Casting Couch ବିବାଦ: ସେ ଝିଅଟି ଆମ ଘରପାଖ ପିଲା, ମୁଁ ତାକୁ କହିଥିଲି ତୁ ଭଲ ରେଜଲ୍ଟ କଲେ, ଦେଖନ୍ତୁ କଣ କହୁଛନ୍ତି Papu Pam Pam

ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଲିଉଡ ର କମେଡି କିଙ୍ଗ ତଥା ହାସ୍ୟ ଅଭିନେତା ଓ ଲୋକପ୍ରିୟତା ହାସଲ କରିଥିବା ହିରୋ ପପୁ ପମ ପମ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଚମତ୍କାର ଓ ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ତେବେ ତାଙ୍କ ନାଁ ରେ ଜଣେ ନାବାଳିକା ଅଭିଯୋଗ ଆଣିଛନ୍ତି ଯାହା ବିଷୟରେ ଏବେ ମୁହଁ ଖୋଲିଛନ୍ତି ପପୁ । ଅଭିନେତା ପପୁ ପମ ପମ କହିଛନ୍ତି ଯେ ଯେଉଁ ନାବାଳିକା ଙ୍କ ଅଭିଯୋଗ ତାଙ୍କ ନାଁ ରେ ଆସିଥିଲା ସେ ତାଙ୍କ ଘର ପାଖ ପିଲା ଥିଲା ବହୁତ ଛୋଟ ପିଲା ଟା ମାତ୍ର ୧୦ମ ଶ୍ରେଣୀରେ ପାଠ ପଢୁଥିଲା ।

ନାବାଳିକା ଜଣକ ପପୁ ଙ୍କୁ କହିଥିଲେ କି ଅଭିନୟ କରିବା ପାଇଁ । ସେଥିପାଇଁ ପପୁ ତାକୁ କହିଥିଲେ ତୁ ଭଲ ରେଜଲ୍ଟ କରି ମୁଁ ତୋତେ ଆକଟିଂ କରାଇବି । ଏହି ବିଷୟରେ ଝିଅ ର ବାପା ମା ମଧ୍ୟ ଜାଣିଛନ୍ତି ବୋଲି ପପୁ ମତ ଦେଇଛନ୍ତି । କିନ୍ତୁ କିଛି କୁଆଡେ ହୋଇ ନାହି ହଠାତ ଦୁଇ ଜଣ ମୁହଁ ରେ କଳା କପଡା ବାନ୍ଧି ଚ୍ୟାନେଲ ଆଗରେ କହିଲେ ଏହା ସହ ନାବାଳିକା ଜଣକ ମଧ୍ୟ ଚ୍ଯାନେଲ ଆଗକୁ ଆସି ତାଙ୍କ ନାଁ ରେ ଅଭିଯୋଗ କରିଲା ବୋଲି ପପୁ କହିଛନ୍ତି । ଏହାରି ଭିତରେ ତାକୁ କିଏ କଣ ଶିଖାଇଲା କାହିଁକି ଶିଖାଇଲା ଯାହା ପାଇଁ ଏତେ ବଡ ବିଭ୍ରାଟ ହେଲା ବୋଲି ପପୁ ରାଏ ଦେଇଛନ୍ତି ।

ଜଜମେଣ୍ଟ ପେପର ମୋ ପାଖରେ ପହଞ୍ଚି ନାହି ଏ ଯାଏଁ ବୋଲି ପପୁ କହିଛନ୍ତି । ଜଜମେଣ୍ଟ ପେପର ପହଞ୍ଚିବା ପରେ ମୁଁ ଦେଖିବୀ ପ୍ରକୃତ ରେ କଣ ହୋଇଛି କିଏ କଣ କରିଛି ବୋଲି ସବୁ ଜଣା ପଡିବ ବୋଲି ପପୁ ମତ ଦେଇଛନ୍ତି । ଆଗକୁ ପପୁ କହିଛନ୍ତି ସେତିକି ଯାଏଁ ତାଙ୍କୁ ସମୟ ଦିଆଯାଉ ତା ପରେ ସେ କଣ କରିବେ ବା କଣ ସ୍ଟେପ ନେବେ ସେହି ମାନଙ୍କ ବିରୁଦ୍ଧରେ ଯେଉଁ ମାନେ ତାଙ୍କ ନାଁ ରେ ମନ ଇଚ୍ଛା ୟାଡୁ ସେୟାଡୂ ଗପୁଛନ୍ତି ।

ଯେଉଁ ଚ୍ଯାନେଲ ଡାକିଲା ତାଙ୍କ ନାଁ ରେ ଅଭିଯୋଗ କରୁଛନ୍ତି ଏପଟ ସେପଟ କଥା କହୁଛନ୍ତି କି ପପୁ ଚରିତ୍ର ଖରାପ ତାକୁ ମାର ତାକୁ ଗୋବର ଛାଟ ତାକୁ ହାଣି ଦିଅ ତାକୁ ଫାଶୀ ଦେଇ ଦିଅ ଯେଉଁ ମାନେ ମାଜିଷ୍ଟ୍ରେଟ ହୋଇ ଏଭଳି ମନ୍ତବ୍ୟ ଦେଉଥିଲେ ସେମାନଙ୍କ ବିରୁଦ୍ଧରେ କିଛି ନ କିଛି ପଦକ୍ଷେପ ନେବେ ବୋଲି ପପୁ ମତ ଦେଇଛନ୍ତି ।

ଯେଉଁ ମାନେ ଏହି ଭଳି ଫାଲତୁ କଥା ତାଙ୍କ ବିରୁଦ୍ଧରେ ଗପିଛନ୍ତି ତାଙ୍କ ନାଁ ରେ ନିଶ୍ଚିନ୍ତ ଭାବେ ମୋକଦ୍ଦମା କରିବେ ବୋଲି ପପୁ କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଅଭିନେତା ପପୁ ପମ ପମ ଦେଇଥିବା ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *