ପିଲା ମାନଙ୍କୁ ସ୍ମାର୍ଟ ଫୋନ ଓ ଟିଭି ରୁ ଦୂରେଇ ରଖିବା ପାଇଁ ପ୍ରଶାସନ କରିଛି ଏହି ବ୍ୟବସ୍ଥା, ମା-ବାପାଙ୍କ ପାଇଁ ଖୁସି ଖବର

ଇଣ୍ଡୋନେସିଆ ର ପଶ୍ଚିମ ଯାବା ଠାରେ ଥିବା ବାଣ୍ଡୂଗ ସହରର ରେ ପିଲା ମାନଙ୍କୁ ସ୍ମାର୍ଟ ଫୋନ ଓ ଟିଭି ଠାରୁ ଦୂରେଇକି ରଖିବା ପାଇଁ ପ୍ରଶାସନ ଏକ ବ୍ୟବସ୍ଥା କରିଛି । ଏହି ବ୍ୟବସ୍ଥା ଟି ହେଉଛି ପିଲା ମାନଙ୍କୁ ଏ ସବୁ ରୁ ଦୂରେଇ ରଖିବା ପାଇଁ କୁକୁଡା ଛୁଆ, ପନିପରିବା ଓ ଫଳର ଗଛ ଏବଂ ଏହାର ମଞ୍ଜି ଦିଆହେଉଛି । ଯାହା ଦ୍ଵାରା ପିଲାମାନେ ସ୍ମାର୍ଟ ଫୋନ ଓ ଟିଭି କୁ ଛାଡି ଏ ସବୁର ଯତ୍ନ ନେବେ  ।

ସ୍ଥାନୀୟ ପ୍ରଶାସନ ମତରେ ସେମାନେ ସହରରେ ୧୦ ପ୍ରାଥମିକ ବିଦ୍ୟାଳୟ ଓ ୨ ଟି ଜୁନିଅର ଉଚ୍ଚ ବିଦ୍ୟାଳୟରେ ୨୦୦୦ କୁକୁଡା ଛୁଆ ଏବଂ ୧୫୦୦ ଗଛ ମଞ୍ଜି ଉପଲବ୍ଧ କରେଇଛନ୍ତି ।

 

ବାଣ୍ଡୂଗ ସହରର ମେୟର ଙ୍କ ମତରେ ଆଜିକାଲି ସବୁଲୋକ ସ୍ମାର୍ଟ ଫୋନ ଧରୁଛନ୍ତି ସେମାନେ ଇଣ୍ଟେର୍ନେଟ ବିନା ରହିପାରୁ ନାହାନ୍ତି, ଏହା ଦ୍ଵାରା ସେମାନଙ୍କ ସମୟ ବରବାଦ ହେବା ସହ ଯେଉଁ କାମ ଗୋଟେ ଲୋକ ୨ ଘଣ୍ଟା ରେ କରିପାରିବ ସେଇ କାମ କୁ ସେ ୬ ଘଣ୍ଟା ନେଉଛି ।

ଏଥିପାଇଁ ଛୁଆ ମାନଙ୍କୁ ସ୍ମାର୍ଟ ଫୋନ ରୁ ଦୂରେଇକି ରଖିବା ହିଁ ଠିକ । ଏହି ନିୟମ କୁ ବହୁତ ଶୀଘ୍ର ପୁରା ସହରରେ ଲାଗୁ କରଦିଆ ଯିବ । ପ୍ରଶାସନର ଏହି ବ୍ୟବସ୍ଥା କୁ ଦେଖିକି ଅଭିଭାବକ ମାନେ ନିଜ ମତ ଦେଇଛନ୍ତି, ସ୍ମାର୍ଟ ଫୋନ ବ୍ୟବହାର କରିବାଠୁ ଭଲ ଗଛ ଓ ପ୍ରାଣୀ ମାନଙ୍କ ଯତ୍ନ ନେବା, ପିଲାମାନେ ବି ଏହି ବ୍ୟବସ୍ଥା ପାଇଁ ବହୁତ ଖୁସି ଅଛନ୍ତି ।

ତେବେ ପ୍ରଶାସନର ଏହି ଉପାୟ ଆପଣଙ୍କୁ କେମିତି ଲାଗିଲା ସେ ବିଷୟରେ ନିଶ୍ଚୟ କମେଣ୍ଟ କରିବେ । ଯଦି ଏହି ବ୍ୟବସ୍ଥା ଆମ ରାଜ୍ୟ ବା ସହରରେ କରାଯାଏ ତେବେ ଏହା ଆମ ପିଲାମାନଙ୍କ ପାଇଁ କେତେ ଦୂର ଠିକ ହେବ, ଏହା ଉପରେ ଆପଣଙ୍କର କଣ ମତ ।

Leave a Reply

Your email address will not be published. Required fields are marked *