ଏହି ସୋସିଆଲ ବାର୍ତ୍ତା ଉପରେ ଭିଡିଓ କରି ପୁଣି ଚର୍ଚ୍ଚାରେ ଭାଇରାଲ Sister ସ୍ରୁତି ସୁଲଗ୍ନା ଓ ପ୍ରୀତି ସୁଲଗ୍ନା… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଭେଣ୍ଡିଆ ପୁଅକୁ ହରାଇ ଭୋ ଭୋ କରି କାନ୍ଦୁଛି ମା । ପୁଅର ମୁଣ୍ଡ ରେ ବହୁତ ଜୋର ରେ ଆଘାତ ଲାଗି ଥିବାରୁ ବହୁତ ବ୍ଲିଡିଙ୍ଗ ହୋଇଥିଲା ଯାହା ପାଇଁ ଡାକ୍ତର ତାକୁ ବଞ୍ଚାଇ ପାରିଲେ ନାହିଁ ବୋଲି କହିଛନ୍ତି । ଏହି କଥା ଶୁଣିବା ପରେ ଆଉ କଣ ବା କରିପାରିବ ମା ? ଡାକ୍ତରଙ୍କ କହିବା ଅନୁଯାୟୀ ଏତେ କମ ବୟସରେ ତାକୁ କଣ ବାଇକ ଚଲାଇବାକୁ ଦେଇଥିଲ ତାହା ପୁଣି ବିନା ହେଲମେଟ ରେ ? ଉତ୍ତର ରେ ମୃତ ଯୁବକଙ୍କ ବଡ ଭାଇ କହିଛନ୍ତି କୁ ନାଇଁ ସାର ସେ ମୋ ଗାଡି ବେଳେବେଳେ ଚଲାଇବାକୁ ନିଏ ଆଉ ସାଥିରେ ହେଲମେଟ ମଧ୍ୟ ନେଇଥାଏ ।

କିନ୍ତୁ ଏହି କଥାର ଜବାବ ଦେଇଛନ୍ତି ପୂର୍ବ ରୁ ଭାଇରାଲ ହୋଇଥିବଦୁଇ ଭଉଣୀ । ଦୁଇ ଭଉଣୀ ଙ୍କ ମଧ୍ୟରୁ ଜଣେ କହିଛନ୍ତି କି ଯୁବକ ଜଣକ ସାଙ୍ଗରେ ହେଲମେଟ ନେଉଥିଲେ କେବଳ ଟ୍ରାଫିକ ପୋଲିସ ଚେକିଙ୍ଗ କରିବା ସମୟରେ ବଞ୍ଚିବା ପାଇଁ । କିନ୍ତୁ ଗାଡି ଚଲାଇବା ବେଳେ ହେଲମେଟ ପିନ୍ଧି ନ ଥିଲେ ଯୁବକ । କିନ୍ତୁ ପ୍ରକୃତ କଥା ହେଉଛି ଏହି ଘଟଣା ଟି ସତ୍ୟ ନୁହେଁ ।

ବରଂ ଲୋକ ମାନଙ୍କୁ ସଚେତନ କରାଇବା ପାଇଁ ଏଭଳି ଏକ ଭିଡିଓ ତିଆରି କରା ଯାଇଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି । ନୟାଗଡର କୁନି ଦୁଇ ଭଉଣୀ ପ୍ରୀତି ସୁଲଗ୍ନା ଓ ସ୍ରୁତି ସୁଲଗ୍ନା ଏହି ଭିଡିଓ ତିଆରି କରିଛନ୍ତି । ନୟାଗଡ ଦଶପଲ୍ଲା ଆଦର୍ଶ ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ କୁରେଶ ଚନ୍ଦ୍ର ସାହୁ ଙ୍କ ଦୁଇ କୁନି ଝିଅ ସ୍ରୁତି ଓ ପ୍ରୀତି ଟ୍ରାଫିକ ଚେତନକୁ ନେଇ ଏହି କ୍ଷୁଦ୍ର ଭିଡିଓ ପ୍ରସ୍ତୁତ କରିଛନ୍ତି ।

ଏହି ଭିଡିଓ ତୁ ହିନ୍ଦୀ ଓ ଓଡିଆ ଉଭୟ ଭାଷାରେ ପ୍ରସ୍ତୂତ ହୋଇଛି । ପ୍ରୀତି ଓ ସ୍ରୁତି ସୁଲଗ୍ନା ନିଜ ସହପାଠୀ ଓ ଅଭିଭାବକ ମାନଙ୍କ ସହିତ ଓଡିଶା ଆଦର୍ଶ ବିଦ୍ୟାଳୟ ଦଶପଲ୍ଲା ଏବଂ ରାଧାମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟ ର ସହଯୋଗରେ ଏହି ଭିଡିଓ କୁ ପ୍ରସ୍ତୁତ କରିଛନ୍ତି । ସଡକ ସୁରକ୍ଷା ଆଧାରିତ ଏହି ୨ ମିନିଟ ର ପ୍ରସ୍ତୁତ ଚଳଚ୍ଚିତ୍ର ନାଁ ହେଉଛି ହେଲମେଟ ।

ଗତ ବର୍ଷ ସଡକ ସଚେତନାକୁ ନେଇ କୁରେଶ ଙ୍କ ଦ୍ଵାରା ପ୍ରସ୍ତୁତ ଭିଡିଓ ପାଇଁ ସରକାରଙ୍କ ପକ୍ଷରୁ ତାଙ୍କୁ ପୁରସ୍କୃତ ମଧ୍ୟ କରା ଯାଇଥିଲା । ତେବେ ଦୁଇ ଭଉଣୀ ସ୍ରୁତି ଓ ପ୍ରୀତି କରିଥିବା ଏହି ଭିଡିଓ ଲୋକ ମାନଙ୍କ ହୃଦୟରୁ ବେଶ ଛୁଇଁ ପାରିଛି । କାରଣ ଏଥିରେ ସଡକ ସଚେତନ ପାଇଁ ଏଭଳି ଏକ ଘଟଣା ର ଭିଡିଓ କରା ଯାଇଛି ଯାହା ଆଜିକାଲି ପ୍ରଯତ ସବୁ ଜାଗାରେ ଦେଖା ଯାଉଛି ।

ବିନା ହେଲମେଟ ରେ କିଭଳି ଦୁର୍ଘଟଣା ଘଟିବ ସହ ଲୋକ ମାନଙ୍କର ପ୍ରାଣ ଚାଲି ଯାଉଛି ତାହା ଏହି ଭିଡିଓ ରେ ଦର୍ଶା ଯାଇଛି । ତେଣୁ ଗାଡି ଚଳାଇବା ସମୟରେ ହେଲମେଟ ପିନ୍ଧିବା ଜରୁରୀ ଅଟେ । ବନ୍ଧୁଗଣ ଆପଣ ମାନଙ୍କର ସ୍ରୁତି ଓ ପ୍ରୀତି ସୁଲଗ୍ନ ଙ୍କ ଏହି ଭିଡିଓ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *