ଓଃ କି ଭୟଙ୍କର ଦୃଶ୍ୟ! ବୋଡାକୁ ଗିଳିଲା ନାଗ… ଦେଖନ୍ତୁ ଭାଇରାଲ Video,

ନମସ୍କାର ବନ୍ଧୁଗଣ, ଆଜିର ସମୟରେ ଏମିତି କିଛି ଅଦଭୁତ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏହି ସବୁ ଘଟଣା ଦୁର୍ଘଟଣା ବିଷୟରେ ଲୋକ ମାନେ ସୋସିଆଲ ମିଡିଆ ଜରିଆରେ ଦେଖୁଛନ୍ତି ଆଉ ଅନୁଭବ ମଧ୍ୟ କରୁଛନ୍ତି । ବର୍ତ୍ତମାନ ସମୟରେ ଏମିତି ଏକ ଅଦଭୂତ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଘଟଣା ବିଷୟରେ ଆପଣ ଜାଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ସତରେ କଣ ଏମିତି ହୋଇପାରେ । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ବିସ୍ତାର ଭାବେ ।

ସୂଚନା ଅନୁଯାୟୀ ଏହି ଘଟଣା ଟି ନାଗ ସାପ ଓ ଚନ୍ଦନା ବୋଡା ସାପ କୁ ନେଇ ଘଟିଛି । ତେବେ ଆପଣ ମାନେ ଜାଣିଥିବେ ଆମ ହିନ୍ଦୁ ଧର୍ମରେ ସାପ ମାନଙ୍କୁ ପୂଜା କରାଯିବା ସହ ବହୁତ ମାନ୍ୟତା ମଧ୍ୟ ରହିଛି । ଅନ୍ୟ ପକ୍ଷରେ ସାପ ନାଁ ଶୁଣିଲେ ମନରେ ଭୟ ସୃଷ୍ଟି ହୋଇଥାଏ । ତେବେ ସୋସିଆଲ ମିଡିଆରେ ବହୁଳ ମାତ୍ରା ରେ ସାପ କୁ ନେଇ ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ଖୁବ ହେଉଛି । ଅନ୍ୟ ପକ୍ଷରେ ସାପ କାହାକୁ ଚୋଟ ମାରିଲେ ସେହି ବ୍ଯକ୍ତିର ତୁରନ୍ତ ମୃତ୍ୟୁ ମଧ୍ୟ ହୋଇଥାଏ ଏହା ନିରାଟ ସତ୍ୟ ଅଟେ ।

କଟକ ଜିଲ୍ଲା ବାଙ୍କୀ ବିଜ୍ଞାପିତ ଅଞ୍ଚଳର ୧୫ ନମ୍ବର ୱାର୍ଡ ବନ୍ୟା ଜଳ ପଶିଲା ପରେ ଦେଖିବାକୁ ମିଳିଛି ଏକ କୌତୁହଳ ପ୍ରଦ ଘଟଣା । ଏକ ବଡ଼ ନାଗ ଆଉ ଏକ ସାପ କୁ ଗିଳୁ ଥିବାର ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇ ସ୍ନେକ ହେଲ୍ପ ଲାଇନ ସହ ଯୋଗାଯୋଗ କରିଥିଲେ । ଖବର ପାଇ ସ୍ନେକ ହେଲ୍ପ ଲାଇନ ର ସଂଯୋଜକ ଲଳିତ ମୋହନ ପଣ୍ଡା ସେଠାରେ ପହଞ୍ଚିବା ବେଳକୁ ନାଗ ସାପଟି ଚନ୍ଦନ ବୋଡ଼ା ସାପକୁ ଗିଳି ସାରିଥିଲା । ଲଳିତ ପ୍ରାୟ ୬ ଫୁଟ ର ନାଗ ସାପ ଟିର ଲାଞ୍ଜ କୁ ଧରି ଉଦ୍ଧାର କଲାବେଳେ ସାପ ଟି ଏକ ୨ ଫୁଟ ର ଚନ୍ଦନ ବୋଡା କୁ ବାନ୍ତି କରିଥିଲା ।

ତେବେ ବୋଡା ସାପ ଟି ଉଧାର ହେବା ପରେ ବଞ୍ଚି ଯାଇଛି ବୋଲି ସୂଚନା ମିଳିଛି । ବର୍ତ୍ତମାନ ସମୟରେ ବର୍ଷା କମିଥିଲେ ମଧ୍ୟ ବନ୍ୟା ସ୍ଥିତି ସବୁ ଜାଗାରେ କମି ନାହି । ଯାହା ଫଳରେ ସାପ ଭଳି ବନ୍ୟ ଜନ୍ତୁ ମାନେ ବନ୍ୟା ପାଣି ରେ ଭାସି ଆସୁଛନ୍ତି ଆଉ ଲୋକ ମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି । କିନ୍ତୁ ସାପ ପାଇଁ ଆଉ ଗୋଟେ ସାପ ଯେ ବିପଦଜନକ ହୋଇପାରେ ତାହା ଏହି ଘଟଣା ରୁ ସ୍ପଷ୍ଟ ବାରି ହେଉଛି ।

ତେବେ ସେ ଯାହା ବି ହେଉ ବୋଡା ସାପ କୁ ଉଧାର କରାଯିବା ପରେ ତାଙ୍କୁ ସୁରକ୍ଷିତ ଭାବେ ବନ୍ୟା ବିଭାଗ କୁ ହସ୍ତାନ୍ତର କରା ଯାଇଛି । ତେବେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *