ନାସା ର ଇନସାଇଟ ଲ୍ୟାଣ୍ଡର ମଙ୍ଗଳ ଗ୍ରହରୁ ରେକର୍ଡ କରିଛି କିଛି ଅଦ୍ଭୁତ ଶବ୍ଦ- ଆପଣ ବି ଶୁଣନ୍ତୁ

ନାସା ମଙ୍ଗଳ ଗ୍ରହ ଉପରେ ଏକ ଉପକରଣ ମାଧ୍ୟମରେ ୧୦୦ଟି ଅଜବ ଗଜବ ଶବ୍ଦ ଶୁଣିବାକୁ ପାଇଛନ୍ତି । ଏବେ ଏହି ଶବ୍ଦ ମାନଙ୍କର ଅଧ୍ୟୟନ ହେଉଅଛି । ମଙ୍ଗଳ ଗ୍ରହ ଉପରେ ସବୁ ଜିନିଷ ଉପରେ ଧ୍ୟାନ ସହ କାର୍ଯ୍ୟ ଜାରିଅଛି, ଦୁନିଆ ର କେତେ ଏଜେନ୍ସି ସମୟ ସମୟ ରେ ନିଜ ଉପକରଣ ପଠାଇ ଏହାର ନିରୀକ୍ଷଣ କରୁଛନ୍ତି । ଏବେ ଯାଏ ମଙ୍ଗଳ ଗ୍ରହ ରେ ପାଣି, ବରଫ, ମାଧ୍ୟାକର୍ଷଣ ର ସ୍ତର ଏବଂ ଅନ୍ୟ କିଛି ଜିନିଷ ଉପରେ ନିରୀକ୍ଷଣ ହୋଇସାରିଛି ।

ନାସା ରେକର୍ଡ କଲା ମଙ୍ଗଳ ଗ୍ରହରୁ ଅଦ୍ଭୁତ ଶବ୍ଦ

ଏହା ପରେ ନାସା ଏକ ନୂଆ ମେସିନ ମାଧ୍ୟମ ରେ ଏହି ଗ୍ରହ ରେ ଉଠୁଥିବା ଅଜବ ଗଜବ ଶବ୍ଦ କୁ ଶୁଣି ଅଛନ୍ତି ଏବଂ ଏହା ଉପରେ ଅଧ୍ୟୟନ ଚାଲୁ ରଖିଛନ୍ତି ।

୧୦୦ରୁ ବି ଅଧିକ ଅଜବ ଗଜବ ଶବ୍ଦ :

ନାସା ର ବୈଜ୍ଞାନିକମାନେ ମଙ୍ଗଳ ଗ୍ରହ ଉପରେ ୧୦୦ରୁ ଅଧିକ ଅଦ୍ଭୁତ ଶବ୍ଦସବୁ ଶୁଣି ରେକର୍ଡ କରିଛନ୍ତି । ବର୍ତ୍ତମାନର ଗବେଷଣା ଅନୁଯାଇ ନାସା ର ଜେଟ ପ୍ରୋପଲ୍ଶନ ଲେବ୍ରୋଟୋରୀ (ଜେପୀଏଲ) ରେ ମଙ୍ଗଳ ଗ୍ରହ ରେ କିଛି କମ୍ପନ ଅନୁଭବ କରି ଥିଲେ । ନାସା ରେ ଏହି ବିଷୟରେ ଜଣେଇବା ପାଇଁ ଏକ ବିଜ୍ଞାପନ ଜାରି କରାହୋଇଛି । ଏହା ଅନୁସାରେ ନାସା ର ଇନସାଇଟ ଲ୍ୟାଣ୍ଡର ମଙ୍ଗଳ ଗ୍ରହ ଉପରେ ୧୦୦ରୁ ଅଧିକ କମ୍ପନ ଶୁଣା ଯାଇଛି, ଯେଉଁଥିରୁ ୨୧ଟି ଆବାଜକୁ ଷ୍ଟ୍ରଙ୍ଗ  କୁହାଯାଉଛି ।

ବୈଜ୍ଞାନି କରୁଛନ୍ତି ଏହି ଶବ୍ଦ ଉପରେ ଅଧ୍ୟୟନ :

ଏବେ ବୈଜ୍ଞାନିକ ମାନେ ଏହି ସବୁ ଶବ୍ଦ ଉପରେ ଅଧ୍ୟୟନ କରୁଛନ୍ତି , ବୈଜ୍ଞାନିକ ଏହି ଶବ୍ଦଙ୍କର ଅଲଗା ଅଲଗା ଅର୍ଥ ବାହାର କରୁଛନ୍ତି । ନାସା ର ଯେଉଁ ଇନସାଇଟ ଦ୍ଵାରା ଆବାଜ ରେକର୍ଡ ହୋଇଛି ଏହା ଏକ ଅତି ସଂବେଦନଶୀଳ ସୀସ୍ମୋମୀଟର ଯାହାକୁ ସୀସ୍ମିକ ଏକ୍ସପେରିମେଂଟ ଫାର ଇଂଟୀରିୟର ସ୍ଟ୍ରକ୍ଚର କୁହାଯାଏ । ଏହି ମେସିନ ଦ୍ଵାରା ସୂକ୍ଷ୍ମ ରୂପ ର କମ୍ପନ ବି ଅନୁଭବ କରାଯାଇପାରେ ।

ଭୂକମ୍ପ ତରଂଗ ର ଅଧ୍ୟୟନ କରାଯାଉଅଛି :

ନାସା ରେ ଏହି ଉପକରଣ ମାର୍ସକେକ୍ସ କୁ ଶୁଣିବ ପାଇଁ ଡିଜାଇନ କରାଯାଇଥିଲା । ନାସା ବୈଜ୍ଞାନିକ ପ୍ରଥମ ଥାର ପାଇଁ ମଙ୍ଗଳ ଗ୍ରହ ର ଆନ୍ତରିକ ରଚନା କୁ ଖୁଲାସା କରି ଏହି କଥା ର ଅଧ୍ୟୟନ କରୁଛନ୍ତି କି ଏହି ଭୂକମ୍ପ ତରଂଗ ଗ୍ରହ ଭିତରୁ କେମିତି ଆସୁଛି । ଏସଇଆଇଏସ ପ୍ରଥମ ଥର ପାଇଁ ଏହି ଭଳି କାମ କରୁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *