ଗୋଟେ “ପଥର” ବଦଳାଇଦେଲା ଏହି ମାଛଧରାଳିର ଭାଗ୍ୟ, କିଛି ସମୟରେ ହେଇଗଲା କୋଟି କୋଟି ଟଙ୍କାର ମାଲିକ- ଜାଣନ୍ତୁ ପୁରା ରହସ୍ୟ

ଭାଗ୍ୟ ଏକ ଅଜବ ଜିନିଷ, ଯେତେବେଳେ ବଦଳେ ଭିକାରୀକୁ ବି କୋଟିପତି କରିଦିଏ ଓ ରାଜା ଥିବା ଲୋକକୁ ଭିକାରି କରିବାର କ୍ଷମତା ମଧ୍ୟ ରଖିଛି ଏହି ଭାଗ୍ୟ । ଆମ ଜୀବନରେ ହେଉଥିବା ସବୁ ଭଲ ମନ୍ଦ ଆମ ଭାଗ୍ୟ ଉପରେ ହିଁ ନିର୍ଭର କରିଥାଏ । ସେହି ଭାଗ୍ୟରେ କଣ ଅଛି ଜାଣିବା ପାଇଁ ଲୋକ ମାନେ ଜ୍ଯୋତିଷ ମାନଙ୍କ ପାଖକୁ ମଧ୍ୟ ଯାଇଥାନ୍ତି । କିନ୍ତୁ ଭାଗ୍ୟ ଯାହାର ବଦଳିବାର ଥାଏ ସେ ଆପେ ବଦଳି ଥାଏ ।

ସେମିତି ହିଁ କିଛି ହୋଇଛି ଜଣେ ମାଛ ଧରାଳୀଙ୍କ ସହ । ତାଙ୍କ ଘରେ ନିଆଁ ଲାଗିବାରୁ ତାଙ୍କର ଭାଗ୍ୟ ପରିବର୍ତନ ହୋଇଯାଇଛି ଓ ତାଙ୍କୁ ଏତେ ଅର୍ଥ ମିଳିଛି ଯେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ଗୋଟେ ପଥର ବଦଳିଦେଲା ତାଙ୍କ ଭାଗ୍ୟ, କିଛି ସମୟରେ ହିଁ ସେ ବନିଗଲେ କୋଟିପତି । ଜାଣନ୍ତୁ କେମିତି ।

ଫିଲ୍ଲିପାଇନସର ଏକ ମାଛ ଧରାଳି ନିଜ ସ୍ଵପ୍ନରେ ବି କେବେ ଭାବି ନଥିବେ ଯେ ତାଙ୍କ ଭାଗ୍ୟ ଏପରି ବଦଳିଯିବ । ତାଙ୍କର ଆର୍ଥିକ ପରିସ୍ଥିଟି ଏମିତି ଥିଲା କି ସେ ଗୋଟେ ବକ୍ତର ଖାଦ୍ୟ ମଧ୍ୟ ଠିକ ଭାବେ ଖାଇବାକୁ ପାଉନଥିଲେ । ମାଛ ବିକିକି ଯାହା ଆଣନ୍ତି ସେଇଥିରେ ସେମାନେ ଚଳନ୍ତି । କିନ୍ତୁ ଗୋଟେ ରାତିରେ ତାଙ୍କ ଭାଗ୍ୟ ଏମତି ବଦଳିଲାଯେ ଏବେ ତାଙ୍କୁ ଆଉ କିଛି କାମ କରିବାର ଆବଶ୍ୟକତା ହିଁ ନାହିଁ ।

ଏହା ପଛରେ ଥିବା ରହସ୍ୟ ବହୁତ ଆଶ୍ଚର୍ଯ୍ୟକର । ୨୦୦୬ ମସିହାରେ ଗୋଟେ ସାମୁଦ୍ରିକ ଝଡରେ ସେ ଫଶି ଯାଇଥିଲେ, କିନ୍ତୁ ଗୋଟେ ୨ଫୁଟର ପଥର ସାହାଯ୍ୟରେ ସେ ବଞ୍ଜିଯାଇଥିଲେ । ଝଡ ସାରିବା ପରେ ଯେତେବେଳେ ସେ ସେହି ପଥରଟିକୁ ଦେଖିଲେ, ତାଙ୍କୁ ସେହି ପଥରଟି ବହୁତ ସୁନ୍ଦର ଲାଗିଥିଲା, ସେଥିପାଇଁ ସେ ତାକୁ ନିଜ ଘରକୁ ଆଣି ଶୋଇବା ଶେଯ ତଳେ ବା ଖଟ ତଳେ ଥୋଇଦେଇଥିଲେ ।

କିଛି ଦିନ ଜାକେ ସେହି ପଥର ସେମିତି ସେଇଠି ରଖା ହୋଇଥିଲା । କିନ୍ତୁ ଗୋଟେ ଦିନ ତାଙ୍କ ଘରେ ନିଆଁ ଲାଗିଗଲା । ନିଆଁ ଲିଭାଇବା ପାଇଁ ଆସିଥିବା ଲୋକମାନଙ୍କର ନଜର ସେହି ଚମକୁଥିବା ପଥର ଉପରେ ପଡିଥିଲା । ସେମାନେ ସଙ୍ଗେ ସଙ୍ଗେ ଜନିଗଲେ ଯେ ଏହା କୌଣସି ମାମୁଲି ପଥର ନୁହେଁ ।

ତାପରେ ସେହି ପଥରଟିକୁ ସେମାନେ ଟେଷ୍ଟିଙ୍ଗ ପାଇଁ ପଠେଇଥିଲେ, ଜାଣିବାକୁ ଯେ ଏହା କି ପ୍ରକାର ପଥର । ବହୁତ ରେସେର୍ଚ କଲାପରେ ଏହା ଜଣା ପଡିଲା ଯେ ତାହା କୌଣସି ପଥର ନୁହେଁ ବରଂ ଏକ ବିଶାଳ ମୋତି ଯାହାର ମୂଲ୍ୟ ୬୭୦ କୋଟି ଟଙ୍କା । ଏହି କଥା ସେହି ମାଛ ଧରାଳିକୁ କହିବା ପରେ ସେ ବିଶ୍ବାସ କରିପାରି ନଥିଲେ ।

ସେହି ମୋତିକୁ ସମୁଦ୍ରରୁ ପାଇ ତାକୁ ଏତେ ବର୍ଷ ସମ୍ଭାଳି ରଖିଥିବାରୁ ମାଛଧରାଳୀକୁ ସରକାର ତରଫରୁ ସେହି ମୋତିରୁ ମିଳୁଥିବା ରକମର ୫୦ ପ୍ରତିଶତ ଦିଆ ଯିବ । ଏବେ ସେହି ବ୍ୟକ୍ତି ବହୁତ କମ ସମୟରେ ହିଁ କୋଟିପତି ହୋଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *