ନିଷ୍ପାପର ବର୍ବରତା ! ସୀମା ଲଙ୍ଘିଲା ଯୌନ ପିପାଷୁ

ଆମ ଦେଶର ଆଇନ ଯେତେ କଠୋରେ ହେଲେ ମଧ୍ୟ ଯୌନ ପିପାଷୁଙ୍କ ସଂଖ୍ୟା କାମୁ ନାହିଁ । ଆଉ ଏକ ନିର୍ଭୟା । ଏହି ଘଟଣା ଅଭାବନୀୟ ଓ ଅମାନୁଷିକ । ଏହା ଯେତିକି ଭୟଙ୍କର ସେତିକି ବିଭତ୍ସ ଓ ହୃଦୟବିଦାରକ । ଯାହା ମନେପକାଇ ଦେଉଛି 2012, ଡିସେମ୍ବର16ର ସେହି କାଳ ରାତିର ଘଟଣାକୁ । ସାତ ବର୍ଷର ସେ ଲୋମ ଟାଙ୍କୁରା ଘଟଣାରେ 4 ଦୋଷୀଙ୍କୁ ଫାଶି ମିଳିସାରିଥିବା ବେଳେ ସମସ୍ତେ ନିର୍ଭୟା ନ୍ୟାୟର ଖୁସିକୁ ସକାଳୁ ମନାଇଛନ୍ତି । ହେଲେ ଦିନ କେଇଟା ନବିତୁଣୁ ସାମ୍ନାକୁ ଆସିଲା ଆଉ ଏକ କଅଁଳ ନିର୍ଭୟାର ଘଟଣା ।

Image Courtesy: Google

ଏମିତି ଏକ ଘଟଣା ହରିୟାଣାରେ ଲୋକଲୋଚନକୁ ଆସିଛି । ହରିୟାଣା ସରକାରଙ୍କ ତରଫରୁ ଝିଅମାନଙ୍କ ଉପରେ ହେଉଥିବା ଅପରାଧକୁ ନେଇ ଅନେକ ବଡ ବଡ ଆଇନ ପ୍ରଣୟନ କରାଯାଇଛି । କିନ୍ତୁ ଆଜି ମଧ୍ୟ ହରିୟାଣାରେ ଝିଅମାନେ ସୁରକ୍ଷିତ ନୁହନ୍ତି । ଏକ ନୂତନ ଓ ଘୃଣ୍ୟ ଜନକ ଖବର ସୋହାନାର ଗୋଟେ କଲୋନିରୁ ଆସିଛି । ଯେଉଁଠି ସମ୍ପର୍କରେ ଭିଣୋଇ ଥିବା ଜଣେ ବ୍ୟକ୍ତି ନିଜ ଶଳା ସହ ମିଶି ୧ ବର୍ଷ ପର୍ଯ୍ୟନ୍ତ ଗୋଟେ ନାବାଳିକାର ଶୋଷଣ କରିଛନ୍ତି ।

Image Courtesy: Google

ଘଟଣା ବିଷୟରେ ସମସ୍ତେ ସେତେବେଳେ ଅବଗତ ହେଲେ ଯେତେବେଳେ ଜଣା ପଡିଲାଯେ ଝିଅଟି ୨ ମାସର ଗର୍ଭବତୀ ହୋଇଗଲା । ଏହା ପରେ ଦୁଇ ଆରୋପି ଯୋଜନା କରି ପୀଡ଼ିତାର ଭାଇ ଓ ବନ୍ଧୁଙ୍କ ଉପରେ ବଳତ୍କାରର ଆରୋପ ଲଗାଇଦେଲେ । କିନ୍ତୁ ସୋହାନା ଥାନାର ଅଧିକାରୀ ଘଟଣାକୁ ଗୁରୁତ୍ଵ ଦେଇ ପୀଡ଼ିତାଙ୍କର ବୟାନ ନେଲେ । ପୀଡ଼ିତାଙ୍କ ବୟାନ ଅନୁସାରେ ଜଣାପଡିଲା ଯେ ଭାଇ ଉପରେ ଲଗାଇଥିବା ଆରୋପ ସମ୍ପୂର୍ଣ ରୂପେ ମିଥ୍ୟା ଅଟେ ।

Image Courtesy: Google

ଏହା ପରେ ସୋହାନା ଥାନା ପୋଲିସ ପୀଡ଼ିତାଙ୍କ ବୟାନକୁ ଆଧାର କରି ଭିଣୋଇ ଓ ଶଳାକୁ ଗିରଫ କରିବା ସହ ସେ ଦୁହିଙ୍କୁ ଅଦାଲତକୁ ପଠାଇ ଦେଇଛନ୍ତି । ସେଠାରୁ ୨ ଦିନ ପୋଲିସ ରିମାଣ୍ଡରେ ନେବା ପରେ ଦୁଇ ଅପରାଧୀଙ୍କୁ ପୋସ୍କୋ ଧାରା ଆଧାରରେ ହାଜତକୁ ପଠାଇ ଦେଇଛି । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ସବୁ ପସନ୍ଦ ଆସୁଥିବ । ଆଗକୁ ଆମ ସହ ରହିବା ପାଇଁ ଓ ଏହିଭଳି ଅନେକ ଭିନ୍ନ ଭିନ୍ନ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଫଲୋ ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *