Kapil Sharmaଙ୍କ ଶୋ’ରେ ନଜର ଆସିବେ ଲୋକପ୍ରିୟ ଓଡିଆ ଫିଲ୍ମ “Daman”ର ଟିମ୍!

ନମସ୍କାର ବନ୍ଧୁଗଣ, ଭାରତର ସବୁଠାରୁ ଲୋକ ପ୍ରିୟ ଏବଂ ବହୁଚର୍ଚିତ କମେଡି ସୋ ହେଉଛି କପିଲ ଶର୍ମା ସୋ । ଆମ ଓଡିଆ ଇଣ୍ଡରଷ୍ଟ୍ରିରେ ହଇ ଚଇ ସୃଷ୍ଟି କରୁଥିବା ଦମନ ଫିଲ୍ମ ଏବେ ସାରା ଭାରତରେ ଚର୍ଚ୍ଚାର ପାତ୍ର  ହୋଇସାରିଲାଣି । ମିଳୁଥିବା ସୂଚନା ଅନୁସାରେ ଦମନ ଫିଲ୍ମର ପୁରା ଟିମ କପିଲ ସର୍ମା ସୋ ରେ ଆସିବାକୁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ସମ୍ପୂର୍ଣ ଭାବରେ ।

ଓଡିଆ ଇଣ୍ଡରଷ୍ଟ୍ରିକୁ ନୂଆ ମୋଡ ଦେଇଥିବା ଦମନ ଫିଲ୍ମ ଏବେ ବହୁ ଚର୍ଚ୍ଚିତ ହେବା ସହ ଟଙ୍କା ରୋଜଗାର ମଧ୍ୟ କରିବାରେ ଲାଗିଛି । ଯାହା ଆମ ଓଡିଶା ପାଇଁ ଏକ ଗର୍ବର କଥା । ଏହି ଫିଲ୍ମକୁ  ଆମ ରାଜ୍ୟ ସରକାର ଟିକସ ମୁକ୍ତ କରିବା ପାଇଁ ମଧ୍ୟ ନିର୍ଦେଶ ଦେଇସାରିଲେଣି । ଏହି ଫିଲ୍ମଟି ସମ୍ପୂର୍ଣ ଭାବରେ ଏକ ସତ ଘଟଣା ଉପରେ ଆଧାରିତ ହୋଇ ତିଆରି କରାଯାଇଛି ।

ପ୍ରଥମ ଥର ପାଇଁ ଆମ ଓଡିଆ ଫିଲ୍ମ ହିନ୍ଦୀ ଭାଷାରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମର ହିନ୍ଦୀ ଡବ ମଧ୍ୟ ସରିଲାଣି । ଏହି ସମୟରେ ଆଉ ଏକ ଚର୍ଚ୍ଚାର ବିଷୟ ସାମ୍ନାକୁ ଆସିଛି ତାହା ହେଉଛି କି କପିଲ ସର୍ମାଙ୍କ କାମେଡି ସୋ କୁ ଯାଉଛନ୍ତି ସମ୍ପୂର୍ଣ ଦମନ ଟିମ । ଏହାର ଚର୍ଚ୍ଚା ଜୋର ସୋର ଚାଲିଛି । ଆପଣ ତ ନିଶ୍ଚିନ୍ତ ଭାବରେ ଜାଣିଥିବେ କପିଲଙ୍କ ଶୋକୁ ଯିବା ପାଇଁ ବଡ ବଡ ଫିଲ୍ମ ସବୁ ଲାଇନରେ ଥାଏ । ଆପଣ ଏହା ନିଶ୍ଚୟ ଦେଖିଥିଲେ କପିଲ ସର୍ମାଙ୍କ ଶୋ ରେ ବଲିଉଡର ସମସ୍ତ ବଡ ବଡ ତାରକା ଏବଂ କ୍ରିକେଟର ମାନେ ନଜର ଆସିଛନ୍ତି ।

ସେମାନେ ନିଜର ଫିଲ୍ମ ହେବା ଆଗରୁ କପିଲ ସର୍ମା ଶୋକୁ ଆସି ଫିଲ୍ମ ପ୍ରମୋଶନ କରିଥାନ୍ତି । ତେବେ ଓଡିଶାରେ କେହି ମଧ୍ୟ କେବେ ଭାବିନଥିବେ କି ଓଡିଆ ଫିଲ୍ମ ମଧ୍ୟ କେବେ ସେହି ଶୋ ର ଭାଗିଦାର ହେଇପାରିବ ବୋଲି । କିନ୍ତୁ ଏହି ଦମନ ଫିଲ୍ମ ଇତିହାସକୁ ବଦଳାଇବା ଭଳି କାର୍ଯ୍ୟ କରିସାରିଛି । ଓଡିଆ ଫିଲ୍ମ ପ୍ରତି ଆଗ୍ରହ କମିଯାଉଥିବା ବେଳେ ଦମନ ଏକ ଦମଦାର ଝଟକା ଦେଇଛି ସାରା ଓଡିଶା ବାସୀଙ୍କୁ ।

ଦମନ ବାଧ୍ୟ କରିଦେଇଛି ଲୋକଙ୍କୁ ଓଡିଆ ଫିଲ୍ମ ଦେଖିବା ପାଇଁ ହଲକୁ ଯିବାକୁ । ଏହି ଫିଲ୍ମଟି ମାଲକାନଗିରି ଅଞ୍ଚଳର ଜଣେ ଡାକ୍ତରଙ୍କର ନିଛୁକ ସତ କାହାଣୀ ଉପରେ ପର୍ଯ୍ୟବେକ୍ଷଣ ଅଟେ । ତେବେ ଏବେ କେବଳ ଆପେକ୍ଷା ରହିଲା ଦମନର ପୁରା ଟିମକୁ ଭାରତର ବଡ କାମେଡି ଶୋ ରେ ଦେଖିବା ପାଇଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *