ଦେଶର ସବୁ ନାଗରିକ ଓ ଝିଅ ମାନଙ୍କୁ ବୟସ ସୀମା ପରେ ବାହା ହବାର ଅଧିକାର ରହିଛି । ଭାରତୀୟ ଆଇନ ଅନୁଯାଇ ଗୋଟେ ଧର୍ମ ର ବ୍ୟକ୍ତି ଅନ୍ୟ ସଂପ୍ରଦାୟର ଝିଅ ସହ ବିବାହ କରିପାରିବ । ହେଲେ ଏହା ସମାଜ ଓ ପରିବାର ସହିପାରନ୍ତି ନାହି । ଅବସ୍ଥା ବେସି ଖରାପ ହୋଇଯିବ ଯଦି, ହିନ୍ଦୁ ଓ ମୁସ୍ଲିମ୍ ପରସ୍ପର ମଧ୍ୟରେ ବିବାହ କରିବେ । ଏହି ପରି ଜଣେ ପ୍ରେମିଯୁଗଳ ବହୁ ଅସୁବିଧାର ସମ୍ମୁଖୀନ ହୋଇ ସାହାର୍ଯ୍ୟ ମାଗୁଛନ୍ତି ମୋଦିଙ୍କୁ ।
ମୁସକାନ୍ ନାମକ ଜଣେ ମୁସ୍ଲିମ୍ ଝିଅ ରାକେଶ ବର୍ମା ନାମକ ହିନ୍ଦୁ ପୁଅ ସହ ଘରଛାଡିକି ବାହା ହୋଇଯାଇଛି ।
ଏବେ ମୁସକାନ୍ କହିଛନ୍ତି ଯେ ଏହି ବାହାଘର ପାଇଁ ସେମାନଙ୍କୁ ବହୁତ ଅସୁବିଧା ର ସମ୍ମୁଖୀନ କରିବାକୁ ପଡୁଛି । ସେମାନଙ୍କୁ ହଇରାଣ କରୁଛନ୍ତି । ଯାହାଫଳରେ ସେମାନେ ତାଙ୍କର ନିଜ ସୁରକ୍ଷା ନିମନ୍ତେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମଧ୍ୟପ୍ରଦେଶ ର ମୁଖ୍ୟ ମନ୍ତ୍ରୀ କମଳନାଥ ଙ୍କୁ ସାହାର୍ଯ୍ୟ ମାଗିଛନ୍ତି । ଏହି ସାହାର୍ଯ୍ୟ କୁ ସେମାନେ ଏକ ଭିଡିଓ ମାଧ୍ୟମରେ ମାଗିଛନ୍ତି ।
ଏହି ଭାଇରାଲ ଭିଡିଓ ରେ ମୁସକାନ୍ କହିଛି ସେ ମଧ୍ୟପ୍ରଦେଶ ର ଭୋପାଳ ରେ ଥିବା ରାଜଗଡ ଜିଲ୍ଲା ର ଅଧିବାସୀ, ମୁସକାନ୍ କହିଛି ଏହି ଦେଶରେ ହିନ୍ଦୁ ମୁସ୍ଲିମ୍ ଓ ମନ୍ଦିର ମଜସିଦ କୁ ନେଇ ବହୁ ଦଙ୍ଗା ଚାଲିରହିଛି । ହେଲେ ଆମର କଣ ଦୋଷ ଅଛି । ସେ କହିଛି ଯେ ତା ବୟସ ୧୮ ବର୍ଷ ରୁ ଅଧିକ ଅଛି । ନିଜ ଇଛା ରେ ବିବାହ କରିଛି ଏଥିରେ ରାକେଶ ର କିଛି ବି ଭୁଲ ନାହି ।
ହେଲେ ତାଙ୍କୁ ବହୁତ ହଇରାଣ କରାଯାଉଛି, ସେଥିପାଇଁ ସେ ମୋଦିଙ୍କୁ ସାହାର୍ଯ୍ୟ ମାଗିଛନ୍ତି । ଏହି ଭିଡିଓ ରେ ମୁସକାନ୍ ନିଜ ମା ଓ ବାପା ଙ୍କ ପାଇଁ ବି ସନ୍ଦେଶ ପଠେଇଛି । ସେ କହିଛି ଯେ ମୁ ଭୁଲ କଣ କଲି, ୬ ମାସ ପରେ ଆପଣ ମାନେ ମୋ ବାହାଘର ଅନ୍ୟ ପୁଅ ସହ କରିଥାନ୍ତ । ଯାହାକୁ ମୁ ଚିହ୍ନିନି କି ଜାଣିନି ।
ସେ ପୁଅ ଯଦି ମୋତେ କଷ୍ଟ ଦେଇଥାନ୍ତା ମୁଁ ଆପଣ ସମସ୍ତଙ୍କୁ କିଛି ବି କହିପାରିନଥାନ୍ତି, ହେଲେ ସେ ପୁଅ ଆମ ସଂପ୍ରଦାୟ ର ହୋଇଥାନ୍ତା । ଆପଣ ସବୁ ମୋତେ ବହୁତ ଘୃଣା କରୁଥିବେ । ହେଲେ ମୁ କିଛି ବି ଭୁଲ କାରିନି । ବହୁ ଅସୁବିଧା ର ସ୍ମୁଖୀନ ହେବା ପରେ ମୁସକାନ୍ ଏହି ଭିଡିଓ ମାଧ୍ୟମରେ ମୋଦିଙ୍କୁ ସାହାର୍ଯ୍ୟ ମାଗୁଛନ୍ତି । ଏହି ଭିଡିଓ ଟି ରେ ଆପଣ ମୁସକାନ୍ ସବୁ କଥା ଶୁଣିପାରିବେ ।