“ମୁଁ ଆଇଟମ ଗାର୍ଲ ଭଜନ କରିବାକୁ ଆସିନି” କିଛି ଏମିତି କହି ଚପଲ ଫିଙ୍ଗିଥିବା ମହିଳାଙ୍କୁ କଡା ଜାବ ଦେଲେ ଅଭିନେତ୍ରୀ Rani, ଦେଖନ୍ତୁ Video

ଦର୍ଶକ ବନ୍ଧୁ ଏବେ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶନୀଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା । ତେବେ କାଳୀପୂଜା ପର୍ବ ଅବସରରେ ଭଦ୍ରକ ଜିଲ୍ଲାରେ ଏକ ଯାତ୍ରା ପରିବେଷଣ ହୋଇଥିଲା । ଚରମ୍ପା ଅଞ୍ଚଳରେ ରାଜନନ୍ଦିନୀ ଗ୍ରୁପ ଯାତ୍ରା ପରିବେଷଣ ହେଉଥିଲା ଯେଉଁଥିରେ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ନୃତ୍ୟ ପରିବେଷଣ କରିଥିଲେ । କିନ୍ତୁ ସେହି ନୃତ୍ୟକୁ ଅଶ୍ଳୀଳ ବୋଲି କହି ଜଣେ ମହିଳା ଦର୍ଶକ ବିରୋଧ କରିଥିଲେ । ଏମିତି କି ମହିଳା ଜଣକ ରାନୀଙ୍କ ଉପରେ ଜୋତା ବି ଫିଙ୍ଗିଥିଲେ ।

ଏହା ପରେ କିଛି ସମୟ ପାଇଁ ଯାତ୍ରା ବନ୍ଦ ହୋଇଯାଇଥିଲା । ତେବେ ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଏ ନେଇ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦର୍ଶକ ବନ୍ଧୁ ରାନୀଙ୍କର କହିବା ମୁତାବକ “ମୋ ଡ୍ୟାନ୍ସକୁ ଯେତିକି ବିରୋଧ ହେଇଛି ଆପଣ ମାନେ ନିଜ ଜାଣି ପାରୁଥିବେ ।

ସେଇଠି ୫ ହଜାର ଦର୍ଶକ ଥିଲେ ଯଦି ମୋ ଡ୍ୟାନ୍ସ ଖରାପ ଥାନ୍ତା ତା ହେଲେ ୫ ହଜାର ଦର୍ଶକ ଉଠି ଆସିଥାନ୍ତେ କାହିଁକି ସେ ଜଣେ ଲେଡି ଉଠିଲା । ଏହା ମୋର ବିରୋଧୀଙ୍କର କାମ ହୋଇପାରେନ୍ତି ସେ ଏମିତି କଣ ପାଇଁ କଲେ ମୁଁ ଜାଣି ପାରୁନି ମୁଁ ଭାବୁଛି ଏଇଟା ଗୋଟେ ଷଡଯନ୍ତ୍ର । ଆଜିକା ସମୟ ହେଉଛି ପ୍ରତିଯୋଗୀତା ମାର୍କେଟ ସମସ୍ତେ ଚାହାଁନ୍ତି ଦୁଇ ପାଦ ଯିବାକୁ ଆମେ ଦି ପାଦ ଆଗକୁ ଯିବୁ ତ କେହି ଆମ ଠାରୁ ଆଗକୁ ଯିବ ।

ମୁଁ ଏତିକି କହିବି ମୋ ଦର୍ଶକ ହେଉଛନ୍ତି ମୋ ପାଇଁ ଭଗବାନ ମୁଁ ସବୁବେଳେ ଦର୍ଶକଙ୍କୁ ବେଷ୍ଟ ଦେଇଛି ଆଉ ଦେବି । ମୁଁ ସବୁବେଳେ ମୋ ସୀମା ରେଖା ଭିତରେ ଡ୍ୟାନ୍ସ କରିଛି ଆଉ ଆଇଟମ କରିଛି । ଆପଣ ମାନେ ରାସ୍ତାରେ ଯାଉଥିବା ଝିଅ ମାନଙ୍କୁ ଦେଖୁଥିବେ ମୁଁ ବି ଭଦ୍ରକର ଝିଅ । ତାଙ୍କ ଡ୍ରେସ ସହ ମୋ ଡ୍ରେସକୁ ପ୍ରାର୍ଥକ୍ୟ କରନ୍ତୁ । ମୁଁ ତ ଡ୍ରେସ ପିନ୍ଧି ଥିଲି ମୁଁ ତ କିଛି ଲୁଚେଇକି କରିନି । ମୋ ଡ୍ରେସ ଆଉ ଅନ୍ୟ ଝିଅ ମାନେ ଯେଉଁ ଡ୍ରେସ ପିନ୍ଧୁଛନ୍ତି ତାକୁ ତର୍ଜମା କରନ୍ତୁ ।

ମୋ ଡ୍ୟାନ୍ସ କିଛି ବି ଖରାପ ନଥିଲା କି ମୋ ପର୍ଫୋମାଂସ କିଛି ବି ଖରାପ ନ ଥିଲା । ସେ କାହିଁକି ଏମିତି କଲେ କଣ ପାଇଁ କଲେ ଏଇଟା ମୋ ମତରେ ହେଉଛି ଭୁଲ କଲେ । ଗୋଟେ ନାରୀ ହେଇକି ଅନ୍ୟ ନାରୀକୁ ଅସମ୍ମାନ କରିବା ଭୁଲ ଅଟେ । ଯଦି ମହୀଳାଙ୍କୁ ଭଲ ଲାଗିଲା ନାହି ତେବେ ସେ ମୋତେ କି କମିଟିକୁ ଡାକି କି ପରେ କହିପାରି ଥାନ୍ତେ । ମୁଁ ଓଲିଉଡର ଜଣେ ଆର୍ଟିଷ୍ଟ । ମୁଁ ଆଇଟମ ଗାର୍ଲ ଭଜନ କରିବାକୁ ଆସିନି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *