ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ପ୍ରତେକ ବ୍ୟକ୍ତି ଜୀବନରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ଏକମାତ୍ର ମାଧ୍ୟମ ହେଉଛି କଠିନ ପରିଶ୍ରମ । ଇଚ୍ଛା ଶକ୍ତି ଥିଲେ ଯେ କୌଣସି କଠିନ ପରିସ୍ଥିତି କୁ ସାମନା କରି ହେବ । ସେହିପରି ଦୃଢ ଇଚ୍ଛା ଶକ୍ତି ଥିବା କାରଣରୁ କଠିନ ସ୍ଥିତି କୁ ପାର କରିଛନ୍ତି IPS ଆକାଶ କୁଲହାରୀ । ଦିନେ ତାଙ୍କୁ ସ୍କୁଲରୁ ବାହାର କରି ଦିଆ ଯାଇଥିଲା । ଆଜି କଠିନ ପରିଶ୍ରମ ରେ ହୋଇଛନ୍ତି IPS । UPSC ଦ୍ଵାରା ଆୟୋଜିତ ସିଭିଲ ସର୍ଭିସ ପରୀକ୍ଷା ଦେଶରେ ସବୁଠାରୁ କଠିନ ପରୀକ୍ଷା ।
ଏହି ପରୀକ୍ଷା ରେ ସଫଳ ହେବା ପାଇଁ କଠିନ ପରିଶ୍ରମ କରିବାକୁ ହୁଏ । ପ୍ରତି ବର୍ଷ ଲକ୍ଷ ଲକ୍ଷ୍ୟ ବିଦ୍ୟାର୍ଥୀ ସିଭିଲ ସର୍ଭିସ ପରୀକ୍ଷା ଦେବା ପାଇଁ ବହୁତ ମେହନତ କରନ୍ତି । ସେମାନଙ୍କ ମଧ୍ୟରୁ ହଜାର ବା ତା ଠାରୁ କମ ବିଦ୍ୟାର୍ଥୀ ଏଥିରେ କୃତକାର୍ଯ୍ୟ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ସେମିତି ଜଣେ ଅଫିସର ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କଠିନ ପରିଶ୍ରମ ଦ୍ଵାରା ସଫଳତାର ଶିକ୍ଷାର ଛୁଇଁ ପାରୁଛନ୍ତି ।
ଅନେକ ପ୍ରତିକୂଳ ପରିସ୍ଥିତ କୁ ନେଇ ହୋଇ ପାରିଛନ୍ତି IPS । ରାଜସ୍ଥାନ ର ଜଣେ IPS ଆକାଶ କୁଲହାରୀ । ପିଲା ଦିନେ ପାଠ ପଢା ରେ ଦୁର୍ବଳ ଥିଲେ ଏଥିପାଇଁ ତାଙ୍କୁ ଥରେ ସ୍କୁଲରୁ ବାହାର ମଧ୍ୟ କରି ଦିଆ ଯାଇଥିଲା । ତାଙ୍କ ବାପା ଜଣେ ପ୍ରାଣୀ ଚିକିତ୍ସକ ଥିଲେ । ୧୯୯୬ ରେ ଆକାଶ ଉଚ୍ଚ ବିଦ୍ୟାଳୟ ରେ ମାତ୍ର ୫୭ ପ୍ରତିଶତ ମାର୍କ ରଖିଥିଲେ । ଏହା ପରେ ତାଙ୍କୁ ଅନ୍ୟ ଏକ ସ୍କୁଲରେ ଭର୍ତ୍ତି କରା ଯାଇଥିଲା ।
ସେଠାରେ ଆକାଶ ପଢା ପ୍ରତି ଅଧିକ ସିରିଏସ ହେଲେ ଓ କଠିନ ପରିଶ୍ରମ କରି ୮୫ ପ୍ରତିଶତ ମାର୍କ ରଖିଲେ । ଏହା ପରେ ବିକମ ପାସ କରି ସେ ଜଣେ ୟୁ ଦିଲ୍ଲୀ ର ସ୍କୁଲ ଅଫ ସୋସିଆଲ ସାଇନ୍ସ ରୁ ଏମକମ କରିଲେ । ଏହି ସମୟରେ ସେ UPSC ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏହା ପରେ ସେ ୨୦୦୬ ରେ ପ୍ରଥମ ପ୍ରୟାସ ରେ UPSC ହାସଲ କରିଥିଲେ ।
ତେବେ ଆକାଶ ନିଜ ଜୀବନରେ ଅନେକ କଷ୍ଟ ଦୁଖ ସାହି ଆଜି IPS ଅଫିସର ହୋଇ ପାରିଛନ୍ତି । ପିଲା ଦିନେ ତାଙ୍କର ପଢା ପ୍ରତି ବହୁତ ଦୁର୍ବଳତା ରହିଥିଲା ଆଉ ସେ ନିଜ ପଢା ଜାରି ରଖିଥିଲେ । କିନ୍ତୁ ବାରମ୍ବାର ଫେଲ ହେବା ପରେ ସେ ପଢା ପ୍ରତି ସିରିଏସ ହୋଇଥିଲେ ଆଉ ମନ ଦେଇ ପାଠ ପଢିଥିଲେ ।
ଯାହାର ପରିଣାମ ସ୍ୱରୂପ ଆଜି ସେ IPS ଅଫିସର ହୋଇ ପାରିଛନ୍ତି । ସତରେ ଦୃଢ ଇଚ୍ଛା ଶକ୍ତି ଓ ମନୋବଳ ଥିଲେ କିଛି ବି ଅସମ୍ଭବ ନୁହେ ଯାହା ଆକାଶ ପ୍ରମାଣ କରି ଦେଖାଇଛନ୍ତି ।ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।