ଫୋନରେ କଥା ହେଉ ହେଉ ହୋଇଗଲା ପ୍ରେମ, ଯେତେବେଳେ ଦେଖା କରିବାକୁ ପହଞ୍ଚିଲା ଝିଅ ତ ଉଡିଗଲା ହୋସ୍

କୁହନ୍ତି କି ପ୍ରେମ ଅନ୍ଧ ହୋଇଥାଏ କିନ୍ତୁ ବର୍ତ୍ତମାନର ସମୟରେ ପ୍ରେମ ଅନ୍ଧ ହେବା ସହିତ ଗୁଙ୍ଗା ଓ ବଧିରା ବି ହୋଇ ଯାଇଛି । କିଛି ଏମିତି ହିଁ ମାମଲା ବର୍ତ୍ତମାନ ପଟନାରୁ ସାମନାକୁ ଆସୁଛି । ଯେଉଁଠି ଏକ ଦଶମରେ ପଢୁଥିବା ଝିଅକୁ ତାହା ଠାରୁ ବୟସରେ ଦୁଇଗୁଣ ଅଧିକ ଏକ ବୁଢା ସହ ପ୍ରେମ ହୋଇଗଲା । ଏତିକି ନୁହେଁ ସେ ତାହା ସହିତ ବିବାହ କରିବା ପାଇଁ ବି କହି ଦେଇଥିଲା । କିନ୍ତୁ ଯେତେବେଳେ ଝିଅ ସେହି ବ୍ୟକ୍ତିକୁ ଦେଖା କରିବାକୁ ପହଞ୍ଚିଲା ତେବେ ତାହର ହୋସ ଉଡିଗଲା ।

Image Courtesy: Google

କହିବାକୁ ଗଲେ ଏହି ଘଟଣା ଭାଗଲପୁର ଜିଲ୍ଲାର ଅଟେ । ଯେଉଁଠି ଦଶମରେ ପଢୁଥିବା ଏକ ଝିଅକୁ ଦିନେ ରାତିରେ ଏକ ନମ୍ବରରୁ ବହୁତ ମିସ୍ କଲ ଆସିଲା । ଏହା ପରେ ଝିଅ ଯେତେବେଳ ଜବାବ ଦେଲା ତେବେ ବ୍ୟକ୍ତି ତାକୁ ନିଜର ପ୍ରେମ ଜାଲରେ ଫସାଇ ଦେଲା । ସେମାନେ ଲଗାତର ୭ ଦିନ ପର୍ଯ୍ୟନ୍ତ ଦିନରାତି କଥା ହେବାକୁ ଲାଗିଲା । ଏହା ମଧ୍ୟରେ ବ୍ୟକ୍ତି ଜଣକ ସେହି ଝିଅକୁ ବିବାହ କରିବା ପାଇଁ ପ୍ରପୋଜ କରିଲା ।

Image Courtesy: Google

ପ୍ରଥମ ତ ଝିଅ ସାକ୍ଷାତ ନ କରି ବିବାହ କରିବା ପାଇଁ ମନା କରିଦେଲା । କିନ୍ତୁ ଯୁବକ ତାକୁ କହିଲା କି ସେ ୨୦ ବର୍ଷର ଅଟେ ଓ ଦେଖିବାକୁ ବି ଠିକ ଠାକ ଅଟେ । ତେବେ ଝିଅ ପ୍ରଭାବିତ ହୋଇଗଲା । କେବଳ ଏତିକି ନୁହେଁ ଯୁବକ ଜଣକ ତାକୁ ବିଷ ଖାଇ ସୁସାଇଡ କରିବାର ଧମକ ବି ଦେଲା । ଯାହା ପରେ ଝିଅ ତାହାର ମିଠା କଥାରେ ଫସିଗଲା ଓ ବିବାହ ପାଇଁ ହଁ କହିଦେଲା । ଝିଅ ଜଣକ ହଁ କରିବା ପରେ ଯୁବକ ତାକୁ କହିଲା କି ସେ ଜଲ୍ଦି ହିଁ ତାକୁ ଦେଖା କରିବା ପାଇଁ ଆସୁଛି ।

Image Courtesy: Google

ଆପଣଙ୍କୁ କହିଦେଉଛୁ ଯେ ଏହି ବ୍ୟକ୍ତିର ବୟସ ୪୨ ବର୍ଷ ଅଟେ । ତାହାର ନାମ ସନ୍ଦୀପ କୁମାର ଅଟେ । ଯିଏକି ମୋକାମା ଜିଲ୍ଲାର ନିବାସୀ ଅଟେ । ଏହା ପରେ ଗତ ଶୁକ୍ରବାର ଦିନ ଝିଅ ଘରଲୋକମାନଙ୍କୁ କୋଚିଙ୍ଗର ବାହାନା କରି ପ୍ରେମୀ ସହ ଦେଖା କରିବା ପାଇଁ ଷ୍ଟେସନ ପହଞ୍ଚି ଗଲା । ଯାହା ପରେ ପିତା ବୟସରେ ଏହି ପ୍ରେମୀକୁ ଦେଖି ତାହର ହୋସ ଉଡିଗଲା ଓ ସେ ବିବାହ ପାଇଁ ମନା କରିଦେଲା ।

Image Courtesy: Google

କିନ୍ତୁ ଝିଅର ମନା କରିବା ସତ୍ବେ ବି ସେହି ବ୍ୟକ୍ତି ଜଣକ ଜବରଦସ୍ତି ଝିଅକୁ ଟ୍ରେନରେ ବସାଇ ଦେଲା ଓ ନିଜ ସହିତ ମୋକାମା ଜିଲ୍ଲାକୁ ନେଇଗଲା । ଏହା ମଧ୍ୟରେ ଝିଅକୁ ଜୀବନରୁ ମାରିଦେବା ପାଇଁ ଧମକ ବି ଦେଉଥିଲା । କିନ୍ତୁ ଯେତେବେଳ ଗାଡି ଭାଗଲପୁର ଷ୍ଟେସନ ପହଞ୍ଚିଲା ତେବେ ଝିଅ ଜଣକ ପୁଲିସକୁ ସାମ୍ନାରେ ଦେଖି ଜୋରରେ ପାଟି କରିବାକୁ ଲାଗିଲା । ଯାହା ପରେ ପୁଲିସ ସେହି ଯୁବକକୁ ଗିରଫ୍ତାର କରିନେଲା । ଏହା ପରେ ଝିଅ ଜଣକ ପୁଲିସକୁ ସମସ୍ତ ଘଟଣା ବିଷୟରେ କହିଲା । ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *