ବନ୍ଧୁଗଣ ବର୍ତ୍ତମାନ ଦେଶରେ ଯେଉଁ ଭଳି ଭାବରେ ଦର ଦାମ ବୃଦ୍ଧି ପାଉଛି ତାହକୁ ନେଇ ସାଧାରଣ ଲୋକଙ୍କ ମନରେ କେବଳ ଗୋଟିଏ କଥା ଆମେ ବଞ୍ଚିବୁ କେମିତି, କେତେ ଟଙ୍କା ରୋଜଗାର କରିଲେ ପରିବାର ଚଳାଇବୁ ? ସାଧାରଣ ଲୋକଙ୍କ ମନରେ ଏଭଳି ଭାବନା ସେତେବେଳେ ଆସୁଛି ଯେବେ ଦେଶରେ ପ୍ରତିଟି ଜିନିଷର ମୂଲ୍ୟ ଅହେତୁକ ବୃଦ୍ଧି ହେଉଛି । ପେଟ୍ରୋଲ ଡିଜେଲ କଥା ଛାଡନ୍ତୁ ରୋଷେଇ ଗ୍ଯାସର ଦର ପ୍ରତି ମାସରେ ବୃଦ୍ଧି ପାଉଛି । ଆଉ ଏହାରି ମଧ୍ୟରେ ଆଗକୁ ଖାଇବା ତେଲ ବୃଦ୍ଧି ହେବା ନେଇ ଆସିଥିବା ଖବର ଚିନ୍ତାକୁ ଦୁଇ ଗୁଣା କରି ଦେଇଛି ।
ଚଳିତ ବର୍ଷ ଖାଇବା ତେଲେ ଦର ଆକାଶ ଛୁଆଁ ହେବ । ଏହାର ମୁଖ୍ୟ କାରଣ ହେଉଛି କଞ୍ଚା ମାଲର ଅଭାବ । ଯାହା ବଜାରରେ ଦର ବୃଦ୍ଧି ଘଟାଇବ । ଏ ନେଇ ସତର୍କ କରାଇଛି ସୌରାଷ୍ଟ୍ର ଅଏଲ ମିଲର୍ସ ଆସୋସିଏସନ ବା SOMA । ଚଳିତ ବର୍ଷ ଖାଇବା ତେଲ ଦର ବୃଦ୍ଧି ପାଇବ ବୋଲି ସଂଘ ଆକଳନ କରିଛି ।
ବାଦାମ ତେଲର ୧୬ ଲିଟର ବିଶିଷ୍ଟ ଟିଣର ମୂଲ୍ୟ ୨୭୫୦ ଟଙ୍କାରେ ପହଞ୍ଚିଥିବା ବେଳେ କପା ମଞ୍ଜି ତେଲ ୨୭୦୦ ଟଙ୍କାରେ ପହଞ୍ଚି ଗଲାଣି । ଅନ୍ୟ ପକ୍ଷରେ ପରିସ୍ଥିତି ଏତେ ଜଟିଳ ହେବାରେ ଲାଗିଛି ଯେ ଚାଷୀଙ୍କ ପାଖରେ ବାଦାମ ଭଳି କଞ୍ଚା ମାଲ ଷ୍ଟକ ନ ଥିବାରୁ ଏହା ଦେଶରେ ଖାଇବା ତେଲେ ମୁଲ୍ୟ ବୃଦ୍ଧି କରିବ ବୋଲି SOMA ସଂଘ ସୂଚନା ଦେଇଛି ।
ଏହା ବ୍ଯତୀତ ସଂଘ ପକ୍ଷରୁ ଆଉ ଏକ ସାଂଘାତିକ ରିପୋର୍ଟ ସାମନାକୁ ଆସିଛି କି ଗୁଜୁରାଟ ସରକାରଙ୍କ ପାଖରେ ୧.୫୦ ଲକ୍ଷ ଟନ ବାଦାମ ମହଜୁଦ ଅଛି । ଯଦି ସରକାର ଦର ନିୟନ୍ତ୍ରଣ କରିବା ପାଇଁ ମହଜୁଦ ଥିବା ବାଦାମ କୁ ବଜାରରେ ଖୋଲି ଦିଅନ୍ତି ତେବେ ଦର ନିୟନ୍ତ୍ରଣ ହୋଇ ପାରିବ ବୋଲି ସଂଘ କହିଛି ।
ସଂଘ ଆହୁରି ମଧ୍ୟ କହିଛି କି ନଭେମ୍ବର ମାସରେ ବାଦାମର ନୂଆ ଷ୍ଟକ ଆସିଲେ ବି ବଜାରରେ ତୈଳ ଦର ହ୍ରାସ ନ ହୋଇପାରେ । କାରଣ ଚଳିତ ବର୍ଷ ଜୁନ ୩୦ ତାରିଖ ସୁଧା ୧୦ ଲକ୍ଷ ହେକ୍ଟର ରେ ବାଦାମ ଚାଷ ହୋଇଥିଲା । ଅନ୍ୟ ବର୍ଷ ମାନଙ୍କରେ ବାଦାମ ପ୍ରାୟ ୧୪ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଥାଏ । ତେଣୁ ବଜାରରୁ ପ୍ରଚୁର ଷ୍ଟକ ମିଳିଥାଏ ।
ଗତ ବର୍ଷ ତୁଳନାରେ ଚଳିତ ବର୍ଷ କପା ଚାଷ ଅଧିକ ହୋଇଛି । କିନ୍ତୁ ଚଳିତ ବର୍ଷ ଭିନ୍ନ ଷ୍ଟକ ଦେଖିବାକୁ ମିଳିଛି । କପା ଚାଷ ଭଲ ହୋଇଥିବାରୁ ଚାଷୀ ବାଦାମ ଚାଷ ବଦଳରେ କପା ଚାଷ କରିବାକୁ ଆଗ୍ରହୀ ହୋଇଥିବା ଦେଖିବାକୁ ମିଳିଛି । ଯାହା ପାଇଁ ଏଥର ବାଦାମ ଷ୍ଟକ କମିଛି ।
ତେଣୁ ଚଳିତ ବର୍ଷ ତୈଳ ଦର ଆକାଶ ଛୁଆଁ ହେବ ବୋଲି ଜଣାପଡିଛି । ବନ୍ଧୁଗଣ ଆପଣ ମାନଙ୍କର ଖାଇବା ତେଲ ବୃଦ୍ଧି କୁ ନେଇ ମତମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।