ଜାଣନ୍ତୁ “P” ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତିମାନଙ୍କ ସ୍ଵଭାବ ବା ବ୍ୟକ୍ତିତ୍ଵ

ବ୍ୟକ୍ତି ର ବ୍ୟକ୍ତିତ୍ଵ ଉପରେ ନାମ ର ପ୍ରଭାବ ବହୁତ୍ ପଡ଼ିଥାଏ। ସେଥି ପାଇଁ ମତ ପିତା ଶିଶୁ ର ନାମ କରଣ ବହୁତ୍ ଭାବିଚିନ୍ତି କରିଥାନ୍ତି । ଯେଉଁଥି ପାଇଁ ଜନ୍ମ ତାରିଖ ଏବୋ ସମୟକୁ ନେଇ ଜ୍ୟୋତିଷ ମାନେ ପିଲାର ନାମକରଣ କରିବାକୁ କହି ଥାନ୍ତି ।

ଏବେ ଆସନ୍ତୁ ଜାଣିବା P ନାମ ଧାରି ବ୍ୟକ୍ତି ଙ୍କ ପ୍ରକୃତି ଓ ସ୍ଵଭାବ ।

1. ଏମାନେ ପରାପକାରୀ , ଦୟାଳୁ , ଧାର୍ମିକ ଏବଂ କୋମଳ ହୃଦୟର ଅଟନ୍ତି ।

2. ଏମାନଙ୍କ ପାଇଁ ନିଜ ମାନ ସଂମାନ ସବୁଠାରୁ ବଡ ।

3. ଏମାନଙ୍କର ସହିବା ଶକ୍ତି ବହୁତ ଥାଏ ।

4. ଏମାନେ ଈଶ୍ୱର ବିଶ୍ୱାସୀ ।

P ନାମ ଧାରି ବ୍ୟକ୍ତି ଙ୍କ ବ୍ୟକ୍ତିତ୍ଵ

5. ନିଜର ବିଚାର କୁ ସବୁ ବେଳେ ଘର ଲୋକଙ୍କ ଉପରେ ଏମାନେ ଲଦିବାକୁ ଚେଷ୍ଟା କରନ୍ତି ଯାହା ଫଳରେ ଅନ୍ୟ ମାନେ ଏମାନଙ୍କୁ ବିଦ୍ରୋହ କରନ୍ତି ।

6. ପ୍ରେମକୁ ନିଭାଇବାକୁ ଏମାନଙ୍କୁ ବହୁ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ । କିନ୍ତୁ ଯାହାକୁ ଭଲ ପାଆନ୍ତି ଖୋଲା ହୃଦୟରୁ ଭଲ ପାଇଥାନ୍ତି , ଏବଂ ସାରା ଜୀବନ ସାଥିରେ ରହିବାକୁ ପସନ୍ଦ କରିଥାନ୍ତି ।

7. ଏମାନଙ୍କ ମନଭିତରେ ବହୁ ଦ୍ଵନ୍ଦ ଲାଗି ରହିଥାଏ , ମନର କଥାକୁ ଏମାନେ କାହାକୁ କହି ନଥାନ୍ତି , ମନରେ ଯେତେ କଷ୍ଟ ଥିଲେ ମଧ୍ୟ ଏମାନେ ବାହାରକୁ ଜଣା ପଡନ୍ତି ନାହିଁ । ମନର ଅବସ୍ଥା ଯେପରି ବି ଥାଉ ନା କାହିଁକି ଅନ୍ୟକୁ ଖୁଶି କରିବାକୁ ଚେଷ୍ଟା କରିଥାନ୍ତି ।

8. ଏମାନେ ଅନ୍ୟର ଦୁଃଖ ଦେଖି ପାରନ୍ତି ନାହିଁ । କିନ୍ତୁ ଏମାନଙ୍କର ଜୀବନରେ ବେଶୀ ଦୁଃଖ ଲାଗିରହିଥାଏ ବୋଲି ଏମାନଙ୍କର ଧାରଣା ସବୁବେଳେ ଥାଏ ।

9. ଏମାନେ ଭିଡ କୁ ପସନ୍ଦ କରନ୍ତି ନାହିଁ , ଭିଡ଼ରୁ ଦୁରେଇ ଵୃରନ୍ତି ,ଏମାନେ ଭାରି ଶାନ୍ତ ଶିଷ୍ଟ ଅଟନ୍ତି ।

10. କୌଣସି ପରିସ୍ଥିତି ରେ ବି ଏମାନେ compromise କରିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ପରିବାର ର ଉତ୍ତମ ଦାୟିତ୍ୱ ନେଇଥାନ୍ତି ।

11. କ୍ୟାରିୟର କୁ ନେଇ ଏମାନେ ସବୁବେଳେ ପଛୁଆ ଥାଆନ୍ତି । କାର୍ଯ୍ୟକ୍ଷେତ୍ରରେ ବାରମ୍ବାର ଅସଫଳତା ମିଳିଥିଲେ ମଧ୍ୟ କେବେ ନିରାଶ ହୁଅନ୍ତି ନାହିଁ । ଏମାନେ ନିଜର କାମକୁ ନେଇ ଅଧିକ ତତ୍ପର ହେଇଥାନ୍ତି , ତଥାପି ଏତେ ସହଜରେ ସଫଳତା ଏମାନଙ୍କୁ ମିଳିନଥାଏ । ପୁଣି ଥରେ କାମ କୁ ଆରମ୍ବ କରନ୍ତି ଯେ ପର୍ଯ୍ୟନ୍ତ ସଫଳତା ନ ପାଇଥାନ୍ତି ।

Leave a Reply

Your email address will not be published. Required fields are marked *