ଭୁବନେଶ୍ୱରରୁ ଯାଇ ପୁରୀ ହୋଟେଲରେ ଜୀବନ ହାରିଲେ ଯୁବତୀ, ହୋଟେଲ ରୁମରୁ ମିଳିଲା ମୃତଦେହ…. ସମ୍ପୂର୍ଣ୍ଣ ଘଟଣା ଜାଣି ଆପଣଙ୍କ ଆଖିରେ ଆସିଯିବ ଲୁହ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସମୟରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ଭୁବନେଶ୍ଵରରୁ ପୁରୀ ହୋଟେଲ ଯାଇ ଜୀବନ ହାରିଲେ । ହୋଟେଲ ରୁମ୍ରୁ ଜବତ ହେଲା ଯୁବତୀଙ୍କ ରକ୍ତକ୍ତ ମୃତା ଦେହ । ପରିବାର ଲୋକେ କହୁଛନ୍ତି ଯୁବତୀ ପାଠ ପଢା ନେଇ ବ୍ୟସ୍ତ ଥିବାରୁ ଏମିତି କିଛି କରି ଦେଇଛନ୍ତି । ତେବେ ଭୁବନେଶ୍ଵର ଏତେ ହୋଟେଲ ଥାଇ ମଧ୍ୟ ସେ ପୁରୀ ଆସି ଏମିତି କଣ ପାଇଁ କଡ଼ିଏ ତାକୁ ନେଇ ପୋଲିସ ଯୁବତୀଙ୍କ ମାନସିକ ସ୍ଥିତିକୁ ବୁଝିବା ପାଇଁ ଚେଷ୍ଟା କରୁଛି । ଏଭଳି ଏକ ଘଟଣା ଘଟିଛି ପୁରୀ ର HR ହୋଟେଲରେ ।

ସେହି ରାମରୁ ଜବତ ହୋଇଛି ଯୁବତୀଙ୍କ ମୃତ ଦେହ । ମୃତ ଦେହ ପାଖରୁ ମିଳିଛି ଆଉ ସେଥିରେ ଲେଖା ରହିଛି ମୋର ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ନିଜ ଇଚ୍ଛାରେ ଏମିତି ନିସ୍ପତି ନେଇଛି । ଯୁବତୀ ନିଜ ପଢାକୁ ନେଇ ବାପା ମା ଙ୍କୁ ବୁଝାଇବାକୁ ଅନେକ ଥର ଚେଷ୍ଟା କରିଛନ୍ତି । ସୂଚନା ଅନୁଯାୟୀ ଯୁବତୀ ଜଣକ ହେଉଛନ୍ତି ଯାଜପୁର ମଙ୍ଗଳପୁର ର ଜୟନ୍ତରା ଗାଁର କଳ୍ପତରୁ ମହାନ୍ତିଙ୍କ ଝିଅ ପାୟଲ ମହାନ୍ତି । ପାୟଲଙ୍କ ବୟସ ମାତ୍ର ୨୦ ବର୍ଷ । ତାଙ୍କ ପାଇରବର ଭୁବନେଶ୍ଵର ଗଙ୍ଗ ଅଞ୍ଚଳରେ ରହୁଥିଲେ ।

ଗତ କାଲି ପାୟଲ ଘର ଲୋକଙ୍କୁ ନ ଜଣାଇ ପୁରୀ ଏଚଆର ହୋଟେଲ ଆସି ଆଧାର କାର୍ଡ ଓ ୫୦୦ ଟଙ୍କା ଦେଇ ରହିଥିଲେ । ଝିଅକୁ ନ ପାଇ ଘର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଆଉ ଆଜି ସକାଳେ ଝିଅ ଜୀବନ ହାରିଥିବା କଥା ଖବର ପାଇଥିଲେ ପରିବାର ଲୋକେ । ଏହା ପରେ ସେମାନେ ପୁରୀରେ ପହଞ୍ଚି ପାୟଲଙ୍କ ମୃତ ଶରୀର ଦେଖିଥିଲେ । ପାୟଲଙ୍କ ପରିବାର ଲୋକେ କହିଛନ୍ତି ସେ ପାଠ ପଢା କୁ ନେଇ ସନ୍ତୁଷ୍ଟ ନ ଥିଲେ ବହୁତ ବ୍ୟସ୍ତ ବିବ୍ରତ ହେଉଥିଲେ ।

ପାୟଲ ଚିଠି ରେ ଲେଖିଛନ୍ତି କି ସେ ତାଙ୍କ ଜୀବନରେ କିଛି ବି ସଫଳତା ପାଇ ପାରିଲି ନାହି ସେଥିପାଇଁ ଏଭଳି ଚରମ ପଦକ୍ଷେପ ନେଇଛନ୍ତି । ଘଟଣା ସ୍ଥଳରେ କୁମ୍ଭାରପଡା ପୋଲିସ ପହଞ୍ଚି ସବ କୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା । ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ଏ ନେଇ ହୋଟେଲ ମାଲିକ କହିଛନ୍ତି ସେ ସକାଳୁ ଚେକ ଆଉଟ ସମୟ ହେବା ପରେ ସେ ପାୟଲ ଙ୍କ ରୁମ କୁ ଯାଇ ତାଙ୍କୁ ଡ଼ାକିଥିଲେ କିନ୍ତୁ ସେ କିଛି ଉତ୍ତର ଦେଇ ନ ଥିଲେ ।

ଅନେକ ସମୟ ଡାକିବା ପରେ ହୋଟେଲ ମାଲିକ ପୋଲିସ ଙ୍କୁ ଫୋନ କରିଥିଲେ । ଏହା ପରେ ପୋଲିସ ଆସି ପହଞ୍ଚି ଥିଲା ଆଉ ପୋଲିସ ଙ୍କ ଉପସ୍ଥିତି ରେ ରୁମ ର କବାଟ ଭଙ୍ଗା ଯାଇଥିଲା । ଆଉ ଦେଖିଲା ବେଳକୁ ପାୟଲ ସୁସାଇଡ କରିଛନ୍ତି । ତେବେ ଝିଅର ମୃତ୍ୟୁ ପାଇଁ ପୁରା ପରିବାରରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *