ପେଟରେ ଛୁଆ ସହ ମା’ ନେଲା ସମାଧି ! ଏଭଳି ହୃଦୟ ଥରା ଘଟଣା…. ଦେଖି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ନମସ୍କାର ବନ୍ଧୁଗଣ, ଦିନ ଗଣିବା ଆରମ୍ଭ କରିଥିଲେ ମା ଜଣକ ତାଙ୍କ ଖୁସିର ସୀମା ନ ଥିଲା । କେବେ ଗର୍ଭସ୍ଥ ଶିଶୁ କୋଳକୁ ଆସିବ ଖନେଇ ଖନେଇ ମା ବୋଲି ଡାକିବ କିନ୍ତୁ ଜାଣି ନ ଥିଲେ ଜନ୍ମ ହେବା ପୂର୍ବରୁ ହିଁ ମା ପୁଅ ଦୁହିଙ୍କୁ ଜଳରେ ସମାଧି ନେବାକୁ ଛକି ବସିଛି କାଳ । କୁହାଯାଏ ମୃତ୍ୟୁ ଭାରି ନିଷ୍ଠୁର । ଅନେକ ସମୟରେ ମୃତ୍ୟୁ ଅସମୟରେ ଆସିଥାଏ ଯାହାକୁ ଦେଖିଲେ ଛାତି ଫାଟିଯାଏ । ଥରେ ଭାବିଲେ ସ୍ତ୍ରୀ ଆଉ ଛୁଆକୁ ନେଇ ସୁନେଲି ସ୍ଵପ୍ନ ଦେଖୁଥିବା ସ୍ଵାମୀ ଆଖି ଆଗରେ ଗର୍ଭବତୀ ସ୍ତ୍ରୀ ଛଟପଟ ହୋଇ ଚାଲିଯାଏ ତା ହେଲେ କେମିତି ସହିବ ।

ସତରେ କଣ ଏମିତି ବି ଆସେ ମୃତ୍ୟୁ । ତେବେ ଏହି କଥାଟି ସତ ହୋଇଛି ବଲାଙ୍ଗୀର ଲୋହିସଂଘା ବ୍ଲକ ଘୋଷରାମୁଣ୍ଡା ଗାଁର ବ୍ୟବସାୟୀ ମୁନା ସାହୁ ନିଜ ସ୍ତ୍ରୀ ପିଙ୍କି ସାହୁଙ୍କୁ ସହ ରାତି ପ୍ରାୟ ୧୦ଟା ହେବ ଘରକୁ ଫେରୁଥିଲେ । ସ୍ତ୍ରୀ ଗର୍ଭବତୀ ଥିବାରୁ ବଲାଙ୍ଗୀର ମେଡିକାଲରୁ ଚେକଅପ ସାରି ଫେରୁଥିଲେ ମୁନା ସାହୁ ।

ହଠାତ ଏନଏଚ ୨୬ ଜାମୁସର ଛକ ନିକଟରେ ଭାରସାମ୍ୟ ହରାଇଥିଲା କାର ଯାହା ଫଳରେ ରାସ୍ତା କଡରେ ଥିବା ପାଣି ଭର୍ତ୍ତି ପୋଖରୀ ଭିତରକୁ ପଶି ଯାଇଥିଲା ଚଳନ୍ତା କାର । ମୂନା ସାହୁ ପହଁରି ପହଁରି ରାସ୍ତା ଉପରକୁ ଚାଲି ଆସିଥିଲେ କିନ୍ତୁ ସ୍ତ୍ରୀ ପିଙ୍କି ବାହାରକୁ ବାହାରି ପାରି ନ ଥିଲେ ।

କାର ଭିତରେ ରହି ଯାଇଥିଲେ ଗର୍ଭବତୀ ପିଙ୍କି । ଲୋକେ ଅଗ୍ନିସମ ବାହିନୀ ଖବର ଦେଇଥିଲେ । ଆଉ ତା ପରେ ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ଗୋଟିଏ ଘଣ୍ଟା ର ଅପରେସନ ଚାଲିଥିଲା । କାର ଭିତରୁ ପିଙ୍କି ଙ୍କୁ ଗୁରୁତର ଅବସ୍ଥାରେ ଉଧାର କରା ଯାଇଥିଲା ଆଉ ତୁରନ୍ତ ବଲାଙ୍ଗୀର ଭୀମଭୋଇ ମେଡିକାଲ କୁ ନିଆ ଯାଇଥିଲା ।

କିନ୍ତୁ ସେଠାରେ ପିଙ୍କି ଙ୍କୁ ମୃତ ଘୋଷଣା କରିଥିଲେ । ସ୍ଵାମୀ ର ଆଖି ଆଗରେ ଆର ପାରିକୁ ଚାଲି ଯାଇଛି ସ୍ତ୍ରୀ ଆଉ ଛୁଆ । ଏମିତି ଏକ ଖବର ଶୁଣିବା ପରେ ପୁରା ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି । ପିଙ୍କି ଓ ମୂନାଙ୍କର ପୂର୍ବରୁ ୨ ବର୍ଷର ଗୋଟେ ପୁଅ ଥିବାର ମଧ୍ୟ ଜଣା ପଡିଛି । ଅନ୍ୟ ପକ୍ଷ ରେ ଏନଏଚ-୨୬ ର ଜାମୁସର ଛକ ନିକଟରେ ଲାଗି ରହିଛି ଏକ ପୋଖରୀ ଯେଉଁଠି କୌଣସି ପ୍ରକାରର ବ୍ୟାରିକେଟ ନାହି ।

ଯାହା ଫଳରେ ସେଠାରେ ଦୁର୍ଘଟଣା ଘଟୁଛି । ଯେତେ ଜଲ୍ଦି ସମ୍ଭବ ରାସ୍ତା କଡା ରେ ବ୍ୟରିକେଟ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଦୁଖଦାୟକ ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *