ଫୁଲ ଓ ଉଦ୍ଭିଦ ମଧ୍ୟ କରନ୍ତି କଥାବାର୍ତା, ସେମାନେ ଆମ କଥା ମଧ୍ୟ ବୁଝିପାରନ୍ତି! ଜାଣନ୍ତୁ ଆଶ୍ଚର୍ଯ୍ୟ କରିଦେଲାଭଳି ତଥ୍ୟ

କଣ ଆପଣ ଜାଣିଛନ୍ତିକି ଆମ ମଣିଷଙ୍କ ପରି ଗଛପତ୍ର ମଧ୍ୟ କଥାବାର୍ତା କରନ୍ତି । ସେମାନେ ଆମର କଥା ବୁଝିପାରନ୍ତି । ଗଛପତ୍ରକୁ ଗୀତ ଶୁଣିବାକୁ ମଧ୍ୟ ଭଲ ଲାଗେ । ବୈଜ୍ଞାନିକ ସୂତ୍ରରୁ ମଧ୍ୟ ଏହି ତଥ୍ୟ ମିଳିଛି ଯେ ବୃକ୍ଷ ଫୁଲ ମାଧ୍ୟମରେ ବାର୍ତାଳାପ କରେ । ବୃକ୍ଷଙ୍କ ଭାବ ଆଦାନପ୍ରଦାନର କିଛି ରୋଚକ ତଥ୍ୟ ଆସନ୍ତୁ ଜାଣିବା ରିୟା ଶର୍ମାଙ୍କ ଠାରୁ ।  ଭାରତର ମହାନ ବୈଜ୍ଞାନିକ ଜଗଦୀଶ ଚନ୍ଦ୍ର ବୋଷଙ୍କ ବିଷୟରେ ଜାଣିଛନ୍ତିକି? ସେ ସର୍ବ ପ୍ରଥମେ ସେ କହିଥିଲେ ଯେ ବୃକ୍ଷ ମଧ୍ୟ ସଂବେଦନଶୀଳ ହେଇଥାନ୍ତି ଏବନ ଜିଏବି ସେମାନଙ୍କୁ ପ୍ରେମକରିଥାନ୍ତି ସେମାନେ ଏସବୁକୁ ଅନୁଭବ କରିଥାନ୍ତି ।

ସେମାନଙ୍କୁ ମଧ୍ୟ ଭଲ ସଂଗୀତ ପ୍ରଭାବିତ କରିଥାଏ । କଣ ଆପଣ ଜାଣିଛନ୍ତି? ବୃକ୍ଷ ନା କେବଳ କିଛି ବସ୍ତୁକୁ ଅନୁଭବ କରିଥାନ୍ତି, ସେମାନେ ନିଜର ଭାବନାକୁ ମଧ୍ୟ ପରିପ୍ରକାଶ କରିଥାନ୍ତି । କିନ୍ତୁ ମୁଖରେ କହିକି ନୁହଁ କିଛି ଭିର୍ନ ଉପାୟରେ । ସେମାନେ ଅମପରି ଚଳଚଞ୍ଚଳ ରହିଥାନ୍ତି । ସେମାନେ ବିପଦକୁ ପୂର୍ବରୁ ଅନୁମାନକାରୀ ନିଜର ସୁରକ୍ଷାର ଉପାୟ ମଧ୍ୟ କରିଥାନ୍ତି । ନିଜର ସାଥି ବୃକ୍ଷକୁ ମଧ୍ୟ ଏହାର ସୂଚନା ଦେଇଥାନ୍ତି । ଏହା କୌଣସି କଲ୍ପନା ନୁହଁ, ଏହାକୁ ନେଇ ଅନେକ ରିସର୍ଚ ହେଇ ସାରିଛି ।

