ପିଲାମାନଙ୍କ ପାଇଁ ଆସିଥିବା ଅଣ୍ଡାକୁ ଗାଉଁ ଗାଉଁ କରି ଖାଇଗଲେ ଦିଦି… ପଚାରିଲାରୁ ଯାହା କହୁଛନ୍ତି ଟିକେ ଶୁଣନ୍ତୁ

ବନ୍ଧୁଗଣ ଦିଦିଙ୍କର ରାଗ ପଞ୍ଚମ ଟିକେ ଟିକେ କଥାରେ ରାଗିକି ନାଲି ହୋଇ ଯାଉଛନ୍ତି ଦିଦି । ଆଉ ଏଡେ ଏଡେ ଆଖି କରି ଯୁକ୍ତି କରୁଛନ୍ତି । ଖାଲି ଏତିକି ନୁହେଁ ବରଂ ଦିଦି ଏଠି ଜାତି ଅଜାତି ବି ଦେଖୁଛନ୍ତି । ଦର୍ଶକ ବନ୍ଧୁ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଦିଦି ରାଗିକି ଏମିତି କଣ ପାଇଁ ଅଛନ୍ତି ? ତେବେ କହି ରଖୁଛୁ କି ଗୋଟେ ସ୍କୁଲରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆ ଯାଇଥିଲା ଆଉ ଆଜି ମଧ୍ୟାହ୍ନ ଭୋଜନାରେ ମିଳିଥାନ୍ତା ଅଣ୍ଡା । କିନ୍ତୁ ଦିଦି ପିଲାଙ୍କୁ ଅଣ୍ଡା ଦେବେ କଣ ଅଣ୍ଡା ଦେବା ବଦଳରେ ପିଲାଙ୍କର ଖାଦ୍ୟକୁ ଖାଇ ଯାଉଛନ୍ତି ।

ଶିକ୍ଷୟତ୍ରୀ ଜଣକ ପିଲାଙ୍କ ଭାତ ଆଉ ଅଣ୍ଡା ତରକାରି ଖାଇ ଯାଉଛନ୍ତି । ଏତିକିରେ ଦିଦିଙ୍କ ମନ ଶାନ୍ତି ହେଲାଣି ଯେ ଦିଦି ଘରକୁ ବଡ ଟିଫିନରେ ଖାଇବା ଧରି ଯାଉଥିଲେ । ଭୁଲ କରି ପିଲାଙ୍କ ଭାତ ନେଇ ଯାଉଥିଲେ ଏହି ଟିଫିନ ଭିତରେ । ଆଉ ଠିକ ସେହି ସମୟରେ ପିଲାଙ୍କର ଅଭିଭାବକ ମାନେ ଦିଦୀଙ୍କୁ ଧରି ପକାଇଲେ ସେଥିପାଇଁ ଦିଦି ରାଗରେ ପଞ୍ଚମ ଅଇଗଲେ । ଆଉ ତା ପରେ ଭାତ ସବୁ ଫୋପାଡି ଦେଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରଣପୁର ବ୍ଲକ ଚମ୍ପାପୁର ସରାକରି ମଧ୍ୟ ଇଂରାଜୀ ବିଦ୍ୟାଳୟରେ ବିଜୟଲକ୍ଷ୍ମୀ ଦିଦି ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରନ୍ତି ।

ଦିଦି ଏଠାରେ ପିଲାଙ୍କୁ ଭଲରେ ପାଠ ପଢନ୍ତି ନାହି କି କାହାକୁ ଖାତିର କରନ୍ତି ନାହି । ଏ ସ୍କୁଲର ଚେୟାରମ୍ୟାନ କହିଛନ୍ତି ଦିଦି କେବେ କେବେ ସମସ୍ତଙ୍କୁ ଗାଳି ଗୁଲଜ ମଧ୍ୟ କରିଥାନ୍ତି । ପିଲା ମାନଙ୍କୁ ଦିଆ ଯାଇ ଥିବା ମଧ୍ୟାହ୍ନ ଭୋଜନକୁ ପ୍ରତେକ ଦିନ ଦିଦି ଖାଇଥାନ୍ତି ଗତ କାଲି ସେ ଅଣ୍ଡା ଆଉ ଭାତ ଖାଇଛନ୍ତି । ଏମିତିକି ଟିଫିନରେ ଭାତ ଭର୍ତ୍ତି କରି ଓ ୧୨ଟି ଅଣ୍ଡା ରଖିଥିଲେ ଦିଦି । ସେପଟେ ଅଭିଭାବକ ମାନେ ଖବର ପାଇ ଦିଦିଙ୍କ ବ୍ୟାଗ ଚେକ କରିଥିଲେ ଆଉ ଦେଖିଥିଲେ ଭାତ ଅଣ୍ଡା ରହିଛି ।

ଏହା ପରେ ଅଭିଭାବକ ମାନେ ଚାନ୍ଦପୁର ପୋଲିସ ଓ BEO ଙ୍କୁ ଖବର ଦେଇଥିଲେ । ସେମାନେ ଆସି ସବୁ ତଦନ୍ତ କରିଥିଲେ । ୫ ଦିନ ମଧ୍ୟରେ ଦିଦିଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାର ପ୍ରତିଶ୍ରୁତି ମିଳିବା ପରେ ଗ୍ରାମବାସୀ ମାନେ ଫେରି ଆସିଥିଲେ । ତେବେ ଦିଦି ପିଲାଙ୍କ ମଧ୍ୟାହ୍ନ ଭୋଜନକୁ ଗାଊଁ ଗାଊଁ ହୋଇ ଖାଇ ଯାଇଥିଲେ ଆଉ ଧରା ପଡିଗଲେ । ତା ସହ କିଛି ଅଣ୍ଡା ମଧ୍ୟ ଆଲମାରି ତଳେ ଲୁଚାଇ ଥିବାର ଅଭିଯୋଗ ହୋଇଛି ଯାହାକୁ ଅଭିଭାବକ ମାନେ ସର୍ବ ସାଧାରଣକୁ ଆଣିଥିଲେ ।

ଶିକ୍ଷୟତ୍ରୀ ଆଣିଥିବା ବ୍ଯାଗରେ ଭାତ ପାର୍ସଲ ଥିବାର ମଧ୍ୟ ଜଣା ପଡିଛି । ତେବେ ଗୋଟେ କଥା ପ୍ରଣସ ଉଠୁଛି ରାଜ୍ୟ ସରକାର ଶିକ୍ଷା ଉପରେଣ ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରୁଛନ୍ତି ଓ 5D ମଧ୍ୟ ସାମିଲ ହୋଇଛି ଯାହାକୁ ଅସମ୍ମାନ କରା ଯାଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *