ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ଦୁଇ ଦିନ ତଳେ ମେଗା ଷ୍ଟାର ଅନୁଭବ ମହାନ୍ତିଙ୍କ ଜନ୍ମଦିନ ଥିଲା । ଜନ୍ମଦିନକୁ ନେଇ ଅନୁବାବଙ୍କୁ ଅନେକ ଲୋକ ବାର୍ତ୍ତା ପଠାଇଥିଲେ । କିନ୍ତୁ ଗୋଟିଏ ପଟେ ଅନୁଭବ କହିଛନ୍ତି ଯେଉଁ ଦିନ ତାଙ୍କର ଡିଭୋର୍ସ ହେବ ସେହି ଦିନ ସେ ଜନ୍ମଦିନ ପାଳନ କରିବେ । ଏ ପରିପ୍ରେକ୍ଷୀରେ ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଇଂଷ୍ଟାଗ୍ରାମରେ ଅନୁଭବଙ୍କୁ ୱିଶ କରିଛନ୍ତି ଆଉ ତାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି ।
ଦେଖିବାକୁ ଗଲେ ଯାତ୍ରୀ ଅଭିନେତ୍ରୀ ରାନୀ ପଣ୍ଡା ନିଜର ରାୟ କୁ ନେଇ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି ତ ଆଉ କେବେ ବିବାଦରେ ମଧ୍ୟ ରହିଥାନ୍ତି । ତେବେ ରାନୀ କହିଛନ୍ତି ଯଦି ଅନୁଭବ ବର୍ଷାଙ୍କୁ ଡିଭୋର୍ସ ଦେବେ ସେ ତାଙ୍କୁ ବିବାହ କରିବାକୁ ରେଡି ଅଛନ୍ତି । ଏ ନେଇ ଅଭିନେତ୍ରୀ ରାନୀ ପଣ୍ଡା ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ “ଅନୁଭବ ବର୍ଷାଙ୍କର ଯେଉଁ ବିବାଦ ଚାଲିଛି ତାହା ଯୋଡି ହୋଇଯିବା ଦରକାର ।
ବର୍ତ୍ତମାନ ସ୍ଥିତି ଯାହା ହୋଇଛି ଲାଗୁ ନାହି ଯୋଡି ହେବ । ଯଦି କେଉଁଠି ବୁଝାମଣା ଠିକ ରହୁ ନାହି ତେବେ ସେଠାରୁ ଦୂରେଇ ରହିବା ଉଚିତ । ଆମେ ଭଲ ମନ୍ଦ ସବୁ ଦେଖିବା । ଅନୁଭବ ଯେଉଁ ପ୍ରକାରର ହନ୍ତସନ୍ତ ହେଲେଣି ମୋତେ ଲାଗୁନି ତାଙ୍କ ଘର ଆଉ ଯୋଡି ହେବ । ଅନୁଭବ ମହାନ୍ତି ଯଦି ତାଙ୍କ ସ୍ତ୍ରୀ ସହ ରହିବେ ଭବିଷ୍ୟ ପୁରା ଅନ୍ଧାର, ତାଙ୍କ ସ୍ତ୍ରୀ ର ପେଡି ଖୋଲିଲେ ହୁତୁହୁତୁ ହୋଇ ଖାଲି ନିଆଁ ଜଳିବ ।
ତେଣୁ ମୁଁ ଏଗୁଡା କହିବାକୁ ଚାହୁଁନି । ବର୍ଷା ସବୁ ଜାଣିଛନ୍ତି କିନ୍ତୁ ଚୁପ ରହୁଛନ୍ତି ଯେମିତି ସମତେ ତାଙ୍କ ଧନ୍ୟ ମହାନ ନାରୀ ବୋଲି ସମ୍ମାନ ଦେବେ । ବର୍ଷା ଯଦି ମହାନ ହୋଇଥାନ୍ତେ ତେବେ କଣ ପୁରୁଷକୁ ଏମିତି କନ୍ଦାଇଥାନ୍ତେ । ତାଙ୍କ ନାଁ ହେଉଛି ବର୍ଷା ସେ ଏମିତି ବର୍ଷା ରେ ବର୍ଷାଇ ଦେଲେଣି ଅନୁଭବ ମହାନ୍ତି ପୁରି ବୁଡି ଗଲେଣି । ମୋତେ ଏଗୁଡା ଜମା ବି ଭଲ ଲାଗୁନି ।
ଏତେ ପ୍ରକାରର ଯେଉଁଠି ଘଟଣା ଘଟି ଗଲାଣି ତେଣୁ ଶିଂଗଲ ଲାଇଫ ହେଉଛି ବେତରା ମୋ ମତରେ । ଅନୁଭବ ମହାନ୍ତି ହେଉଛନ୍ତି ଆମ ଓଡିଶାର ହିରୋ ଓଡିଆ ଚଳଚିତ୍ର ଜଗତର । ତାଙ୍କର ଅଭୁତ ସାରା ଫ୍ୟାନ୍ସ ଅଛନ୍ତି ଭଲ ପାଉଛନ୍ତି । ମୁଁ ଦେଖୁଛି ଅନୁଭବଙ୍କୁ ଅନେକ ଦାୟୀ କରୁଛନ୍ତି । ତାଙ୍କ ଆରିବାରିକ କଥା ଅନେକ ଜାଣି ନାହାନ୍ତି ।
ତାଙ୍କ ଜୀବନରେ ଯାହା ଘଟୁଛି ସେ ବହୁତ ସହିଲେଣି । ପୁରୁଷ ଭାବେ ସେ ବହୁତ ନିର୍ଯ୍ୟାତନା ପାଇଲେଣି ତେଣୁ ସମସ୍ତେ ତାଙ୍କୁ ସହଯୋଗ କରିବା ଉଚିତ । ମୁଁ ଓଡିଶାବାସୀଙ୍କୁ କହିବି ପ୍ରକୃତ କଥା ନ ଜାଣି କାହାକୁ ଦୋଷୀ କହିବା ଉଚିତ ନୁହେଁ । ତା ହେଲେ ବନ୍ଧୁଗଣ ଆପଣଙ୍କର ରାନୀ ପଣ୍ଡାଙ୍କ ରାୟ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।