ନିୟମିତ ପିଅନ୍ତୁ ପାଳଙ୍ଗର ଜୁସ୍, ଫାଇଦା ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଶାରୀରିକ ବିକାଶ ପାଇଁ ସବୁଜ ପରିବା ନିହାତି ଆବଶ୍ୟକ ଓ ଏହି ସବୁଜ ପରିବା ମଧ୍ୟରୁ ପାଳକ ପୋଷ୍ଟିକ ଗୁଣରେ ଭରପୁର ପରିବା ମଧ୍ୟରୁ ଏକ । ଏଥିରେ ମୈଗନୀଜ, କୈରୋଟୀନ, ଆୟରନ, ଆୟୋଡୀନ, କୈଲ୍ଶିୟମ, ମୈଗ୍ନୀଶିୟମ, ପୋଟୈଶିୟମ, ସୋଡିୟମ ଫୌସ୍ଫୋରସ ଓ ଆବଶ୍ୟକ ଅମୀନୋ ଏସିଡ ଥାଏ । ସେମିତି ପାଳଙ୍ଗ ସବୁ ରୂପରେ ସେବନ କଲେ ଭଲ କିନ୍ତୁ ତାକୁ ଜୁସ କରିକି ପିଇଲେ ବହୁତ ଫାଇଦା ରହିଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ ।

ପାଳଙ୍ଗ ଜୁସ ପିଇବାର ଫାଇଦା

୧. ଆଣ୍ଟିଅକ୍ସିଡେଣ୍ଟ-

ପାଳଙ୍ଗରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଚର୍ମ ପାଇଁ ବହୁତ ଫାଇଦା ରହିଥାଏ । ପାଳଙ୍ଗକୁ ନିୟମିତ ନିଜ ଡାଏଟରେ ସାମିଲ କଲେ ଚର୍ମର ଶୁଖିଲା ପଣ ଦୂର ହେଇଯାଏ ଓ ମୁହଁରେ ଚମକ ଆସିଯାଏ । ଯାହା ଆଜିକାଲି ସମସ୍ତେ ଚାହାନ୍ତି କି ସେମାନଙ୍କ ଚେହେରା ବହୁତ ସୁନ୍ଦର ଓ ଚିକ୍କଣ ହେଇଯାଉ ।

୨. ଆୟରନ-

ପାଳକରେ ଭରପୁର ମାତ୍ରାରେ ଆୟରନ ଥାଏ ଯାହା ସାଧାରଣ ଓ ଗର୍ଭବତୀ ମହିଳା ଦୁଇ ଜଣଙ୍କ ପାଇଁ ଜରୁରୀ ଅଟେ । ଏହା ଦ୍ଵାରା ଶରୀରରେ ରକ୍ତ କମି ନଥାଏ । ଏହା ରକ୍ତ ହୀନତା ରୋଗରୁ ମୁକ୍ତି ଦିଏ, ଏହାର ସେବନ ଦ୍ଵାରା ଶରୀରରେ କେବେ ବି ରକ୍ତ କମି ନଥାଏ ।

୩. କୈରୋଟୀନ ଓ କ୍ଲୋରୋଫିଲ-

ଏଥିରେ ଥିବା କୈରୋଟୀନ ଓ କ୍ଲୋରୋଫିଲ କ୍ୟାନ୍ସରରୁ ବଞ୍ଚିବାରେ ସାହାଯ୍ୟ କରିଥାଏ, ଏହା ସହିତ ଆଖିର ରଶ୍ମି ବଢେଇବାରେ ସାହାଯ୍ୟ କରିଥାଏ ।

୪. ମଜବୁତ ହାଡ

ପାଳଙ୍ଗକୁ କେଉଁ ରୂପରେବି ସେବନ କଲେ ବା ଜୁସ କରିକି ପିଇଲେ ଆମ ଶରୀରର ହାଡ ମଜବୁତ ହେଇଥାଏ ।

ତେବେ ଏବେ ତ ଆପଣ ଜଣାଇଲେ ଏହି ପାଳଙ୍ଗ ରେ ଥିବା ଭିଟାମିନ ବିଷୟରେ ଏବଂ ଏହାଲ୍କ୍କୁ ଖାଇବା ଦ୍ଵାରା ଅମା ଶରୀରର କୁ ମିଳୁଥିବା ଫାଇଦା ବିଷୟରେ । ତେବେ ଆମେ ଆଶା କରୁଛୁ ଆପଣ ମଧ୍ୟ ଏହାକୁ ଧ୍ୟାନରେ ରାଖୀ ପ୍ଲାଙ୍ଗ ର ସେବନ କରିବା ଆରମ୍ଭ କରିବେ । କାହିଁକି ନା ଏହା ଆମ ଶରୀରକୁ ଅନେକ ପ୍ରକାରର ଭିଟାମିନ ଯୋଗାଇଥାଏ । ଯାହା ଦ୍ଵାରା ଆମର ରକ୍ତ ହୀନତା, ହାଡ ଜନିତ ରୋଗ, ଦ୍ରୁଷ୍ଟି ଶକ୍ତି ସମସ୍ଯା, ଏବଂ ଡ୍ରାଏ ସ୍କିନ ସମସ୍ଯା ଆଦି ଦୂର ହେବା ସହ ଆହୁରି ମଧ୍ୟ ଅନେକ ଲାଭ ହୋଇଥାଏ ।

Leave a Reply

Your email address will not be published. Required fields are marked *