ବନ୍ଧୁଗଣ ସରିବାକୁ ଯାଉଛି ୨୦୨୨ ବର୍ଷ ଆଉ ଆସିବାକୁ ଯାଉଛି ନୂତନ ବର୍ଷ ୨୦୨୩ । ଏହା ସହ ଲାଗୁ ହେବ ଅନେକ ନୂଆ ନିୟମ । ଏହା ଭିତରେ ଆସୁଛନ୍ତି ଦେଶର ଜାତୀୟ ବ୍ଯାଙ୍କ ସମୁଖ । କାରଣ ଜାନୁଆରୀ ୧ ରୁ ବ୍ଯାଙ୍କ କ୍ଷେତ୍ରରେ ଲାଗୁ ହେବାକୁ ଯାଉଛି କିଛି ନୂଆ ନିୟମ । ବ୍ୟାଙ୍କରେ ଆପଣଙ୍କର ଲକର ଅଛି କି ଯଦି ଥାଏ ତେବେ ଏହି ସୂଚନା ଆପଣଙ୍କର ଜାଣିବା ନିହାତି ଜରୁରୀ ଅଟେ ।
ଆରିବିଆଇର ସଂଶୋଧିତ ଅଧିସୂଚନା ମୁତାବକ ଏହି ନିୟମ ଲାଗୁ ହେବା ପରେ ବ୍ୟାଙ୍କର ମନମାନି ଉପରେ ଲଗାମ ଲାଗିବ । ଏହା ସହ ଗ୍ରାହକଙ୍କ ପାଇଁ ସମ୍ପୃକ୍ତ ବ୍ଯାଙ୍କକୁ ଉତ୍ତରଦାୟୀ ହେବାକୁ ପଡିବ । ଆରବିଆଇ ର ଏହି ନୂଆ ନିୟମ ସମ୍ପର୍କରେ ଭାରତୀୟ ଷ୍ଟେଟ ବ୍ଯାଙ୍କ ଓ ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ ନିଜ ନିଜ ଗ୍ରାହକଙ୍କୁ ସୂଚନା ଦେଉଛନ୍ତି ।
ବ୍ଯାଙ୍କ ଗୁଡିକ ରେଜିଷ୍ଟର ମୋବାଇଲ ନମ୍ବର ମାଧ୍ୟମରେ ନୂଆ ନିୟମର ସୂଚନା ଗ୍ରାହକଙ୍କୁ ଦେଉଛନ୍ତି । ନୂଆ ନିୟମ ଅନୁଯାୟୀ ୨୦୨୩ ପହିଲା ଯାଏଁ ଗ୍ରାହକଙ୍କାର ଲକର ଗୁଡିକର ରିନିୱାଲ କରାଯିବ । ଏହିପରି ଭାବରେ ଗ୍ରାହକଙ୍କ ସମ୍ପତି ସୁରକ୍ଷାକୁ ନେଇ ସୁନିଶ୍ଚିନ୍ତ କରାଯିବ । ଗ୍ରହକଙ୍କର ଲକର ଏଗ୍ରୀମେଣ୍ଟ ଚୁକ୍ତି ଦାବିକରଣ ତଥା ସ୍ଵାକ୍ଷର ପାଇଁ ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ ଡିସେମ୍ବର ୩୧କୁ ସମୟ ସୀମା ରଖିଛି ।
ଭାରତୀୟ ରିଜର୍ଭ ବ୍ଯାଙ୍କ ପକ୍ଷରୁ କୁହାଯିଛି ଯେ ନୂଆ ନିୟମ ଆଧାରରେ ବ୍ଯାଙ୍କ ଗୁଡିକୁ ଖାଲି ଲକର ସହ ବେଟିଙ୍ଗ ଲକର ର ଲିଷ୍ଟ ଦେଖାଇବାକୁ ପଡିବ । ଲକର ପାଇଁ ଗ୍ରାହକଙ୍କ ଠାରୁ ଅତି ବେଶୀରେ ୩ ମାସର ଦେୟ ଗ୍ରହଣ କରାଯିବ । କୌଣସି ଗ୍ରାହକଙ୍କ କ୍ଷତି ହେଉଥିବା ଅବସ୍ଥାରେ ବ୍ଯାଙ୍କ କିଛି ଅଯଥା ନିୟମ ଆଳରେ ସେମାନଙ୍କୁ ହଇରାଣ କରିପାରିବେ ନାହି ।
ଗ୍ରାହକଙ୍କ ସହ ଲକର ଏଗ୍ରୀମେଣ୍ଟରେ ଯେପରି କୌଣସି ଅନୁଚିତ ସର୍ତ୍ତ ରହିବ ନାହି ତାହା ନିଶ୍ଚିନ୍ତ କରାଯିବ । ତେବେ କଣ ଏହି ଲକର ଏଗ୍ରୀମେଣ୍ଟ ଆସନ୍ତୁ ଜାଣିବା । ଗ୍ରାହକ ନିଜର ସୁରକ୍ଷିତ ସମ୍ପତି ରଖିବାକୁ ବ୍ୟାଙ୍କରେ ଆବେଦନ କରିଥାନ୍ତି । ଏଥିପାଇଁ ବ୍ଯାଙ୍କ ସହ ଏକ ଚୁକ୍ତି ସ୍ବାକ୍ଷର ହୁଏ । ଗ୍ରାହକଙ୍କ ଠାରୁ କିଛି ମାସେ ଦେୟ ମଧ୍ୟ ଗ୍ରହଣ କରାଯାଏ। ଏହି ଚୁକ୍ତି ପାତ୍ର ବ୍ୟାଙ୍କରେ ଜମା ରୁହେ ।
ଆରବିଆଇ ନିୟମ ଅନୁଯାୟୀ ଏହି ଲକର ରେ ଥିବା ଗ୍ରାହକଙ୍କ ସମ୍ପତିର ଯଥାସାଧ୍ୟ ଯତ୍ନ ନେବା ସମ୍ପୃକ୍ତ ବ୍ୟାଙ୍କର ଦାୟିତ୍ଵ । ବ୍ୟାଙ୍କର ଖାମ ଖିଆଲି ଯୋଗୁଁ ଯଦି ଗ୍ରାହକଙ୍କର କ୍ଷତି ହୁଏ ବା ଲକର ରେ ଥିବା ସମ୍ପତିର କ୍ଷତି ହୁଏ ତାହାର ସଂପୂର୍ଣ୍ଣ ଦାୟିତ୍ଵ ନେବ ବ୍ଯାଙ୍କ । ଏହା ସହ ଗ୍ରାହକଙ୍କୁ ଉଚିତ କ୍ଷତିପୂରଣ ଦେବ ବ୍ଯାଙ୍କ । ସମୟ ଅନୁଯାୟୀ ଗ୍ରାହକଙ୍କୁ ସେମାନଙ୍କର ଲକର ର ସ୍ଥିତି ବାବଦରେ ମ୍ଯାସେଜ ଦିଆଯିବ ବୋଲି rbi ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଛି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।