ନିଜ ପତ୍ନୀକୁ ଏହି ୪ଟି ଜିନିଷ ଦେବେ ତ, ଘରେ କେବେବି ହେବ ନାହିଁ ଧନ ର ଅଭାବ

ସମସ୍ତଙ୍କର ଏହି ଧାରଣା ଥାଏ ଯେ ପତ୍ନୀ ସବୁବେଳେ ଖର୍ଚର କାରଣ ହେଇଥାଏ । କିନ୍ତୁ ଏହା ସମ୍ପୂର୍ଣ ସତ୍ୟ ହେଇ ନଥାଏ । ପତ୍ନୀ ଧନବାନର କାରଣ ମଧ୍ୟ ହେଇପାରେ । ଶାସ୍ତ୍ରରେ କୁହାଯାଇଛି ଦେବୀ ଲକ୍ଷ୍ମୀଙ୍କର ଅନେକ ରୂପ ମଧ୍ୟରେ ଗୃହଲକ୍ଷ୍ମୀ ମଧ୍ୟ ଅଛି । ଏହି ରୂପରେ ଦେବୀ ସବୁ ଘରେ ବାସ କରନ୍ତି । ଯେଉଁ ଘରେ ଦେବୀ ଲକ୍ଷ୍ମୀ ପ୍ରସନ୍ନ ଥାନ୍ତି ସେହି ଘରେ ମାତା ଲକ୍ଷ୍ମୀଙ୍କର କୃପାଦୃଷ୍ଟି ଥାଏ । ଗୃହଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାପାଇଁ ଆପଣଙ୍କୁ କିଛି ଅଧିକ କରିବାକୁ ପଡିବ ନାହିଁ କେବଳ ନିଜର ପତ୍ନୀଙ୍କୁ ସମୟ ସମୟରେ ଏହି ଉପହାର ଦେବାକୁ ପଡିବ ।

ଶାସ୍ତ୍ରରେ କୁହାଯାଇଛି ଯେଉଁ ଘରେ ଗୃହଲକ୍ଷ୍ମୀ ପ୍ରସନ୍ନ ଥାନ୍ତି ସେହି ଘରେ କେବେବି ଧନର ଅସୁବିଧା ଘଟେ ନାହିଁ ।

କିନ୍ତୁ ଯେଉଁ ଘରେ ମାତା ଦୁଃଖୀ ଥାନ୍ତି ସେହି ଘରେ ସର୍ବଦା ଧନର ସମସ୍ୟା ଉପୁଜିଥାଏ । ସେଥିପାଇଁ ବୁଧବାର କିମ୍ବା ଶୁକ୍ରବାର ଦିନ ଗୃହଲକ୍ଷ୍ମୀଙ୍କୁ ବସ୍ତ୍ର ଦେବା ଉଚିତ । ଏହା ବ୍ୟତୀତ ମା, ଭଉଣୀ କିମ୍ବା ଗୃହର ଅନ୍ୟ ବିବାହିତା ନାରୀଙ୍କୁ ମଧ୍ୟ ବସ୍ତ୍ର ପ୍ରଦାନ କରିବା ଶୁଭ ଫଳ ଦାୟକ ହେଇଥାଏ । ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଆଭୁଷଣ ବିନା ଦେବୀ ପ୍ରସନ୍ନ ହେଇ ନଥାନ୍ତି ।

ତେଣୁ ପୂଜା ସମୟରେ ଦେବୀଙ୍କୁ ଆଭୁଷଣ ଚଢା ଯାଇଥାଏ । ଆଭୁଷଣ ଗୃହଲକ୍ଷ୍ମୀଙ୍କୁ ମଧ୍ୟ ବହୁତ ଶୋଭାପାଏ । ତେଣୁ ସମୟ ସମୟରେ ତାଙ୍କୁ ଛୋଟମୋଟ ଆଭୂଷଣ ଉପହାର ସ୍ୱରୂପ ପ୍ରଦାନ କରିବା ଉଚିତ । ଶାସ୍ତ୍ରରେ କୁହାଯାଇଛି ଗୃହଲକ୍ଷ୍ମୀଙ୍କୁ ସବୁବେଳେ ସୁନ୍ଦର ବସ୍ତ୍ର ଏବଂ ଆଭୁଷଣ ପରିଧାନ କରିବା ଉଚିତ । ବିବାହିତା ନାରୀର ଆବଶ୍ୟକ ସାମଗ୍ରୀ ଯଥା ସିନ୍ଦୁର, ବିନ୍ଦି, ଚୁଡି ଇତ୍ୟାଦି ଉପହାର ଦେବା ସୌଭାଗ୍ୟ ହେଇଥାଏ । ଏଥିପାଇଁ ଦେବୀ ପ୍ରସନ୍ନ ହେଇଥାନ୍ତି । ତେଣୁ ସମୟ ସମୟରେ ଗୃହଲକ୍ଷ୍ମୀଙ୍କୁ ଏହି ଉପହାର ସବୁ ଦେବା ଉଚିତ ।

ଗୃହଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନ୍ୟ ଏକ ଉପହାର ଅଛି ଯାହାପାଇଁ ଆପଣଙ୍କୁ କୌଣସି ଖର୍ଚ କରିବାକୁ ପଡିବନାହିଁ । ଆପଣ ଆପଣଙ୍କ ପତ୍ନୀଙ୍କୁ ସମ୍ମାନ ଦେବା ସହ ମଧୁର କଥା କୁହନ୍ତୁ, ଏମିତି କରିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଯଦି ଆପଣ ଏହି ୪ଟି ଉପହାର ଦେଉଛନ୍ତି ତେବେ ଆପଣଙ୍କ ଘରେ ସବୁବେଳେ ସୁଖ ଶାନ୍ତି ରହିବ ।

Leave a Reply

Your email address will not be published. Required fields are marked *