ପଥର ଖସିଲା ବଡ ଦେଉଳୁ, କୌଣସି ବଡ ବିପଦର ସଂକେତ ନୁହେଁ ତ ! ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ପୁରୀ ଶ୍ରୀ କ୍ଷେତ୍ର ଧାମ ହେଉଛି ଜଗତର ନାଥ ମହାପ୍ରଭୁ ଜଗନ୍ନାଥ ଙ୍କ ପବିତ୍ର ସ୍ଥାନ । ଏଠାରେ ଲକ୍ଷ ଲକ୍ଷ ଭକ୍ତି ମହାପ୍ରଭୁ ଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି । କିନ୍ତୁ ଆଜିର ସମୟରେ ବଡ ଦାଣ୍ଡ ରେ କିଛି ଏଭଳି ଅଘଟଣ ଦେଖିବାକୁ ମିଳୁଛି ଯାହାକୁ ଅନେକ ଚର୍ଚ୍ଚା ଲାଗି ରହିଛି । କେବେ ବାହାରୁ ଆସୁଥିବା ଭକ୍ତ ମାନଙ୍କ ସହ ଅସଦାଚରଣ ହେଉଛି ତ କେବେ ଶ୍ରୀ ମନ୍ଦିର ଭିତରେ କିଛି ସମସ୍ଯା ଦେଖା ଯାଉଛି । କେବେ ଶ୍ରୀ ମନ୍ଦିର ରୋଷେଇ ଶାଳ ଭାଙ୍ଗି ଯାଉଛି ତ କେବେ ଭକ୍ତ ମାନଙ୍କ ସହ ଅପବ୍ୟବହାର କରା ଯାଉଛି ।

ତେବେ ଏ ନେଇ ପ୍ରଶାସନ ପକ୍ଷ ରୁ କଡା କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରା ଯାଇଥିଲେ ମଧ୍ୟ ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳୁଛି । ତେବେ ବର୍ତ୍ତମାନ ସମୟରେ ଏକେ ବଡ ଖବର ସାମନା କୁ ଆସିଛି ଯାହା ଗତ କାଲି ଘଟି ଯାଇଛି । ସୂଚନା ଅନୁଯାୟୀ ଶ୍ରୀ ମନ୍ଦିର ଗର୍ଭ ଗୃହରେ ରକ୍ତ ସିଂହାସନ ପାଖରେ ଏକ ପଥର ଖଣ୍ଡ ଗଳି ପଡିଥିଲା ।

ହଁ ଦର୍ଶକ ବନ୍ଧୁ ବଡ ଠାକୁର ତଥା ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ପଛରେ ପଡିଥିଲା ପଥର ଖଣ୍ଡ । ଗାଳି ପଡିଥିବା ପଥର ଖଣ୍ଡ ଟି ରତ୍ନ ବେଦୀରୁ ନ ଅନ୍ୟ କେଉଁଠି ଗଳି ପଡିଛି ତାହାକୁ ନେଇ ଏ ଯାଏଁ ଚର୍ଚ୍ଚା ଲାଗି ରହିଛି । କିନ୍ତୁ ଏ ସବୁ ଭିତରେ କେବଳ ଗୋଟିଏ ସତ କଥା ପଥର ଖସିଛି ବଡ ଦେଉଳ ରୁ । ହଁ ଦର୍ଶକ ବନ୍ଧୁ ଗାଳି ପଡିଥିବା ପଥର ଟି ଚୂନ ସେ ନେଇ ବା ପଥର ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି ।

କିନ୍ତୁ ବଡ ଠାକୁର ଙ୍କ ପଛ ପରିକ୍ରମାରେ ପଥର ଖଣ୍ଡ ଟି ପଡିଥିଲା । ଏହି ଖଣ୍ଡ କୁ ଠାବ କରାଯିବ ପରେ ଶ୍ରୀ ମନ୍ଦିର ର ଯେଟିପି ଥାନା ରେ ଜବତ କରା ଯାଇଥିଲା । ସୌଭାଗ୍ୟ କ୍ରମେ ଏହା ଦ୍ଵାରା ବଡ ଠାକୁର ଙ୍କ ଶ୍ରୀଅଙ୍ଗ କିନ୍ତୁ ସୁରକ୍ଷିତ ରହିଛି । ଖସି ପଡିଥିବା ଖଣ୍ଡ କୁ ନେଇ ନାନା କଳ୍ପନା ଚର୍ଚ୍ଚା ଚଳାଇଛି ।

ଗର୍ଭ ଗୃହ ରତ୍ନ ବେଦିରେ ବା ବଡ ଠାକୁର ବସିଥିବା ପଛ ପଟ ପରିକ୍ରମା ମାର୍ଗ ରୁ ମଙ୍ଗଳବାର ସକାଳ ପ୍ରାୟ ୧୧ଟା ବେଳେ ଏହି ପଥର ଖଣ୍ଡ ଠାବ କରା ଯାଇଛି । ଏହାର ଓଜନ ଦେଢ କିଲୋ ହେବ ବୋଲି ଆକଳନ କରା ଯାଉଛି । ତେବେ ପ୍ରଶାସନ ଦାବି କରିଛି ଗାଳି ପଡିଥିବା ପଥର ଖଣ୍ଡ ନୁହେଁ ଏହା ଏକ ଚୂନ ଖଣ୍ଡ ହୋଇପାରେ ।

ତେବେ ସତରେ କଣ ବଡ ଦେଉଳ ରୁ ପଥର ଖସିଛି ବା ଚୂନ ର ଏକ ଖଣ୍ଡ ଖସିଛି ତାହା ତଦନ୍ତ ହେବା ପରେ ସଠିକ ଭାବେ ଜଣା ପଡିବ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *