ଘୋଷଣା ହେଲା ନୀର୍ବାଚନ ତାରିଖ, ଜାଣନ୍ତୁ ଓଡିଶାରେ କେବେ ହେବ ନୀର୍ବାଚନ ?

ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଛି । ଦିନ ୩ଟାରେ ଜାତୀୟ ନିର୍ବାଚନ କମିସନ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ୧୨ ନଭେମ୍ବରରେ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଏ ନେଇ ଓଢିଶା ନୀର୍ବାଚନ ପାଇଁବି ଗୋଟିଏ ବଡ ଖବର ଆସିଛି, ଜାଣିବା ପାଇଁ ଶେଷ ଯାଏ ପଢନ୍ତୁ

ସେହିପରି ୨୦ ନଭେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ମଧ୍ୟପ୍ରଦେଶ ଓ ମିଜୋରାମରେ ଗୋଟିଏ ପର୍ଯ୍ୟାୟରେ ଗୋଟିଏ ଦିନକେ ଭୋଟ ଗ୍ରହଣ ହେବ । ଉଭୟ ରାଜ୍ୟରେ ୨୮ ନଭେମ୍ବରରେ ମତ ସାବ୍ୟସ୍ତ କରିବେ ଜନତା । ରାଜସ୍ଥାନ ଓ ତେଲେଙ୍ଗାନାରେ ମଧ୍ୟ ଗୋଟିଏ ଦିନରେ ବିଧାନସଭା ନିର୍ବାଚନ ପାଇଁ ମତଦାନ କରାଯିବ । ଏହି ଦୁଇଟି ରାଜ୍ୟର ଜନତା ୭ ଡିସେମ୍ବରରେ ନିଜ ପସନ୍ଦର ନେତା ଚୟନ କରିବେ । ୪ଟି ଯାକ ରାଜ୍ୟରେ ଗୋଟିଏ ଦିନରେ ଭୋଟ ଗଣତି କରାଯିବ । ୧୧ ଡିସେମ୍ବରରେ ସମସ୍ତ ରାଜ୍ୟରେ ଭୋଟ ଗଣତି ହେବ । ଏବଂ ସେହି ଦିନ ହିଁ ଫଳାଫଳ ଘୋଷଣା କରାଯିବ । ତେବେ ଏହି ସବୁ ରାଜ୍ୟରେ ଆଜି ଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବ ।

ଏବେ ଦେଖନ୍ତୁ କେଉଁ ସିଟ୍ ରହିଛି କେତେ ଭୋଟ୍

ମଧ୍ୟପ୍ରଦେଶ

ମଧ୍ୟପ୍ରଦେଶର ମୋଟ୍ ସିଟ୍ ସଂଖ୍ୟା ୨୩୦ ରହିଛି । ବିଜେପି ପାଖରେ ୧୬୬ଟି ସିଟ ଥିବା ବେଳେ କଂଗ୍ରେସ ପାଖରେ ୫୭ଟି ସିଟ ରହିଛି । ସେହିପରି ବିଏସପିର ୪ଟି ସିଟ ଥିବା ବେଳେ ଅନ୍ୟାନ୍ୟ ୩ଟି ରହିଛି । ବର୍ତମାନ ଶିବରାଜ ସିଂ ଚୌହ୍ୱାନ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଅଛନ୍ତି । ତୃତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି । ୨୦୦୫ରୁ ୨୦୦୮ , ଓ ୨୦୦୮ରୁ ୨୦୧୩ ଓ ୨୦୧୩ରୁ ବର୍ତମାନ ଯାଏ ସେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଅଛନ୍ତି ।

Loading...

ଛତିଶଗଡ

ଛତିଶଗଡରେ ମୋଟ ସିଟ ୯୦ ଥିବା ବେଳ ବିଜେପିର ୪୯ଟି ଆସନ ରହିଛି । ସେହିପରି କଂଗ୍ରେସର ୩୯ଟି ସିଟ ରହିଛି । ବିଏସପିର ଗୋଟିଏ ସିଟ ଥିବା ବେଳେ ଅନ୍ୟାନ୍ୟ ଗୋଟିଏ ରହିଛି । ବର୍ତମାନ ରମଣ ସିଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି । ୨୦୦୩ରୁ ୨୦୦୮ ଓ ୨୦୦୮ ରୁ ୨୦୧୩ ଓ ୨୦୧୩ରୁ ବର୍ତମାନ ଯାଏ ରମଣ ସିଂ ଦାୟିତ୍ୱରେ ଅଛନ୍ତି । ତୃତୀୟ ଥର ପାଇଁ ଲଗାତର ଭାବେ ସେ ଛତିଶଗଡର ମୁଖ୍ୟମନ୍ତ୍ରୀ ପଦବୀରେ ରହିଆସିଛନ୍ତି । ୧୪ ବର୍ଷ ହେଲା ଛତିଶଗଡ ଶାସନ ଡୋରି ତାଙ୍କ ହାତରେ ରହିଛି ।

ରାଜସ୍ଥାନ

ରାଜସ୍ଥାନରେ ମୋଟ ବିଧାନସଭା ସିଟ ୨୦୦ ରହିଛି । ବିଜେପିର ୧୬୦ଟି ସିଟ ଥିବା ବେଳେ କଂଗ୍ରେସର ୨୫ଟି ସିଟ ରହିଛି । ସେହିପରି ବିଏସପିର ୨ଟି ଆସନ ଥିବା ବେଳେ ଅନ୍ୟାନ୍ୟ ୧୦ଟି ସିଟ ରହିଛି । ବସୁନ୍ଧରା ସିଂ ରାଜେ ବର୍ତମାନ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି । ବସୁନ୍ଧରା ରାଜେ ଦ୍ୱିତୀୟ ଥର ପାଇଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି । ୨୦୦୩ରୁ ୨୦୦୮ ଯାଏଁ ବସୁନ୍ଧରା ରାଜେ ମୁଖ୍ୟମନ୍ତ୍ରୀ ଥିବା ବେଳେ ୨୦୧୩ରୁ ସେ ପୁଣି ଶାସନକୁ ଫେରିଛନ୍ତି ।

ତେଲେଙ୍ଗାନା

ତେଲେଙ୍ଗାନାରେ ମୋଟ ସିଟ ସଂଖ୍ୟା ୧୧୯ ଥିବା ବେଳେ ଟିଆରଏସର ୯୦ ସିଟ ରହିଛି ।କଂଗ୍ରେସର ୧୩ଟି ସିଟ ଥିବା ବେଳେ ବିଜେପିର ୦୫ଟି ସିଟ ରହିଛି । ସେହିପରି ଟିଡିପିର ୩ଟି ସିଟ ଥିବା ଅନ୍ୟାନ୍ୟ ୮ଟି ସିଟ ରହିଛି । ତେଲେଙ୍ଗାନା ସ୍ୱତନ୍ତ୍ର ରାଜ୍ୟ ଭାବେ ମାନ୍ୟତା ପାଇବା ପରେ ୨୦୧୪ରୁ ପ୍ରଥମ ମୁଖ୍ୟମନ୍ତ୍ୀ ଭାବେ କେ ଚନ୍ଦ୍ରଶେଖର ରାଓ ଦାୟିତ୍ୱ ସମ୍ବାଳିଛନ୍ତି ।

ମିଜୋରାମ

ମିଜୋରାମର ବିଧାନସଭା ଆସନ ୪୦ଟି ଥିବା ବେଳେ କଂଗ୍ରେସର ୪୦ଟି ଏମଏନଏଫର ୦୫ଟି ସିଟ ରହିଛି । ଏମପିସିର ଗୋଟିଏ ସିଟ ରହିଛି । କଂଗ୍ରେସ ଲାଲ ଥନୱାଲା ୨୦୦୮ରୁ ଆଜି ପର୍ଯ୍ୟନ୍ତ ମିଜୋରାମର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଛନ୍ତି ।

ଓଡିଶା
ଓଡିଶା ପାଇଁ ଏବେ ଯାଏ ନୀର୍ବାଚନ କମିଶନ କୌଣସି ତାରିଖ ଘୋଷଣା କରି ନଥିଲେ ବି ଏ ଦୁଇ ତିନି ଦିନ ଭିତରେ ତାରିଖ ଘୋଷଣା ହେବାର ସମ୍ଭାବନା ଅଛି , ହେଲେ ଆମର ପୂର୍ବଅନୁମାନ ଅନିଯାୟୀ, ଓଡିଶାରେ ଆୟୋଜିତ ହେବାକୁ ଥିବା ହକି ବିଶ୍ବ କପ ପରେ ପରେ ଅର୍ଥାଥ ଜାନୁଆରୀ ଶେଷ କିମ୍ବା ଫ୍ରେବୃଆରୀ ମାସରେ ଓଢିଶାରେ ନୀର୍ବାଚନ ହେବ

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

About The Author

Add Comment