ନିଜର ସୁରକ୍ଷା ପାଇଁ ଡାକ ପକାଇଥାନ୍ତି ବୃକ୍ଷ :-

ବୃକ୍ଷ ନିଜ ଫୁଲର ସୁଗନ୍ଧ ଦ୍ଵାରା ନିଜର ରକ୍ଷା ପାଇଁ ସାହାଜ୍ଯ ମାଗିଥାନ୍ତି । ଯେତେବେଳେ କୌଣସି କିଟ ବା ପତଙ୍ଗ ବୃକ୍ଷର ପାତ୍ର ବା ଫୁଲକୁ ଭକ୍ଷଣ କରିଥାନ୍ତି ବୃକ୍ଷ ନିଜର ସୁଗନ୍ଧ ମାଧ୍ୟମରେ ସାହାଜ୍ଯ ମାଗିଥାନ୍ତି । ଏହାଦ୍ବାରା ପକ୍ଷୀମାନେ ଏହି ସୁଗନ୍ଧ ପାଇ ବୃକ୍ଷ ନିକଟକୁ ଆସିଥାନ୍ତି ଏବଂ କ୍ଷତି ପହଞ୍ଚାଉଥିବା କୀଟ ମାନକୁ ଖାଇଦେଇଥାନ୍ତି ।

ବିପଦକୁ ଦେଖି ନିଜର ସୁରକ୍ଷା ବଢାଇ ଦେଇଥାନ୍ତି ବୃକ୍ଷ :-

ଆପଣ ଜାଣିଛନ୍ତି କି? ବୃକ୍ଷ ନିଜ ଆଖପାଖରେ ଥିବା ବୃକ୍ଷଙ୍କ ରାସାନିକ ସଙ୍କେତକୁ ବୁଝି ପାରନ୍ତି ଓ ଅନେକ ଥର ଅନ୍ୟ ବୃକ୍ଷଙ୍କ ଉପରେ ବିପଦ ଆସୁଥିଲେ ଏହି ସଙ୍କେତ ପାଇ ନିଜର ସୁରକ୍ଷା ଅଢାଇଥାନ୍ତି । କାରଣ ସେମାନଙ୍କୁ ଜଣାପଡିଯାଏ ଯେ କୌଣସି ଭୋକିଲା ଜନ୍ତୁ ତାକୁ ନିଜର ଆହାର ରୂପରେ ଗ୍ରହଣ କରିବାକୁ ଆସିପାରେ ।

ପରସ୍ପର ସହ ଦ୍ଵନ୍ଦ କରନ୍ତି ବୃକ୍ଷ :-

ବୃକ୍ଷ ସୂର୍ଯ୍ୟ କିରଣ ପାଇବା ପାଇଁ ନିଜ ମଧ୍ୟରେ ଧସ୍ତାଧସ୍ତି କରିଥାନ୍ତି । କିନ୍ତୁ ଏସବୁ କାର୍ଯ୍ୟ ସେମାନେ ନିଜ ଅନ୍ଦାଜରେ କରିଥାନ୍ତି । ଏହିପରି ଭାବେ ସେ ନିଜର ଆଖପାଖରେ ଥିବା ସମସ୍ତ ଶୂନ୍ୟ ସ୍ଥାନ ପରିପୂରଣ କରିନେଇଥାଏ ନିଜର ପାତ୍ର ସାହାଯ୍ୟରେ । ଏହିପରି ଭାବେ ଯେତେବେଳେ କୌଣସି ବୃକ୍ଷ ପାଖରେ ଅନ୍ୟ ବୃକ୍ଷ ଉଠିଥାଏ ତେବେ ସେ ଏହାକୁ ମଧ୍ୟ ଅନୁଭବ କରିଥାଏ । ସେ କେବଳ କୀଟ ପତଙ୍ଗ ନୁହଁ ଅନ୍ୟ ଜୀବିତ ପ୍ରାଣୀଙ୍କୁ ମଧ୍ୟ ନିଜ ଆଡକୁ ଆକର୍ଷଣ କରିଥାଏ ।

Leave a Reply

Your email address will not be published. Required fields are marked *