ପାଦ ଚିହ୍ନରୁ ଛୁଟି ପଡୁଛି ଚନ୍ଦନ, କର୍ପୁର, ତୁଳସୀ ର ବାସ । ହେ କାଳିଆ ତୋର ଏ କି ଅପୂର୍ବ ଲୀଳା ତତେ ଛୁଇଁ ପାରିଲି ନାହିଁ ବୋଲି ତୁ ତୋ ପାଦ ଚିହ୍ନ ଛାଡି ଚାଲିଗଲୁ, ମୁଁ ଆଜି ଧନ୍ୟରେ କାଳିଆ ମୁଁ ଆଜି ଧନ୍ୟ । କାଳିଆ ତୁ କାହିଁ ଗଲୁ ରେ, ଏକୁଟିଆ କରି କାହିଁ ଗଲୁ ତୋ ଆଖି ରେ ପରା ମୁଁ ମୋ ନିଜକୁ ଦେଖୁଥିଲି ତୋତେ ଏତେ ପାଖରେ ପାଇ ପରା ମୁଁ ନିଜକୁ ଭୁଲି ଯାଇଥିଲି । ତୋତେ କଣ ଆଉ ଏତେ ପାଖରୁ ଦେଖି ପାରିବି ମୁଁ ପରା ତୋ ଅଧମ ଭକ୍ତଟିଏ । ଯଦି ଗଲୁ ମୋତେ ସାଙ୍ଗରେ ନେଇକି ଗଲୁ ନାହିଁ ଏକୁଟିଆ କରି କାହିଁ ଚାଲି ଗଲୁ ରେ । ଏମିତି ଏବେ ଭକ୍ତଙ୍କର ମନ ।
ତେବେ ସୂଚନା ଅନୁଯାୟୀ ବଡଦାଣ୍ଡ ରେ ପଡିଥିବା ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କ ପାଦ ଚିହ୍ନ କୁ ପାଖରେ ପାଇ ଭାବ ବିହ୍ଵଳିତ ହୋଇ ପଡିଛନ୍ତି ଭକ୍ତ । ଶ୍ରୀ ଅଙ୍ଗରୁ ଝରି ପଡିଥିବା ଚନ୍ଦନ, ତୁଳସୀ, କର୍ପୁର ର ବାସ୍ନା ରେ ମହକି ଉଠଛି ବଡଦାଣ୍ଡ । ନୀଳ କନ୍ଦର ରୁ ବିଜେ କରିଛନ୍ତି ନୀଳାଦ୍ରି ନାଥ । କୋଟି କୋଟି ଭକ୍ତଙ୍କର ଆଖି ରେ ଲୁହ ଦେଇ ପୁଣି ଥରେ ଏକୁଟିଆ କରି ଶ୍ରୀ ମନ୍ଦିରକୁ ଚାଲି ଯାଇଛନ୍ତି ଜଗତର ନାଥ କାଳିଆ ମହାପ୍ରଭୁ । ହେଲେ ଛାଡି ଯାଇଛନ୍ତି ପାଦ ଚିହ୍ନ । ଶ୍ରୀ ମନ୍ଦିର ରୁ ବାହାରକୁ ଆସି ନିଜେ କାନ୍ଦିଛନ୍ତି ଓ କନ୍ଦାଇଛନ୍ତି ।
କାଳିଆ ଆଖି ରୁ ଲୁହ ଝରିଛି ତାଙ୍କର ଦର୍ଶନ କରି ଭକ୍ତ ମାନଙ୍କର ଆଖି ରୁ ମଧ୍ୟ ଲୁହ ଝରିଛି । ଆଉ ଏବେ ନବ ଦିନାତ୍ମକ ଲୀଳା ଖେଳ ସାରି ଶ୍ରୀ ମନ୍ଦିର କୁ ବିଜେ କରିଛନ୍ତି ମହାପ୍ରଭୁ ଜଗନ୍ନାଥ । ତେବେ ଗତ କାଲି ପୁରୀ ଶ୍ରୀ କ୍ଷେତ୍ର ରେ ହୋଇଥିଲା ନୀଳାଦ୍ରି ବିଜେ । ତେବେ ଯେତେବେଳେ ମହାପ୍ରଭୁଙ୍କର ସେବକ ମାନେ ମହାପ୍ରଭୁ ଜଗତର ନାଥ କାଳିଆ ଙ୍କୁ ପହଣ୍ଡି କରି ମନ୍ଦିର ଭିତରକୁ ନେଇଥାନ୍ତି ସେତେବେଳେ ବଡଦାଣ୍ଡ ରେ ଠିଆ ହୋଇ ଯାଇଥାନ୍ତି କାଳିଆ ସାଆନ୍ତ ।
ଏହି ଠିଆ ହେବା ସମୟରେ ମହାପ୍ରଭୁ ଙ୍କ ପାଦ ଚିହ୍ନ ବଡଦାଣ୍ଡ ରେ ପଡିଥାଏ । ନନ୍ଦିଘୋଷ ରଥ ଆରମ୍ଭ କରି ରତ୍ନଦେବୀ ପର୍ଯ୍ୟନ୍ତ ପଡିଥାଏ ମହାପ୍ରଭୁ କାଳିଆ ସାଆନ୍ତଙ୍କର ପାଦ ଚିହ୍ନ । କଳା ମଚମଚ ପିଚୁ ଉପରେ ପଡିଥିବା ହଳଦୀ ରଙ୍ଗର ପାଦ ଚିହ୍ନ ଆଜି ଭକ୍ତ ମାନଙ୍କୁ ଟାଣି ନେଇଛି । ଶ୍ରୀ ଅଙ୍ଗକୁ ସିନା ଏହି ଅଧମ ଛୁଇଁ ପାରିବ ନାହି ହେଲେ ଅଙ୍ଗ ରୁ ଝରିପଡିଥିବା ଏହି ଛାପ କୁ ଛୁଇଁ ପୂଣ୍ୟ ଭିକ୍ଷା କରିଛନ୍ତି ଭକ୍ତ ମାନେ । ବନ୍ଧୁଗଣ ଆପଣ ମାନଙ୍କର ମହାପ୍ରଭୁ ଜଗନ୍ନାଥଙ୍କର ଏଭଳି ଅପୂର୍ବ ଲୀଳା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।