ନମସ୍କାର ବନ୍ଧୁଗଣ, ମିଳୁଥିବା ସୂଚନା ଅନୁଯାୟୀ ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ହିଞ୍ଜିଳୀଗଡିଆ ଗାଁରେ । ତେବେ ସ୍ଵାମୀ କାହିଁକି ନିଜ ସ୍ତ୍ରୀଙ୍କ ଜୀବନ ନେଲେ ଦେହ ସାରା କଇଁଚି ଭୁଶି ରକ୍ତାତ କରି । ତେବେ ଲୋମ ଟାଙ୍କୁଳି ଉଠୁଥିବା ସେହି ଘଟଣା ସମ୍ପର୍କରେ ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଭାବରେ । କାହିଁକି ନିଜ ସ୍ତ୍ରୀକୁ ମାରିବା ପୂର୍ବରୁ ହାତ ଥରି ଉଠିଲା ନାହିଁ ।
ସୂଚନା ଅନୁସାରେ ବିଶିପୁଳ ଅଞ୍ଚଳର ମଧୁସୂଦନ ମୁର୍ମୁ ନିଜ ସ୍ତ୍ରୀ ସୁହାଗୀ ମୁର୍ମୁଙ୍କ ସହିତ ହିଞ୍ଜିଳୀଗଡିଆ ସ୍ଥିତ ଶଶୁର ଘରକୁ ଯାଇଥିଲେ । ରାତିରେ ଶଶୁର ଘରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ଆରମ୍ଭ ହୋଇଗଲା । ସେହି ଝଗଡା ଏତେ ଭୟଙ୍କର ରୂପ ନେବ କେହି କେବେ କଳନା କରିନଥିଲେ ।
ନିଜର କ୍ରୋଧକୁ ଆୟତ୍ତରେ ନରଖି ପାରି ମର୍ମନ୍ତୁକ ଭାବରେ ମଧୁସୂଦନ ଏକ କଇଁଚି ଆଣି ନିଜ ସ୍ତ୍ରୀଙ୍କ ଶରୀରକୁ ଆଖିବୁଜା ଭୁଷିବାକୁ ଲାଗିଲେ । ତାଙ୍କ ସ୍ତ୍ରୀ ରକ୍ତ ଜୁଡୁବୁଡୁ ହୋଇ ଘଟଣା ସ୍ତଳରେ ଗୁରୁତର ଅବସ୍ତାରେ ପଡି ରହିଥିଲେ । ପରେ ପରିବାର ଲୋକେ ଏହାର ବିଷୟରେ ଜାଣିପାରି ସୁହାଗୀଙ୍କୁ ନିକଟସ୍ଥ ଚିକିତ୍ସାଲୟରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ଡାକ୍ତର ସୁହାଗୀଙ୍କୁ ମୃତ ଘୋଷଣା କରିଥିଲେ ।
ଏହାର ଖବର ପୋଲିସକୁ ମିଳିବା ପରେ । ଘଟଣା ସ୍ତଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ମଧୁସୂଦନ ମୁର୍ମୁଙ୍କୁ ଗିରଫ କରିଥିଲା । ଏବେ ପୋଲିସ ଘଟଣାର ସମ୍ପୂର୍ଣ ତଦନ୍ତରେ ଲାଗିପଡିଛି । ସୁହାଗୀଙ୍କ ସମ୍ପୂର୍ଣ ପରିବାର ଏବେ ଶୋକରେ । ନିଜ ଝିଅକୁ ଏହିଭଳି ଏକ ଛାତି ଥରାଇଦେବା ଭଳି ଘଟଣାରେ ଜୀବନ ହାରି ଥିବା ଦେଖି ନିଜ ମନକୁ କୌଣସି ମତେ ବୁଝାଇ ପାରୁନାହାନ୍ତି ସୁହାଗୀଙ୍କ ପରିବାର ଲୋକେ ।
ସୋହାଗୀ କେବେ ମଧ୍ୟ ଆଶା କରିନଥିବେ ଯାହାଙ୍କୁ ସାତ ଜନ୍ମର ସାଥି ହେବା ପାଇଁ କଥା ଦେଇଥିଲେ ସେ ତାଙ୍କ ଜୀବନର ବଇରୀ ଏହି ଜନ୍ମରେ ସାଜିବ ବୋଲି । ଏଭଳି ଅନେକ ଘଟଣା ଏବେ ସାମ୍ନାକୁ ଆସୁଅଛି । ଆଶା କରୁଛୁ ଏହିସବୁ ଉପରେ ଖୁବ ଶୀଘ୍ର ପୂର୍ଣଛେଦ ପଡୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।