ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ କୋଟିପତି ହେବାକୁ ସବୁ ଲୋକଙ୍କର ଇଚ୍ଛା ରହିଥାଏ କିନ୍ତୁ ସମସ୍ତେ କୋଟିପତି ହୋଇପାରନ୍ତି ନାହି । ଯଦି ଆପଣ ନିଜର ପରିଶ୍ରମ ବଳରେ କୋଟିପତି ହେବାକୁ ଚାହୁଁଛନ୍ତି ତେବେ ପୋଷ୍ଟ ଅଫିସର ଏହି ସ୍କିମ ଆପଣଙ୍କ କାମରେ ଆସିପାରେ । ଏହି ସ୍କିମରେ ଆପଣଙ୍କ ଟଙ୍କାର ପୁରା ଗ୍ୟାରେଣ୍ଟି ସରକାର ନେବେ । ଯାହା ଦ୍ଵାରା ଆପଣଙ୍କ ଟଙ୍କା ସୁରକ୍ଷିତ ମଧ୍ୟ ରହିବ । ପୋଷ୍ଟ ଅଫିସର ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ବା PPF ସ୍କିମରେ ନିବେଶ କରି ଆପଣଙ୍କ କୋଟିପତି ହେବାର ସ୍ଵପ୍ନକୁ ପୁରଣ କରି ପାରିବେ ।
ତେବେ ଆସନ୍ତୁ ଜାଣିବା କିପରି କରିବେ, କେଉଁ ମାନେ ସବୁ କରିପାରିବେ ଓ ଏଥିପାଇଁ କେଉଁ ସ୍ବାଉ ଡକୁମେଣ୍ଟ ଆବଶ୍ୟକ ରହିଛି । ପୋଷ୍ଟ ଅଫିସର PPF ଆପଣଙ୍କୁ କୋଟିପତି ହେବାର ସୁଯୋଗ ଦେଉଛି । ଏଥିପାଇଁ ଆପଣଙ୍କୁ ଦିନକୁ ୪୧୭ ଟଙ୍କା ବିନିଯୋଗ କରିବାକୁ ହେବ । ତେବେ ଏହି ଆକାଉଣ୍ଟରୁ ମ୍ୟାଚୁରୀଟି ପିରିଏଡ ୧୫ ବର୍ଷ ଅଟେ ।
ଏଥିପାଇଁ ବର୍ଷକୁ ୧ଲକ୍ଷ ୫୦ ହଜାର ଅର୍ଥାତ ମାସକୁ ୧୨ହଜାର ୫୦୦ ଟଙ୍କା ଓ ଦିନକୁ ୪୧୭ ଟଙ୍କା ଜମା କରିବେ ତେବେ ଆପଣଙ୍କର ମୋଟ ବିନିଯୋଗ ହେବ ୨୨ ଲକ୍ଷ ୫୦ ହଜାର ଟଙ୍କା । ଏଥିରେ ମ୍ଯାଚୁରୀତି ସମୟରେ ସୁଧା ବାବାଦରେ ଆପଣଙ୍କୁ ୧୮ ଲକ୍ଷ ୧୮ ହଜାର ଟଙ୍କା ମିଳିଯିବ ।
ମୋଟ ଉପରେ ଆପଣଙ୍କୁ ୪୦ ଲକ୍ଷ ୬୮ ହଜାର ଟଙ୍କା ମିଳିଯିବ । ଯଦି ଆପଣ ଏହି ଯୋଜନାରୁ କୋଟିପତି ହେବାକୁ ଚାହୁଁଛନ୍ତି ତେବେ ଆପଣ ନିଜର ଏହି ଯୋଜନାକୁ ୧୫ ବର୍ଷ ରେ ଦୁଇ ଦୁଇ ଥର ଅର୍ଥାତ ୫-୫ ବର୍ଷ ପାଇଁ ନିଜର ବିନିଯୋଗକୁ ଏକ୍ସଟେନ୍ଡ କରିପାରିବେ । ଆଉ ଏହା ପରେ ବାର୍ଷିକ ୧ ଲକ୍ଷ ୫୦ ହଜାର ଟଙ୍କା ବିନୋଯୋଗ କରିଲେ ଆପଣଙ୍କ ମୋଟ ବିନିଯୋଗ ୩୭ ଲକ୍ଷ ୫୦ ହଜାର ଟଙ୍କା ହୋଇଯିବ ।
ମ୍ୟାଚୁରୀଟି ପରେ ଆପଣଙ୍କୁ ୭.୧ ପ୍ରତିଶତ ସୁଧ ସହ ୬୫ ଲକ୍ଷ ୫୮ ହଜାର ଟଙ୍କା ମିଳିଯିବ । ଅର୍ଥାତ ୨୫ ବର୍ଷ ପରେ ଆପଣଙ୍କର ମୋଟ ଫଣ୍ଡ ହୋଇଯିବ ୧ କୋଟି ୩ ଲକ୍ଷ ଟଙ୍କା । ସାଲାରି ପାଉଥିବା ବ୍ୟକ୍ତି, ସେଲ୍ଫ ଏମ୍ପ୍ଲାଏ, ପେନସନ ପାଉଥିବା ବ୍ୟକ୍ତି ଙ୍କ ସହ ଯେ କୌଣସି ଭାରତୀୟ ବାସିନ୍ଦା ପୋଷ୍ଟ ଅଫିସର PPF ରେ ଆକାଉଣ୍ଟ ଖୋଲି ପାରିବେ ।
ତେବେ ଏଥିପାଇଁ ଡକୁମେଣ୍ଟ ଆବଶ୍ୟକ ହେବ ଭୋଟର ଆଇଡି, ପାସପୋର୍ଟ, ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଆଧାର କାର୍ଡ । ଏଥି ସହ ପ୍ୟାନ କାର୍ଡ ମଧ୍ୟ ଆବଶ୍ୟକତା ରହିଛି । ଆପଣ ମାନେ ମଧ୍ୟ ଏହି ସ୍କିମ ର ଭରପୁର ଫାଇଦା ଉଠାଇ ପାରିବେ । ବନ୍ଧୁଗଣ ଆପଣ ମାନଙ୍କର ଏହି ପୋଷ୍ଟ ଅଫିସର ସ୍କିମ ବିଷୟାରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।