୧୦୫ ବର୍ଷ ବୟସ ରେ ପୁରା ହେଲା ଛୁଆ ବେଳର ସ୍ଵପ୍ନ, କେମ୍ବି ସାଜିଲେ ସାରା ଦୁନିଆ ପାଇଁ ଏକ ବଡ ଉଦାହରଣ

କେରଳ ବାୟନାଡ ସହରରେ ରହୁଥିବା ୧୦୫ ବର୍ଷୀୟ ମହିଳା କେମ୍ବି ଏହି ବର୍ଷ ସାକ୍ଷରତା ପରୀକ୍ଷା ପାସ କରି ନିଜ ଛୁଆ ବେଳ ସ୍ଵପ୍ନ ପୁରା କରିଛନ୍ତି, ମଜଦୁରି କାମ କରୁଥିବା କେମ୍ବି ସହ ୨୯୯୩ ଲୋକ ପରୀକ୍ଷା ଦେଇଥିଲେ ଓ କେମ୍ବି ତାଙ୍କ ମଧ୍ୟରୁ ସବୁଠାରୁ ବୟସ୍କ ଥିଲେ । କେମ୍ବି ମାଁ ବାପା ତାଙ୍କୁ ପାଠ ପୁରା କରିବା ପାଇଁ ମନା କରିଥିଲେ କିନ୍ତୁ ତାଙ୍କ ପୁଅ ତାଙ୍କୁ ପରୀକ୍ଷା ଦବା ପାଇଁ ସାହାଯ୍ୟ କରିଛନ୍ତି ଓ ନିଜ ପୁଅ ସାହାଯ୍ୟ ଦ୍ଵାରା କେମ୍ବି ପରୀକ୍ଷା ପାସ କରିଛନ୍ତି ।

ଏଥର କେମ୍ବି କମ୍ପ୍ୟୁଟର ଶିଖିବା ପାଇଁ ଚାହନ୍ତି ଓ ଆର ବର୍ଷ ସେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦବା ପାଇଁ ପାଠ ପଢୁଛନ୍ତି ।

ଛୁଆବେଳ ସ୍ଵପ୍ନ ରହି ଯାଇ ଥିଲା ଅଧା :

ପାଠ ନ ପଢିବାରୁ କେମ୍ବି ଙ୍କ ପାଖରେ ମଜଦୁରି ଛଡା କିଛି ବିକଳ୍ପ ନଥିଲା ତାଙ୍କୁ ନିଜ ଓ ନିଜ ପରିବାର ପେଟ ପୋଷିବା ପାଇଁ ମଜଦୁରି କରିବାକୁ ପଡିଲା । ବାହାଘର ହେଲା ଛୁଆ ହେଲେ କିନ୍ତୁ ପାଠ ପୁରା ହେଲା ନାହିଁ, ଯେତେବେଳେ ଏହି ବର୍ଷ ଅମ୍ମାକୁ କେରଳ ରାଜ୍ୟ ସାକ୍ଷରତା ମିଶନ ବିଷୟରେ ଜଣା ପଡିଲା ସେତେବେଳେ ତାଙ୍କ ଅଧା ସ୍ଵପ୍ନକୁ ଯେମିତିକି ପର ମିଳି ଗଲା ।

ନିଜ ଇଛା ଶକ୍ତି ଦ୍ଵାରା ଲୋକଙ୍କୁ ଆକର୍ଷିତ କଲେ :

ସବୁ ଦିନ ଭଳି କାମ କରୁଥିବା ବେଳେ ଅମ୍ମାକୁ ସାକ୍ଷରତା ପ୍ରଚାରକ କ୍ଲରମ୍ମା ୱୀୱୀ ଓ ଇଂସ୍ଟ୍ରକ୍ଟର ସୁନୀତା ପୀ ଦେଖା ହୋଇଥିଲେ, ଯେତେବେଳେ ସେ ଅମ୍ମା ସହ ପାଠ ବିଷୟରେ କଥା ହେଲେ ସେତେବେଳେ ଅମ୍ମା ମଧ୍ୟ ନିଜ ପାଠ ରୁଚି ବିଷୟରେ କହିଲେ । ଦୁଇ କାର୍ଯ୍ୟକର୍ତ୍ତା ଅମ୍ମା ଇଛା ଦେଖି ଅମ୍ମାକୁ ଏହି ପରୀକ୍ଷା ବିଷୟରେ ଜାଗରୁକ କରେଇଲେ, କିଛି ଦିନ ପରେ ହୋଇଥିବା ପରୀକ୍ଷା ରେ କେମ୍ବି ଅମ୍ମା ପରୀକ୍ଷା ବହୁତ ଭଲ ଅଙ୍କ ରେ ପାସ କଲେ ।

ମାଁ ବାପା ନୁହଁ ଛୁଆ ପଢେଇଲେ :

ପରୀକ୍ଷା ତିଆରି ପାଇଁ ଅମ୍ମା ଛୁଆ ତାଙ୍କୁ ସାହାଯ୍ୟ କରିଥିଲେ, ପାଠ ରିଭିଜନ ଛୁଆ ଅମ୍ମାଙ୍କୁ ଭଲ ଭାବରେ କରେଇଥିଲେ, ଦୁଇ ପୁଅ ଏବେ ବି ମଜଦୂରି କରି ଘର ଚଳଉଛନ୍ତି କିନ୍ତୁ ନିଜ ମାଁ ଉପଲବ୍ଧି ପାଇଁ ଦୁହେଁ ବହୁତ ଖୁସି ଅଛନ୍ତି । ତେବେ ଏହି ବୟସରେ ବି ଆମ୍ମା ସମସ୍ତଙ୍କ ପାଇଁ ଏକ ଉଦାହରଣ ହୋଇଛନ୍ତି କି ବୟସ କିଛି ବି ହାସିଲ କରିବାରେ କୌଣସି ବାଧା ନୁହେଁ । ନିଜ ଇଚ୍ଛା ଥିଲେ ଆପଣ କିଛି ବି କରି ପାରିବେ ।

Leave a Reply

Your email address will not be published. Required fields are marked *