‘ମୁଁ ଆଉ ଦୁଷ୍ଟ ହେବିନାହିଁ…’ ଶିକ୍ଷୟତ୍ରୀଙ୍କୁ ମନେଇବା ପାଇଁ କିଛି ଏମିତି କଲା କୁନି ପୁଅ, ସୋସିଆଲ ମିଡିଆରେ ଭାଇରାଲ ହେଉଛି Video

ନମସ୍କାର ବନ୍ଧୁଗଣ, ଶିକ୍ଷୟତ୍ରୀ ଙ୍କୁ ଆଲିଙ୍ଗନ କରି କ୍ଷମା ମାଗୁଛି କୁନି ପିଲା ଟି । ଗୁରୁ ଓ ଶିଷ୍ୟ ଙ୍କ ଏକ ନିଆରା ସମ୍ପର୍କ ରହିଛି ଏ ଦିନିଆରେ । ଗୁରୁଙ୍କୁ ଦିଆ ଯାଇଛି ଈଶ୍ବରଙ୍କ ମାନ୍ୟତା । ହେଲେ ଜଣେ ଗୁରୁଙ୍କର ଗୋଟିଏ ରୂପ ନ ଥାଏ ବରଂ ଥାଏ ଅନେକ ପ୍ରକାର ରୂପ । ଗୁରୁ ଖାଲି ପାଠ ପଢାନ୍ତି ତାହା ନୁହେଁ ବରଂ ବାପା ଓ ମା ହୋଇ ନିଜର କର୍ତ୍ତବ୍ଯ ମଧ୍ୟ ପୁରା କରିଥାନ୍ତି । ମା ସାଜି ଗୁରୁ କରନ୍ତି ସ୍ନେହ ଓ ଶ୍ରଦ୍ଧା । ବେଳେବେଳେ ସେ ଭାଇ ଭଉଣୀ ଓ ବନ୍ଧୁ ଭାବେ ମଧ୍ୟ ନିଜର କର୍ତ୍ତବ୍ୟ ପୁରା କରିଥାନ୍ତି ।

ବର୍ତ୍ତମାନ ସମୟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ଶିକ୍ଷୟତ୍ରୀ ଙ୍କ ମଧ୍ୟରେ ମା ର ମମତା ଝଲକୁଛି । ଆଉ ସେହି ମମତାର ଆକଟ ମଧ୍ୟ ରହିଛି ଶିକ୍ଷୟତ୍ରୀ ଙ୍କର କୁନି ପିଲା ପ୍ରତି । ତେବେ ଏହି ଭିଡିଓ ଟି ଇଂଷ୍ଟାଗ୍ରାମ ପେଜ ରେ ସେୟାର କରା ଯାଇଛି । ଏହି ଭିଡିଓ ରେ କୁନି ପିଲା ଟି ଶିକ୍ଷୟତ୍ରୀ ଙ୍କୁ କ୍ଷମା ମାଗୁଛି ।

ବାରମ୍ବାର କହୁଛି ପିଲା ଟି ମୁଁ ଆଉ ଦୁଷ୍ଟ ହେବିନି ଜମା ଦୁଷ୍ଟ ହେବିନି ମୋତେ କ୍ଷମା କରି ଦିଅ । ବାରମ୍ବାର ପିଲା ଟି କହୁଛି ଆଉ ଜମା ବି ଦୁଷ୍ଟାମି କରିବି ନାହି କିନ୍ତୁ ଶିକ୍ଷୟତ୍ରି ଜଣକ ଜମା ବି ମାନୁ ନାହାନ୍ତି । ସେ ବି ତାଙ୍କ ଜିଦି ରେ ଅଟଳ ରହିଛନ୍ତି । ଆଉ ଗୁରୁମା ଜଣକ କହୁଛନ୍ତି ତୁମେ ଏମିତି ଅନେକ ଥର କହୁଛ କିନ୍ତୁ ଦୁଷ୍ଟାମି ଜମା ବି ବନ୍ଦ ହେଉ ନାହି । କିନ୍ତୁ କୁନି ପୁଅ ଟି ଗୁରୁମା ଙ୍କୁ ମନେଇବାରେ ଲାଗିଛି ।

ଶେଷରେ କୁନି ପିଲା ହେଲ କଣ ହେଲା ଆଲିଙ୍ଗନ କରି ଗୁରୁମା ଙ୍କୁ ମନେଇବାରେ ସଫଳ ହୋଇଛି । କୁନି ପିଲାର ଏଭଳି ଭଲ ପାଇବା ଦେଖି ଗୁରୁମା ମଧ୍ୟ ହସୁଛନ୍ତି ଆଉ ମାନି ଯାଉଛନ୍ତି । କୁନି ପୁଅଟି ର ମନେଇବାର ସେହି କ୍ୟୁଟ ଅନ୍ଦାଜ ସମସ୍ତଙ୍କୁ ବେଶ ପସନ୍ଦ ଆସିଛି । ଏହି ଭିଡିଓ ସେୟାର ହେବା ପରେ ମିଲିୟନ ଲୋକେ ଦେଖିବା ସହ ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି ।

କିଏ କହୁଛନ୍ତି ଖୁବ ସୁନ୍ଦର ଲାଗୁଛି ତ ଆଉ କିଏ କହିଛନ୍ତି ମା ଓ ପୁଅର ସମ୍ପର୍କ । ସତରେ କୁନି ପିଲା ଟି ହେଲେ ବି ସେ ନିଜର ଭଲ ପାବା କାରଣରୁ ଶିକ୍ଷୟତ୍ରୀ ଙ୍କୁ ମନେଇ ପାରିଛି ଆଉ ତାଙ୍କୁ ପ୍ରତିସୃଷ୍ଟି ମଧ୍ୟ ଦେଉଛି କି ଆଉ ଜମା ବି ଦୁଷ୍ଟ ହେବ ନାହି ସବୁ କଥା ମାନିବ । ସତରେ କୁନି ପିଲା ଟି ଯେଉଁ ନିଆରା ଢଙ୍ଗ ରେ ଶିକ୍ଷୟତ୍ରୀ ଙ୍କୁ ମନାଉଛି ତାହା ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ କୁନି ପିଲାର ମନେଇବାର ଅନ୍ଦାଜ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *