ପାଇଁ କଳ୍ପନା କରିବା କଷ୍ଟକର । ଅଧ୍ୟାପିକା ହେବାକୁ ସ୍ଵପ୍ନ ଦେଖୁଥିବା ସୁଭଦ୍ରା ଏ ସମାଜରେ ହୀନିମାନ ହେବା ସହ ଛୋଟ ଜାତିର ହୋଇଥିବାରୁ ଅଶ୍ଳିଳତାର ଶିକାର ହୋଇଛି ସୁଭଦ୍ରା । ବାପା ଚାଲିଯିବା ପରେ ସୁଭଦ୍ରା ଓ ତାଙ୍କ ମାଙ୍କର ଦୁଖରେ ଦିନ କଟୁଥିଲା ସେହି ମା ଝିଅଙ୍କୁ ଗାଁ ଲୋକେ ଆହା ଟିକେ ବି କରୁ ନାହାନ୍ତି ।

ଆଉ ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲା ଦଶମ ଶ୍ରେଣୀରେ ଛାତ୍ରୀ ସୁଭଦ୍ରା ପଣ୍ଡା । ତାଙ୍କର ପ୍ରକୃତ ବାପା ମା କିଏ ସେ ଜାଣି ନାହାନ୍ତି ଆଉ ଯେଉଁ ବାପା ତାଙ୍କୁ ପାଳିଥିଲେ ସେ କୁଆଡେ ଛୋଟ ଜାତିର ବୋଲି ଗାଁ ଲୋକେ କହି କେହି ତାଙ୍କୁ ଘରେ ପୁରାଉ ନାହାନ୍ତି । ଯେବେ ୨୧ ଦିନର ସୁଭଦ୍ରା ହୋଇଥିଲେ ତାଙ୍କ ପାଳିତ ବାପା ତାଙ୍କୁ ଘରକୁ ଆଣିଥିଲେ ଆଉ ନିଜ ଝିଅ ଭଳି ଲାଳନପାଳନ କରିଥିଲେ ।

ମୁଖ୍ୟମନ୍ତ୍ରୀ ଙ୍କୁ ସୁଭଦ୍ରା ଲେଖିଥିବା ଏହି ଚିଠି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଆଉ ସାହସୀ ସୁଭଦ୍ରାର ଏହି ଚିଠି ଦେଖିବା ପରେ ଅନେକ ସାମାଜିକ ଅନୁଷ୍ଠାନ ଓ ପ୍ରଶାସନ ତାଙ୍କୁ ସାହାଜ୍ୟର ହାତ ବଢାଇଛନ୍ତି । ଯେଉଁ ଭଙ୍ଗା ଘରେ ଦିନେ ଚୁଲି ଜଳୁ ନ ଥିଲା ଆଜି ସେହି ଘରେ ସାହାଜ୍ଯ ପାଇଁ ଆସିଛି ଗ୍ଯାସ ଚୁଲା ।

ଏମିତିକି ସୁଭଦ୍ରାଙ୍କର ପଢିବା ପାଇଁ ଯେତେ ଟଙ୍କା ଦରକାର ସେ ସବୁ କିଛି ଯୋଗାଇ ଦିଆଯିବ ବୋଲି ସ୍ଥାନୀୟ ନେତା ସୁଭଦ୍ରାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସୁଭଦ୍ରା ଯେଉଁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ତାହା ଏ ଯାଏଁ ପହଞ୍ଚିପାରି ନାହି । ପ୍ରତି ମାସରେ ୧୦୦୦ ତାଙ୍କ ଲେଖାଏଁ ବିଜୁ ଜନତା ଦଳ ତରଫରୁ ସୁଭଦ୍ରାଙ୍କୁ ସାହାଜ୍ଯ କରାଯାଉଛି ।

ନବ ଜାତି ମଧ୍ୟ ଦଶମ ଶ୍ରେଣୀରୁ ଗ୍ରାଜ୍ଯୁସନ ପାଇଁ ଯେତିକି ଟଙ୍କା ଦରକାର ସେତିକି ଆର୍ଥିକ ସାହାଜ୍ଯ କରିବା ସହ ଗ୍ଯାସ ଚୁଲା ଯୋଗାଇ ଦେଇଛନ୍ତି । ସୁଭଦ୍ରା ଚିଠିରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ସାର, ଭୂମିଷ୍ଠ ପ୍ରଣାମ, ମୁଁ ସୁଭଦ୍ରା ପଣ୍ଡା ମୁଁ ବଡ ହେବା ପରେ ଜାଣିଲି ମୋ ବାପା ମୋତେ ୨୧ ଦିନରୁ ଆଣି ପାଳିଛନ୍ତି, ବଡ ହେଲା ପରେ ଲୋକଙ୍କ ଠାରୁ ଶୁଣିଲି ମୁଁ କୁଆଡେ ଅନ୍ୟ ଜାତିର ପିଲା, ତେଣୁ ମୋ ବାପାଙ୍କ ବ୍ରାହ୍ମଣ କୁଟୁମ୍ବମାନେ ମୋତେ ତାଙ୍କ ଘରେ ପୁରାଇ ଦିଅନ୍ତି ନାହି ।

୨ୟ ଶ୍ରେଣୀରେ ପଢିବା ବେଳେ ବାପା ଚାଲିଗଲେ ଆଉ ମା ମାନସିକ ରୋଗୀ ଭାବେ ଜୀବନ ବତାଉଛନ୍ତି । ଏବେ ଖାଇବାକୁ ଭଲରେ ପାଉ ନାହି ମୋତେ ମାଡ ମଧ୍ୟ ମାରୁଛନ୍ତି, ମୁଁ କେମିତି ବଞ୍ଚିବି, ମୁଁ ପାଠ ପଢି ନିଜ ଗୋଡରେ ଛିଡା ହେବାକୁ ଚାହେଁ ଆଉ ରୋଗିଣା ମାଙ୍କୁ ନେଇ ଆଉ ଲଢିପାରୁ ନାହି ମୋତେ ବଞ୍ଚାନ୍ତୁ ସାର ମୁଁ ବଞ୍ଚିବାକୁ ଚାହେଁ । ବନ୍ଧୁଗଣ ଆପଣ ମାନଙ୍କର ସୁଭଦ୍ରା ଲେଖିଥିବା ଚିଠି କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *