ଆଜି ଆମେ ଆପଣଙ୍କୁ ଜୀବନର କିଛି ଏମିତି ସତ୍ୟର ସାମ୍ନା କରାଇବୁ ଯାହାକୁ ଆପଣମାନେ ସବୁବେଳେ ନିଜ ସାମ୍ନାରେ ଦେଖୁଥିବେ । କହିବାକୁ ଗଲେ ଆପଣମାନଙ୍କ ମନରେ ଏହି ସବୁ କଥା ନିଶ୍ଚିତ ରୂପରେ ଆସିଥିବ । ଯେମିତି କି କିଏ ଏହି ପାଠ ପଢା ଆରମ୍ଭ କରିଥିଲା ? ଠିକ ଅଛି ଯଦି ପାଠ ପଢା ଆରମ୍ଭ କରିଲା କିନ୍ତୁ ପଢିବାକୁ କାହିଁକି ପଡିଥାଏ ।
ଯଦି ବି ପଢିବା ତେବେ ପାଠ ପଢା ଉପରେ ଏତେ ଜୋର କାହିଁକି ଦିଆଯାଏ । ଯଦି ଜୋର ଦିଆ ଯାଉଛି କିନ୍ତୁ ଅନ୍ୟ ସବୁ ଜିନିଷରେ ମଜା କାହିଁକି ଆସୁଛି । ଯେଉଁ ବହି ଆପଣଙ୍କୁ ଏତେ ବୁଦ୍ଧି ପ୍ରଦାନ କରିଥାଏ ତାକୁ ପଢିବା ସମୟରେ ଆପଣଙ୍କୁ ନିଦ କାହିଁକି ଆସିଥାଏ ।
କିନ୍ତୁ ଯଦି ଆପଣ କୌଣସି ଏମିତି ବହି ପଢୁଛନ୍ତି ଯେଉଁଥିରେ ରଙ୍ଗ ବେରଙ୍ଗ ଫଟୋ ଥିବ, କାହାଣୀ ଥିବ, ଜୋକ ଥିବା ତେବେ ସେହି ସମୟରେ ଆପଣଙ୍କର ନିଦ ଚାଲିଯିବ । ମୋବାଇଲ ଚଳାଇବାକୁ କାହିଁକି ଭଲ ଲାଗିଥାଏ । ୟୁଟ୍ୟୁବରେ ଘଣ୍ଟା ଘଣ୍ଟା ଧରି ଫାଲତୁ ଭିଡିଓ ଦେଖିବାକୁ କାହିଁକି ଭଲ ଲାଗିଥାଏ ।
କାହାକୁ ସୋସିଆଲ ମିଡିଆରେ ଲାଇନ ଦେବାକୁ କାହିଁକି ଭଲ ଲାଗିଥାଏ ? ରାତିରେ ଜଲ୍ଦି ଶୋଇ ଯାଇ ଏହା ଚିନ୍ତା କରୁ କି ସକାଳେ ଜଲ୍ଦି ଉଠି ପଢିବି । ସକାଳେ ଡେରି ଉଠି ପୁଣି ଚିନ୍ତା କରୁ କି ଦ୍ଵିପହରରେ ପଢିବା । ଦ୍ଵିପହରରେ ମୋବାଇଲ କେଞ୍ଚିବା ଆରମ୍ଭ କରିଦେଉ ଓ ପୁଣି ଚିନ୍ତା କରୁ କି ସନ୍ଧ୍ୟା ସମୟରେ ପଢିବା ।
କିନ୍ତୁ ସନ୍ଧ୍ୟା ସମୟରେ ବୟଫ୍ରେନ୍ଡ ଓ ଗର୍ଲଫ୍ରେନ୍ଡ ସହ କଥା ହେଇ ସମୟ ବର୍ବାଦ କରିଦେଉ । କଣ ଦରକାର ବହୁତ ସମୟ ଅଛି ପଢିବା ପାଇଁ । କହିବାକୁ ଗଲେ ଆପଣ ଯେଉଁ ସ୍ଵପ୍ନ ଦେଖୁଛନ୍ତି ଆମେ ପ୍ରଶ୍ନ କରୁଛୁ କି କେବେ ନିଜର ଏହି ସ୍ଵପ୍ନକୁ ପୁରା କରିବ । ଯେଉଁ ଜିନିଷ ଆପଣ ଗୋଟିଏ ବର୍ଷ ଭିତରେ ହାସଲ କରି ପାରିବ ।
ସେହି ଜିନିଷକୁ ଯଦି ଆପଣ ୫ ବର୍ଷ ମଧ୍ୟରେ ହାସଲ କରିବେ ତେବେ ସେଥିରେ ଏତେ ବି ମଜା ନାହିଁ । ବୁଝିବାକୁ ଚେଷ୍ଟା କରନ୍ତୁ । ଏହି ଯେଉଁ ପାଠ ପଢା ଜିନିଷ ଅଛି । ଯାହାକୁ ଦେଖି ଆପଣଙ୍କୁ ଲାଗୁଛି କି ଏହା ମୋ ସାମ୍ନାରେ ପାହାଡ ଅଟେ । ତେବେ ଚିନ୍ତା କରନ୍ତୁ କି ଏହି ଯେଉଁ ମଜା ଅଛି ଜୀବନର ତାହା ଏହି ପାହାଡର ଅନ୍ୟ ପଟେ ଅଛି ।
ଯଦି ଆପଣଙ୍କୁ ନିଜର ଖୁସି ଓ ପରିବାରର ଖୁସି ଦରକାର । ତେବେ ଏହି ପାହାଡକୁ ପାର କରିବାର ଅଛି । ଆମେ କହିବୁ କି ଏହା ପାହାଡ ନୁହେଁ, ଏହା ଏକ ରାସ୍ତା ଅଟେ । କିନ୍ତୁ ଆମେ କଣ କରିଥାଉ ପଢିବା ସମୟରେ ଆମେ ନ ପଢି ଆଉ ସବୁକିଛି କରିଥାଉ ।
କିନ୍ତୁ ଯେଉଁ ଦିନ ଟଙ୍କା ରୋଜଗାର କରିବାର ନିଶା ଚଢିବ ସେହି ସମୟରେ ପୁଣି ଥରେ ବହି ମଧ୍ୟରେ ଭାଗ୍ୟ ଖୋଜିବାକୁ ଚେଷ୍ଟା କରିବେ । ଦିନସାରା ପ୍ରାଇବେଟ ଯବ କରିବେ । ସନ୍ଧ୍ୟା ସମୟରେ ସରକାରୀ ଚାକିରି ପାଇଁ ଚେଷ୍ଟା କରିବେ । ଯଦି ଆପଣଙ୍କୁ ସରକାରୀ ଚାକିରି ପାଇବାର ଅଛି ତେବେ ଆଜି ଠାରୁ ହିଁ ଚେଷ୍ଟା କରନ୍ତୁ ଓ ପାଠ ପଢନ୍ତୁ । ଏହି ରଙ୍ଗୀନ ଦୁନିଆରୁ ବାହାରକୁ ବାହାରନ୍ତୁ ।