ଓଜନ କମାଇବା ପାଇଁ ମହିଳା କରିଲେ ଏଭଳି ଡାଏଟ କି, ହୋଇଗଲା ବ୍ରେନ ଡ୍ୟାମେଜ- ଯଦି ଆପଣ ବି କରୁଛନ୍ତି ଏମିତି କିଛି ତେବେ ହୋଇଯାନ୍ତୁ ସାବଧାନ!

ଓଜନ କମେଇବାପାଇଁ କିଛି ଲୋକ କମ୍ ଖାଆନ୍ତି ତ କିଛି ଲୋକ ଲିକୁଇଡ ଡାଏଟ ସାହାଯ୍ୟ ନିୟନ୍ତି । ଯଦି ଆପଣ ବି ଏହିଭଳି ଡାଏଟ ରେ ଅଛନ୍ତି ତାହେଲେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ଏହି ଘଟଣା । ଗୋଟେ ମହିଳା ଶୀଘ୍ର ଓଜନ କମେଇବାପାଇଁ ଏମିତି କଲେ ଡାଏଟ କି ତାଙ୍କ ବ୍ରେନ୍ ସବୁଦିନ ପାଇଁ ଡ୍ୟାମେଜ ହୋଇଗଲା, ଏହି ଘଟଣା ଇସରାଇଲ ର ଅଟେ ।

ଗୋଟେ ସମାଚାର ଚ୍ୟାନେଲ ଅନୁସାରେ ଏଠି ଏକ ୪୦ ବର୍ଷ ମହିଳାଙ୍କୁ ତେଲ ଅବିବ ର ଏକ ମେଡିକଲ ରେ ଭର୍ତି କରା ଯାଇଛି ।

ଡକ୍ଟରମାନଙ୍କ ଅନୁଯାଇ ମହିଳା ଗତ ତିନି ସପ୍ତାହ ରେ କେବଳ ଜୁସ୍ ସାହାଯ୍ୟ ରେ ଥିଲେ ଏହି କାରଣରୁ ମହିଳାଙ୍କ ମସ୍ତିଷ୍କ କୁ ଆଘାତ ହୋଇଛି । କୁହାଯାଊଛି କି ଏହି ଡାଏଟ ପ୍ରାରମ୍ଭ ପୂର୍ବରୁ ମହିଳାଜଣଙ୍କ ଅଲ୍ଟରନେଟ ଥେରେପୀ ନବା ଆରମ୍ଭ କରିଥିଲେ, ଏହି ଥେରେପୀ ସମୟ ରେ ମହିଳାଙ୍କୁ କେବଳ ଯୁସ୍ ଓ ପାଣି ପିଇବାକୁ କୁହାଯାଇଥିଲା ।

ଶରୀର ରେ ସୋଡିଅମ କମିବା କାରଣରୁ ମହିଳାଙ୍କର ୪୦ କେଜି ଓଜନ କମି ଯାଇଥିଲା, ଚିକିତ୍ସା ପରେ ଡକ୍ଟର ଜଣାଇଲେ କି ମହିଳାଜଣକ ହୋଈପୋନାଟ୍ରେମିୟା ନାମକ ସମସ୍ୟାରେ ପୀଡିତ ଥିଲେ । ଏହି ସମସ୍ୟାକୁ ମେଡିକଲ ସାଇନ୍ସ ରେ ୱାଟର ଇଂଟକ୍ସିନେଶନ କୁହାଯାଏ ।

ବର୍ତମାନ ମହିଳାଙ୍କର ଚିକିତ୍ସା ଚାଲିଛି ଏବଂ ଡକ୍ଟରମାନଙ୍କୁ ଡ଼ର ଅଛି କି ଅଧିକ ସମୟ ପର୍ଯ୍ୟନ୍ତ କୁପୋଷଣ ଏବଂ ଅତ୍ୟଧିକ ତରଳ ସେବନ ଦ୍ଵାରା ମହିଳାଙ୍କ ମସ୍ତିଷ୍କ କ୍ଷତି ହୋଇପାରେ । ମିଡିୟା କୌଣସି କାରଣ ର ଉଲ୍ଲେଖ କରିନାହାଁନ୍ତି ଯେଉଁଦ୍ଵାରା ଜଣାପଡିବ କି ମହିଳା ତରଳ ଆହାର କଣପାଇଁ ଆରମ୍ଭ କରିଥିଲେ ।

ଏହି ପୋଷଣ ଆହାର କୁ ବେଳେ ବେଳେ ଓଜନ କମ କରିବାପାଇଁ ଶୀଘ୍ରତମ ଉପାୟ କୁହାଯାଏ । ବାର୍ତ୍ତମାନ ଇସରାଇଲରେ ବିକଳ୍ପ ଚିକିତ୍ସା ନିୟନ୍ତ୍ରଣ ରେ ନାହିଁ, ସେଥିପାଇଁ କେହିବି ନିଜକୁ ଏକ ବିଶେଷଜ୍ଞ କହି ଆପଣଙ୍କୁ ଧନ ପାଇଁ ଠକି ପାରେ । ଏହିସବୁ ଡାଏଟ ପ୍ଳାନ କରିବା ଆଗରୁ କୌଣସି ବିଶେଷଜ୍ଞଙ୍କର ପରାମର୍ଶ ନିଶ୍ଚୟ ନିଅନ୍ତୁ ।

ଏହିଭଳି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପାଇଁ ଆମ ପେଜ ଖବର ଓଡିଆକୁ ଲାଇକ ନିଶ୍ଚୟ କରନ୍ତୁ ଓ ଏହି ଲେଖାଟି ଅନ୍ୟମାନଙ୍କ ସହ ଶେୟାର କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *