ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପୋଲିସ ଜନତା ମାନଙ୍କର ସୁରକ୍ଷା ପାଇଁ ବା ଆମ ଦେଶର ସୁରକ୍ଷା ପାଇଁ ନିଯୁକ୍ତ ହୋଇଥାନ୍ତି । ଯେଉଁ ମାନଙ୍କ ପାଇଁ ଚୋରୀ ହେବାରେ ଚାନ୍ସ ଖୁବ କମ ରହିଥାଏ । ଯେଉଁ ମାନେ ବିପଦରେ ପଡିଥାନ୍ତି ସେମାନଙ୍କୁ ସାହାଜ୍ଯ କରିବାର ଦାୟିତ୍ଵ ହେଉଛି ପୋଲିସର । କିନ୍ତୁ ଆମ ଦେଶରେ ଏମିତି କିଛି ପୋଲିସ ଅଛନ୍ତି ଯେଉଁ ମାନେ ଲଜ୍ୟା ଜନକ ଭଳି କାଣ୍ଡ ଘଟାଇଥାନ୍ତି ଯେଉଁ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ଆପଣ ମାନେ ଦେଖି ପାରିବେ କି ପୋଲିସ କର୍ମଚାରୀ ଦୁହେଁ କିପରି ଭାବେ ଥାନାରେ ବସି ରୋମାନ୍ସ କରୁଛନ୍ତି । ଦୁହିଁଙ୍କର ପ୍ରେମ କରିବାର ତରିକା ଠିକ ସମୟ ବା ଠିକ ସ୍ଥାନ ନୁହେଁ ବୋଲି ଏହି ଦୃଶ୍ୟ ରୁ ଜଣା ପଡୁଛି । କାରଣ ପୋଲିସ ଅଧିକାରୀ ହୋଇ ଏଭଳି ହରକତ ଥାନାରେ କରିବା ଲଜ୍ୟା ଜନକ ଅଟେ ।
ଅନ୍ୟ ଏକ ଦୃଶ୍ୟ ବିଷୟରେ କହିବାକୁ ଗଲେ ଏପ୍ରିଲ ୨୦୨୨ ଚଣ୍ଡୀଗଡ ରେ ଜଣେ ବ୍ୟକ୍ତି ଟ୍ରାଫିକ ନିୟମ ଉଲଂଘନ କରିଥିବାରୁ ପୋଲିସ ଅଧିକାରୀ ଜଣକ ସେହି ବ୍ୟକ୍ତି ଙ୍କୁ ଗାଡି ରୁ ବାବହାର କରି ତାଙ୍କ ସହ ଅଭଦ୍ରାମି କରିବାକୁ ଲାଗିଲେ । ଏହି ଭିଡିଓ ଟି ପଛରେ ଠିଆ ହୋଇଥିବା ଗାଡିର ମାଲିକ ଜଣେ ରେକର୍ଡ କରୁଥିଲେ । ପୋଲିସ ଜଣକ କିପରି ବ୍ୟକ୍ତି ଙ୍କ ସହ ବ୍ୟବହାର କରୁଛନ୍ତି ଓ ତାଙ୍କୁ ମାର ଧର କରୁଛନ୍ତି ସବୁ କିଛି ରେକର୍ଡ ହୋଇଥିଲା । ତେବେ ଏହି ଘଟଣା ଟି ବହୁତ ନିନ୍ଦନୀୟ ଅଟେ ।
ଆପଣ ମାନେ ଜାଣିଥିବେ ମଦ୍ୟପାନ ଏମିତି ଏକ ନିଶା ଯାହା ବ୍ୟକ୍ତିକୁ କିଛି ବି କରିବାକୁ ବାଧ୍ୟ କରାଇଥାଏ । ଏମିତିକି ବ୍ୟକ୍ତି ନିଶାରେ ଚୁର ହୋଇ କଣ କରେ ନିଜେ ବି ଜାଣିପାରେ ନାହିଁ । ସେହିପରି ବିହାରର ଛପରା ର କୋପା ଥାନାର ଦୁଇ ପୋଲିସ ଅଧିକାରୀ ନିଶା ରେ ଏତେ ଚୂର ହୋଇଛନ୍ତି କି ଜଣେ ଯୁବତୀଙ୍କ ସହ ଅଭଦ୍ରାମି ସହ ଡ୍ୟାନ୍ସ କରିବାର ରେକର୍ଡ ହୋଇଛନ୍ତି ।
ଡିସେମ୍ବର ୧୮, ୨୦୨୧ରେ ଉତ୍ତର ପ୍ରଦେଶର ହାପୂର ରେ HDFC ବ୍ଯାଙ୍କ ର କିଛି ଲୋକ ମାନେ ଭିଡିଓ କରିଥିଲେ । ଯେଉଁଥିରେ ପୋଲିସ କନେଷ୍ଟବଳ ଗାଡି ର ଲକ ଭାଙ୍ଗି ଗାଡି ଚୋରୀ କରିବାର ନଜର ଆସୁଛନ୍ତି । ଆପଣ ମାନଙ୍କୁ ଲାଗୁଥିବ କି ସତରେ କଣ ପୋଲିସ ଗାଡି ଚୋରୀ କରିପାରେ ।
କିନ୍ତୁ ପ୍ରକୃତ କଥା ହେଉଛି ଯେଉଁ ମାନେ ଗାଡି ବିନା ଲକ କରି ରାସ୍ତା ରେ ରଖିକି ଯାଉଛନ୍ତି ପୋଲିସ ସେମାନଙ୍କ ଗାଡିକୁ ନେଇ ଥାନାରେ ଅଟକ ରଖୁଛନ୍ତି । ଯାହା ବିଷୟରେ ୟୁପିଏ ଓ ହାପୁର ଥାନାର ପୋଲିସ ଅଧିକାରୀ ଟ୍ବିଟ କରି ଜଣାଇଥିଲେ । କିନ୍ତୁ ଏହି କଥା ନଜର ଅନ୍ଦାଜ ମଧ୍ୟ କରି ହେବ ନାହିଁ । କାରଣ ଯଦି ବାଇକ ଖୋଲା ଥିଲା ତେବେ ପୋଲିସ ଜଣକ କେଉଁ ଚାବି ଏତେ ସମୟ ଯାଏଁ ହଲାଉଥିଲା । କାରଣ ପୋଲିସର ହାବଭାବ ଆଉ କିଛି ଦର୍ଶାଉ ଥିଲା ।
ବନ୍ଧୁଗଣ ଆପଣ ମାନଙ୍କର ପୋଲିସ ଅଧିକାରୀଙ୍କର ଏଭଳି କାର୍ଯ୍ୟକଳାପ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜାଣିବେ ।