ନାସାକୁ ମିଳିଲା ‘ଲ୍ୟାଣ୍ଡର ବିକ୍ରମ’ର ଲ୍ୟାଡିଙ୍ଗ ସାଇଟର ଫଟୋ, ଶନିବାରକୁ ହୋଇପାରେ ବଡ କରିଶ୍ମା

ଭାରତର ମିସନ ଚନ୍ଦ୍ରୟାନ – ୨ ବହୁତ ଜଲ୍ଦି ଚନ୍ଦ୍ରମାର ପାଖାପାଖି ପହଞ୍ଚୁ ଥିଲା, କିନ୍ତୁ ଏହା ମଧ୍ୟରେ ଇସ୍ରୋର ଲ୍ୟାଣ୍ଡର ସହ ସମ୍ପର୍କ ଭାଙ୍ଗି ଗଲା । ଯାହା ପରେ ବୈଜ୍ଞାନିକମାନଙ୍କ ମଧ୍ୟରେ ବହୁତ ନିରାଶ ଦେଖିବାକୁ ମିଳିଥିଲା । କିନ୍ତୁ ଏହା ପରେ ବି ଲଗାତାର ଲ୍ୟାଣ୍ଡର ସହ ସମ୍ପର୍କ ସଂଯୋଗ କରିବା ପାଇଁ ଚେଷ୍ଟା ଜାରି ଚାଲିଥିଲା । କିନ୍ତୁ ଚନ୍ଦ୍ରମା ଉପରେ ରାତି ହୋଇଯିବ ତେବେ ସମସ୍ତ ଆଶା ଭାଙ୍ଗିଯିବ ।

ଏହା ମଧ୍ୟରେ ନାସାର ଅର୍ବିଟର ରୁ ଏହା ଜଣା ପଡିଛି କି ଲ୍ୟାଣ୍ଡର ବିକ୍ରମ କେଉଁ ଅବସ୍ଥାରେ ଅଛି । କହିବାକୁ ଗଲେ ବର୍ତ୍ତମାନ ଏହି ମିସନରେ ଭାରତର ସାହାର୍ଯ୍ୟ ନାସା ବି କରୁଛି, ଯେଉଁଥି ପାଇଁ ନାସା ନିଜର ଏକ ଅର୍ବିଟର ପଠାଇଛି । ଯାହାର କିଛି ଫଟୋ ବି ସାମନାକୁ ଆସିଛି । ଏହି ଫଟୋକୁ ନାସା ଦ୍ଵାରା ବିଶ୍ଲେଷଣ କରାଯାଉଛି, ଯାହା ପରେ କୌଣସି ସମାଧାନ ସାମନାକୁ ଆସି ପାରେ ।

ନାସାକୁ ମିଳିଲା ଲ୍ୟାଡିଙ୍ଗ ସାଇଟର ଫଟୋ

ମିଡିୟା ରିପୋର୍ଟ ଅନୁସାରେ ମାନିବେ ତ ଆମେରିକାର ଅନ୍ତରିକ୍ଷ ଏଜେଂସୀ ନାସା ନିଜର ଅର୍ବିଟର ଦ୍ୱାରା ଚନ୍ଦ୍ରମାର ସେହି ଅଂସର ଫଟୋ ଉଠାଇଛି, ଯେଉଁଠି ଲ୍ୟାଣ୍ଡର ସଫ୍ଟ ଲ୍ୟାଡିଙ୍ଗର ପ୍ରୟାସ କରିଥିଲା । ଯାହାର ବିଶ୍ଲେଷଣ ବର୍ତ୍ତମାନ କରାଯାଉଛି । ଏହି ଫଟୋ ଦ୍ଵାରା ଇସରୋକୁ ବି ବହୁତ ସାହାର୍ଯ୍ୟ ମିଳିପାରିବ । ଲ୍ୟାଣ୍ଡର ବିକ୍ରମର ଅବସ୍ଥା ବହୁତ ଜଲ୍ଦି ଜଣା ପଡି ପାରିବ । କହିଦେଉଛୁ ଯେ ନାସାର ଲୂନର ରିକନିସଂସ ଅର୍ବିଟର ଅନ୍ତରିକ୍ଷୟାନ ଚନ୍ଦ୍ରମାର ଦକ୍ଷିଣ ଧ୍ରୁବ ଉପରେ ଯିବା ସମୟରେ କିଛି ଫଟୋ ଉଠାଇଛି ।

ଜଲ୍ଦି ହିଁ ଲ୍ୟାଣ୍ଡର ବିକ୍ରମ ବିଷୟରେ ଜଣା ପଡିଯିବ

କହିବାକୁ ଗଲେ ଇସରୋ ନିଜର ବୁଦ୍ଧିମତା ଦ୍ଵାରା ଲ୍ୟାଣ୍ଡର ବିକ୍ରମ ବିଷୟରେ ଅଳ୍ପ କିଛି ଜାଣିସାରିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପର୍କ କରି ପାରି ନାହିଁ । ଏମିତିରେ ନାସାର ଅର୍ବିଟର ଦ୍ୱାରା ଉଠାଯାଇଥିବା ସେହି ସ୍ଥାନର ଫଟୋ ଚନ୍ଦ୍ରୟାନ – ୨ ମିସନ ପାଇଁ ବହୁତ ସାହାର୍ଯ୍ୟକାରୀ ହୋଇପାରେ । କହିଦେଉଛୁ ଯେ ନାସାର ବୈଜ୍ଞାନିକମାନେ ଲ୍ୟାଣ୍ଡର ବିକ୍ରମର ଅବସ୍ଥା ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି ।

ଯେଉଁଥିରେ ତାଙ୍କର ସାହାର୍ଯ୍ୟ ସେହି ଫଟୋଗୁଡିକ କରିବ, ଯାହାକୁ ତାଙ୍କର ଅର୍ବିଟର ପଠାଇଛି । ଏତିକି ନୁହେଁ ଆମେରିକାର ବୈଜ୍ଞାନିକମାନେ ଶନିବାର ଦିନ ଲ୍ୟାଣ୍ଡର ବିକ୍ରମକୁ ନେଇ ନୂତନ ତଥ୍ୟ ଦେଇ ପାରନ୍ତି ।

ଚମତ୍କାରର ଅଛି ଅପେକ୍ଷା

ମିଡିୟା ରିପୋର୍ଟ ଅନୁସାରେ ମାନିବେ ତ ଜଲ୍ଦି ହିଁ ବିକ୍ରମ ବିଷୟରେ ଜାଣିହେବ । କୌଣସି ଚମତ୍କାର ଏହାର ଖବର ଦେଇ ପାରିବ । କହିବାକୁ ଗଲେ ଚନ୍ଦ୍ରମାରେ ଧୀରେ ଧୀରେ ରାତି ହେବାର ଅଛି । ଯେଉଁ କାରଣରୁ ଦୁନିଆର ସମସ୍ତ ଏଜେଂସି ଗୁଡିକ ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ କରିବାରେ ଚେଷ୍ଟା କରୁଛନ୍ତି ।

ଏହି ପୋଷ୍ଟଟିକୁ ଅଧିକରୁ ଅଧିକ ଶେୟାର କରନ୍ତୁ ଓ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *